ଅଭିଷେକ ବାନାର୍ଜୀ ଓ ଅନ୍ୟ ବରିଷ୍ଠ ଟିଏମସି ନେତାଙ୍କ ନାଁରେ ପୁଲିସ୍‌ର ଏଫଆଇଆର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 10, 2021

ଅଭିଷେକ ବାନାର୍ଜୀ ଓ ଅନ୍ୟ ବରିଷ୍ଠ ଟିଏମସି ନେତାଙ୍କ ନାଁରେ ପୁଲିସ୍‌ର ଏଫଆଇଆର

ଅଗରତାଲା: ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ, ଡୋଲା ସେନ ଓ ଅନ୍ୟ କିଛି ବରିଷ୍ଠ ଟିଏମସି ନେତାଙ୍କ ନାଁରେ ତ୍ରିପୁରା ପୁଲିସ୍‌ ଏଫଆଇଆର କରିଛି। ଏହି ଟିଏମସି ନେତାମାନା ପୁଲିସ୍‌ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ଉପୁଜାଇଥିବାରୁ ସମସ୍ତଙ୍କ ନାଁରେ ଏଫଆଇଆର କରାଯାଇଛି। ଅଭିଷେକ ଓ ଡୋଲା ସେନଙ୍କ ବ୍ୟତୀତ ବେଙ୍ଗଲ ମନ୍ତ୍ରୀ ବାର୍ତ୍ୟା ବାସୁ ଓ ମୁଖପାତ୍ର କୁନାଲ ଘୋଷଙ୍କ ନାଁ ମଧ୍ୟ ତ୍ରିପୁରା ପୁଲିସ୍ ଏଫଆଇଆର୍‌ରେ ରହିଛି।

ତ୍ରିପୁରା ପୁଲିସ୍‌ ତା’ ଏଫଆଇଆର୍‌ରେ କହିଛି ଯେ ରବିବାର ପୁଲିସ୍‌ ପ୍ରଥମେ ୧୪ ଜଣ ଟିଏମସି ନେତା ଓ କର୍ମୀଙ୍କୁ ବିଶୃଙ୍ଖଳା ଆଚରଣ ପାଇଁ ଗିରଫ କରିଥିଲା। ଏହାପରେ ମନ୍ତ୍ରୀ ବାର୍ତ୍ୟା ବାସୁ ଓ ଡୋଲା ସେନ ଖୋୱାଇ ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ଅଭିଷେକ ବାନାର୍ଜୀ ମଧ୍ୟ ସେଠାରେ ପହଞ୍ଚିଥିଲେ।

ଏହି ନେତାମାନେ ଅତିରିକ୍ତ ଏସ୍‌ପି ଓ ଅନ୍ୟମାନଙ୍କୁ ଦୁର୍ବ୍ୟବହାର କରିବା ସହ ସେମାନଙ୍କ ଉପରେ ଚିତ୍କାର କରିଥିଲେ। ପୁଲିସ୍‌କୁ ସେମାନେ କାର୍ଯ୍ୟ କରିବାରେ ବାଧା ଦେଇଥିଲେ। ଅତିରିକ୍ତ ଏସ୍‌ପି ଓ ଖୋୱାଇ ପୁଲିସ୍‌ ଷ୍ଟେସନ ଏସ୍‌ଡିପିଓଙ୍କୁ ଖରାବ ବ୍ୟବହାର କରିଥିବାରୁ ସମସ୍ତ ଟିଏମସି ନେତାମାନଙ୍କ ନାଁରେ ଏଫଆଇଆର ହୋଇଥିବା ତ୍ରିପୁରା ପୁଲିସ୍‌ କହିଛି।


ସୂଚନାଯୋଗ୍ୟ, ଟିଏମସି ୨୦୨୩ ତ୍ରିପୁରା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିଜର ସଂଗଠନକୁ ସେଠାରେ ବୃଦ୍ଧି କରିବାକୁ ଚାହୁଁଛି। ଗତ ସପ୍ତାହରେ ଅଭିଷେକ ବାନାର୍ଜୀଙ୍କ ନେତୃତ୍ୱରେ ଟିଏମସିର ବରିଷ୍ଠ ନେତାମାନେ ତ୍ରିପୁରା ଯାଇଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା।

ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଏହି ଆକ୍ରମଣ ପାଇଁ ମମତା ବାନାର୍ଜୀ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଥିଲେ।

The post ଅଭିଷେକ ବାନାର୍ଜୀ ଓ ଅନ୍ୟ ବରିଷ୍ଠ ଟିଏମସି ନେତାଙ୍କ ନାଁରେ ପୁଲିସ୍‌ର ଏଫଆଇଆର appeared first on Odisha Reporter.



from Odisha Reporter https://ift.tt/3seNgIz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages