ପୁଣି ସୋନିଆଙ୍କ ଦରବାରରେ ପହଞ୍ଚିଲା କଂଗ୍ରେସ କଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 10, 2021

ପୁଣି ସୋନିଆଙ୍କ ଦରବାରରେ ପହଞ୍ଚିଲା କଂଗ୍ରେସ କଳି

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା ଦଳୀୟ ଅସନ୍ତୋଷ ଥମିବାର ନାଁ ଧରୁନି। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ପୁଣିଥରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ପୂର୍ବରୁ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ସିଦ୍ଧୁଙ୍କୁ ପଞ୍ଜାବ ମୁଖ୍ୟ କରାଯାଇଥିଲା। ଏହାସତ୍ତ୍ୱେ ଏହି ବିବାଦ ସାମାଧାନ ହେଉନାହିଁ।

ପୁଣିଥରେ କଂଗ୍ରେସ ସରକାରଙ୍କୁ ସିଦ୍ଧୁ ଟାର୍ଗେଟ କରିବାରୁ କଥା ଯାଇ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ପାଖରେ ପହଞ୍ଚିଛନ୍ତି। ସିଦ୍ଧୁ ସରକାରଙ୍କୁ ଟାର୍ଗେଟ କରୁଥିବାରୁ କାମ କରିବା କଷ୍ଟକର ହୋଇ ପଡ଼ୁଛି ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦିଲ୍ଲୀ ଆସି ସୋନିଆଙ୍କ ପାଖରେ ଫେରାଦ ହୋଇଛନ୍ତି।

ସୋନିଆ ଏହା ଶୁଣି ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଥିବାରୁ କଂଗ୍ରେସ ସରକାର ଓ ସିଦ୍ଧୁ ମିଳିତ ଭାବେ କାମ କରିବା ଦରକାର ବୋଲି କହିଛନ୍ତି। ସିଦ୍ଧୁଙ୍କ ବିଷୟରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ଠାରୁ ସୋନିଆ ସବୁ କଥା ପ୍ରଥମେ ଶୁଣିଥିଲେ। ଏହାପରେ ସେ ରାଜ୍ୟ ସରକାର ଓ ପ୍ରଦେଶ କଂଗ୍ରେସ ୟୁନିଟ ମିଳିତ ଭାବେ କାମ କରିବା ଉଚିତ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ସରକାର କିମ୍ବା ପ୍ରଦେଶ କଂଗ୍ରେସ ୟୁନିଟ ପରସ୍ପରର ସୀମା ମଧ୍ୟରେ ରହି କାମ କରନ୍ତୁ। କେହି କାହା କାମରେ ହସ୍ତକ୍ଷେପ କରିବା ଠିକ ନୁହେଁ ବୋଲି ସୋନିଆ କହିଥିବା ପଞ୍ଜାବ ଇନଚାର୍ଜ ହରିଶ ରାୱତ ସୂଚନା ଦେଇଛନ୍ତି। ଏଥିସହ କଂଗ୍ରେସ ତା’ର ପ୍ରତିଶ୍ରୁତି ପୂରଣ କରିବା ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛି, ସେ ବିଷୟରେ ମଧ୍ୟ ସୋନିଆ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପଚାରି ବୁଝିଛନ୍ତି। ପଞ୍ଜାବ ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ ମଧ୍ୟ ସୋନିଆ ପ୍ରଶଂସା କରିଥିବା ଜଣାପଡ଼ିଛି।

୨୦୧୮ ଡ୍ରଗ୍ସ ଚୋରାଚାଲାଣ ଘଟଣାରେ ଅକାଳୀ ନେତା ବିକ୍ରମ ମାଜିଥା ଓ ଅନ୍ୟମାନଙ୍କ ବିରୋଧରେ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେ ଉପରେ ସିଦ୍ଧୁ ପ୍ରଶ୍ନ କରିଥିଲେ। ଏଥିସହ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଡ୍ରଗ୍ସ କାରବାରରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଠାବ କରି ଜେଲ ପଠାଇବା ହେଉଛି କଂଗ୍ରେସର ୧୮ ପଏଣ୍ଟ ବିଶିଷ୍ଟ ଏଜେଣ୍ଡାର ଅଂଶବିଶେଷ। ସରକାର ମାଜିଥାଙ୍କ ବିରୋଧରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି? ଯଦି କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବ, ତା’ହେଲେ ଆମେ ବିଧାନସଭାରେ ଗୋଟିଏ ସଂକଳ୍ପ ପ୍ରସ୍ତାବ ଆଣିବୁ। ଏହି ସଂକଳ୍ପ ଦ୍ୱାରା ସବୁ ତଥ୍ୟ ସାର୍ବଜନୀନ କରିବାର ନିୟମ ରହିବ ବୋଲି ସିଦ୍ଧୁ କହିବା ସହ ନିଜ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିଲେ।

The post ପୁଣି ସୋନିଆଙ୍କ ଦରବାରରେ ପହଞ୍ଚିଲା କଂଗ୍ରେସ କଳି appeared first on Odisha Reporter.



from Odisha Reporter https://ift.tt/37AxXQR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages