ହନି ସିଂଙ୍କୁ ୧୦ କୋଟିର କ୍ଷତି ପୂରଣ ମାଗିଲେ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 5, 2021

ହନି ସିଂଙ୍କୁ ୧୦ କୋଟିର କ୍ଷତି ପୂରଣ ମାଗିଲେ ପତ୍ନୀ

ମୁମ୍ବାଇ: ବିବାଦରେ ବଲିଉଡ ଗାୟକ। ପୁଣି ଫସିଛନ୍ତି ୟୋ ୟୋ ହନି ସିଂ। ତାଙ୍କ ବିରୋଧରେ ପତ୍ନୀ ସାଲିନୀ ତଲୱାର ଆଣିଛନ୍ତି ଘରୋଇ ହିଂସା ଅଭିଯୋଗ। ଏହାପରେ ଏହି ବିବାଦ ଏବେ ଆହୁରି ଆଗକୁ ବଢ଼ିଛି। ମହିଳା ସଂରକ୍ଷଣ ଅଧିନିୟକ ଅନୁଯାୟୀ ହନି ସିଂଙ୍କ ପତ୍ନୀ ସାଲିନୀ ତାଙ୍କ ଠାରୁ ୧୦ କୋଟି ଟଙ୍କାର କ୍ଷତିପୂରଣ ମାଗିଛନ୍ତି। କେବଳ ସେତିକି ନୁହେଁ ଦିଲ୍ଲୀରେ ଘର ଭଢ଼ା ବାବଦକୁ ପ୍ରତି ମାସରେ ୫ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ସେ ଦାବି କରିଛନ୍ତି।  ଏହି ଘଟଣା ଏବେ ବି-ଟାଉନରେ ଚର୍ଚ୍ଚାର କାରଣ ପାଲଟିଛି।

ତାଙ୍କ ସହ ପଶୁଙ୍କ ଭଳି ବ୍ୟବହାର କରାଯାଉଥିବା ନେଇ ହନି ସିଂଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଦିଲ୍ଲୀ ତିସ ହଜାରୀ କୋର୍ଟର ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍‌ ତାନିଆ ସିଂଙ୍କ ନିକଟରେ ସାଲିନୀ ତାଙ୍କର ସମ୍ପୂର୍ଣ୍ଣ ମାମଲା ଦାୟର କରିଛନ୍ତି। ସେପଟେ କୋର୍ଟ ହନି ସିଂଙ୍କୁ ଏହି ମାମଲାରେ ନୋଟିସ କରିବା ସହ ଆସନ୍ତା ଅଗଷ୍ଟ ୨୮ ତାରିଖ ଭିତରେ ନିଜ ଜବବା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସାଲିନୀଙ୍କ ଅଭିଯୋଗ ମୁତାବକ, ବିଗତ ୧୦ ବର୍ଷ ହେଲା ତାଙ୍କୁ ଘରେ ନିର୍ଯାତନା ଦିଆଯାଉଛି। ତାଙ୍କର ଶାରୀରିକ, ମାନିକ, ମୌଖିକ ଏବଂ ଭାବନାତ୍ମକ ଶୋଷଣ କରାଯାଇଛି। ହନି ସିଂ ନିଜ ବିବାହକୁ ଗୁରୁତ୍ୱ ଦେଉନଥିଲେ। ଏପରିକି ସେ ନିଜ ବିବାହର ମୁଦି ମଧ୍ୟ ପିନ୍ଧୁ ନଥିଲେ। ସୋଶାଲ ମିଡିଆରେ ଯେତେବେଳେ ସାଲିନୀ ତାଙ୍କ ବିବାହର ଫଟୋ ସେଆର କରିଥିଲେ ସେତେବେଳେ ହନି ସିଂ  ରାଗି ଯାଇଥିଲେ ଏବଂ ସେ ସାଲିନୀଙ୍କୁ ମାଡ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଅନେକ ଝିଅଙ୍କ ସହ ହନି ସିଂଙ୍କ ସମ୍ପର୍କ ଥିବା ନେଇ ମଧ୍ୟ ସାଲିନୀ ଅଭିଯୋଗ ଆଣିଛନ୍ତି।

ସୂଚନା ମୁତାବକ, ୨୦୧୧ ଜାନୁଆରୀ ୨୩ ତାରିଖରେ ସାଲିନୀ ତଲୱାରଙ୍କୁ ବିବାହ କରିଥିଲେ ହନି ସିଂ। ତେବେ ଏହି ରାପର ଜଣକ ଚାହୁଁନଥିଲେ ଯେ, ତାଙ୍କ ପିତ୍ନୀଙ୍କ ଯୋଗୁଁ ତାଙ୍କ  କ୍ୟାରିଅର୍‌ରେ କୌଣସି ବାଧା ସୃଷ୍ଟି ହେଉ। ଅନେକ ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ପିଲା ଛୁଆ ନହେବା ଯୋଗୁଁ ହନି ସିଂ କୁଆଡେ ଡିପ୍ରେସନ୍‌ରେ ଥିଲେ। ଏଥିପାଇଁ ସେ ବିଲିଉଡ ଠାରୁ ଦୂରେଇ ଯାଇଥିଲେ। ମିଡିଆ ରିପୋର୍ଟ ମୁତାବକ ହନି ସିଂଙ୍କୁ ବାଇପୋଲାର ଡିସ୍‌ଅର୍ଡର ରୋଗ ଥିଲା।

ବଲିଉଡର ଧନୀ ରାପରମାନଙ୍କ ମଧ୍ୟରେ ହନି ସିଂଙ୍କ ନାଁ ଶୀର୍ଷରେ ଗଣାଯାଏ। ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହନି ସିଂ ପ୍ରାୟ ୧୭୩ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ। ସେ ପ୍ରତିବର୍ଷ ପ୍ରାୟ ୪୨ କୋଟି ରୋଜଗାର କରନ୍ତି। ଏହି ଆବେଦନରେ ତାଙ୍କ ପତ୍ନୀ ତାଙ୍କ ଶୋ’ରୁ କୋଟି କୋଟି ଟଙ୍କା ରୋଜଗାର କରୁଥିବା ମଧ୍ୟ ଦାବି କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହନି ସିଂଙ୍କ ପାଖରେ ୨୫ ମିଲିୟନ ଆମେରିକୀୟ ଡଲାର ସମ୍ପତ୍ତି ଅଛି ଅର୍ଥାତ୍ ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୧୭୩ କୋଟି ମୂଲ୍ୟର ସମ୍ପତ୍ତି। ଦେଶର ବିଭିନ୍ନ ସ୍ଥାନରେ ତାଙ୍କର ଘର ଅଛି। ନୋଏଡା, ଗୁରୁଗାଓଁ, ଦିଲ୍ଲୀ, ମୁମ୍ବାଇ, ପଞ୍ଜାବ ସହିତ ୩ କୋଟିରୁ ଅଧିକ ମୂଲ୍ୟର ବଙ୍ଗଳା ରହିଛି।

 

View this post on Instagram

 

A post shared by Shalini (@sheenz_t)

The post ହନି ସିଂଙ୍କୁ ୧୦ କୋଟିର କ୍ଷତି ପୂରଣ ମାଗିଲେ ପତ୍ନୀ appeared first on Odisha Reporter.



from Odisha Reporter https://ift.tt/3CksMms

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages