କୁନ୍ଦ୍ରାଙ୍କ ପରେ ପ୍ରଡ୍ୟୁସରଙ୍କ ପାଳି, ନ୍ୟୁଡ୍‌ କ୍ଲିପ୍‌ ମାଗିଥିବା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 10, 2021

କୁନ୍ଦ୍ରାଙ୍କ ପରେ ପ୍ରଡ୍ୟୁସରଙ୍କ ପାଳି, ନ୍ୟୁଡ୍‌ କ୍ଲିପ୍‌ ମାଗିଥିବା ଅଭିଯୋଗ

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ମାମଲାରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ମଡେଲ ସାଗରିକା ସୋନା ସୁମନ ନ୍ୟୁଡ୍‌ ଅଡିସନ୍‌ ମାଗିଥିବା ଅଭିଯୋଗ ଆଣିଥିଲେ। ଏବେ ରାଜଙ୍କ ପରେ ସେ ଆଉ ଜଣେ ପ୍ରଡ୍ୟୁସରଙ୍କ ନାଁରେ ସମାନ ଅଭଯୋଗ ଆଣିଛନ୍ତି।

ଉଲ୍ଲୁ(ULLU) କମ୍ପାନୀର ମାଲିକ ବିଭୂ ଅଗ୍ରୱାଲଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସାଗରିକା। ଇ-ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଚକିତ କଲା ଭଳି ଖୁଲାସା କରିଛନ୍ତି। ଉଲ୍ଲୁର ନିର୍ମାତା ତାଙ୍କୁ ଅଡିସନରେ ନ୍ୟୁଡ୍‌ କ୍ଲିପ୍‌ ମାଗିଥିବା ସେ ଅଭିଯୋଗ ଆଣିଛନ୍ତି।

ତାଙ୍କ ଅଭିଯୋଗ ମୁତାବକ, ଉଲ୍ଲୁ ଡିଜିଟାଲ ପ୍ରାଇଭେଟ୍‌ ଲିମିଟେଡ୍‌’ ହାର୍ଡକୋର ପର୍ଣ୍ଣ ଦେଖାଉଥିବା ଏକ ଆପ୍‌ ଚଳାଉଛି। ଉଲ୍ଲୁ ଆପ୍ ବିଭିନ୍ନ ନକଲି କମ୍ପାନୀ ନାଁ, ଭିନ୍ନ ଭିନ୍ନ ପ୍ରୋତ୍ସାହକ ଏବଂ ଅଫିସ୍ ଠିକଣା ସହ ପଞ୍ଜିକୃତ ହୋଇଛି। ଏହି ସମସ୍ତ ପର୍ଣ୍ଣ ଆପ୍‌କୁ ଉଲ୍ଲୁ ଦଳ ହିଁ ପରିଚାଳିତ କରୁଛି। ଏଥିରେ ଉଲ୍ଲୁ କମ୍ପାନୀର ସିଇଓ ବିଭୂ ଅଗ୍ରୱାଲ ମଧ୍ୟ ସାମିଲ ଅଛନ୍ତି।

୨୦୨୦ ହର୍ଷ ନାମକ ଜଣେ ନିର୍ମାତା ଯିଏ ଉଲ୍ଲୁ କମ୍ପାନୀ ସହ କାମ କରନ୍ତି ସିଏ ସାଗରିକାଙ୍କ ସହ କଣ୍ଟାକ୍ଟ କରିଥିଲେ। ଏକ ବୋଲ୍ଡ ଫିଲ୍ମରେ କାମ କରିବା ପାଇଁ ସେ ତାଙ୍କୁ ଅଫର ଦେଇଥିଲେ। ଏହି ଫିଲ୍ମର ସୁଟିଂ ପନୱେଲରେ ଚାଲିଥିଲା। ସେ ଯେତେବେଳେ ସୁଟିଂ ସେଟ୍‌ରେ ପହଞ୍ଚିଥିଲେ, ସେତେବେଳେ ଚକିତ ହୋଇପଡିଥିଲେ। ସେଠାରେ ପର୍ଣ୍ଣ କଣ୍ଟେଣ୍ଟକୁ ନେଇ ସୁଟିଂ ଚାଲିଥିଲା। ଏହା ଦେଖି ସାଗରିକା ସେଠାରୁ ଭୟଭୀତ ହୋଇ ଦୌଡି ପଳାଇଯାଇଥିଲେ ବୋଲି ସାକ୍ଷାତକାରରେ କହିଛନ୍ତି।

ସେ ଆହୁରି କହିଛନ୍ତି,  ବିଭୂ ଅଗ୍ରୱାଲଙ୍କୁ ମଧ୍ୟ ରାଜ କୁନ୍ଦ୍ରାଙ୍କ ଭଳି ଗିରଫ କରାଯାଉ। ତାଙ୍କୁ ମଧ୍ୟ ଜେଲ୍‌ରେ ରଖାଯାଉ। ତାଙ୍କର ସମସ୍ତ ପର୍ଣ୍ଣ ସାଇଟ୍‌କୁ ବନ୍ଦ କରାଯାଉ। ଏଭଳି ଖରାପ କାମ କରୁଥିବା ବ୍ୟକ୍ତିଙ୍କୁ ଦେଶରୁ ମୂଳପୋଛ କରାଯାଉ ବୋଲି ସାଗରିକା ଦାବି କରିଛନ୍ତି।

ସେପଟେ ଏହି ଅଭିଯୋଗକୁ ଉଲ୍ଲୁ କମ୍ପାନୀ ଖଣ୍ଡନ କରିଛି। ଏହି ଅଭିଯୋଗ ପୂରାପୁରି ନରାଧାର। ଆମେ କୌଣସି କଳାକାରଙ୍କ ସହିତ ସିଧାସଳଖ ଯୋଗାଯୋଗ କରୁନାହୁଁ ବେଲି କହିଛି। ସେ କହିଛି, ତାଙ୍କ ଆପର ନାଁ ନେଇ ଅନେକ କମ୍ପାନୀ ଫାଇଦା ଉଠାଉଛନ୍ତି।  କେବଳ ସେତିକି ନୁହେଁ କମ୍ପାନୀର ନାଁରେ ଇ-ମେଲ୍‌ ମଧ୍ୟ ବ୍ୟବହାର କରାଯାଉଛି।

The post କୁନ୍ଦ୍ରାଙ୍କ ପରେ ପ୍ରଡ୍ୟୁସରଙ୍କ ପାଳି, ନ୍ୟୁଡ୍‌ କ୍ଲିପ୍‌ ମାଗିଥିବା ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/3xwSXCM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages