ମଇଦାନରେ ଥିଲେ କ୍ୟାପଟେନ୍ ଓ କୋଚ୍: ହଠାତ୍ ଆସିଲା ପିଏମଙ୍କ ଫୋନ୍, ଭିଡିଓ ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 5, 2021

ମଇଦାନରେ ଥିଲେ କ୍ୟାପଟେନ୍ ଓ କୋଚ୍: ହଠାତ୍ ଆସିଲା ପିଏମଙ୍କ ଫୋନ୍, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତି ଦୀର୍ଘ ଚାରି ଦଶନ୍ଧିର ଖାଲି ସ୍ଥାନ ପୂରଣ କରିଛି। ସେମିଫାଇନାଲରେ ବେଲଜିୟମ ନିକଟରୁ ହାରିଥିବା ଭାରତୀୟ ଟିମ୍ ଗୁରୁବାର ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଇତିହାସ ପୃଷ୍ଠାରେ ପୁଣି ନିଜକୁ ସାମିଲ କରିଛି। ଏହି ଐତିହାସିକ ମୁହୂର୍ତ୍ତର ମୁକସାଖୀ ହୋଇଛନ୍ତି ୧୩୦ କୋଟିରୁ ଊର୍ଦ୍ଧ୍ୱ ଭାରତୀୟବାସୀ। ଭାରତ ପାଇଁ ବ୍ରୋଞ୍ଜ ପଦକର ମୂଲ୍ୟ କ’ଣ, ତାହା ଦେଶର ପ୍ରତିଟି ନାଗରିକ ଜାଣିଛନ୍ତି। ଏହି ଐତିହାସିକ ସଫଳତା ପାଇଁ ଭାରତୀୟ ପୁରୁଷ ହକି ଟିମକୁ ଚାରିଆଡ଼ୁ ଶୁଭେଚ୍ଛାର ବାର୍ତ୍ତା ଦେଉଛନ୍ତି। କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଆରା ଢଙ୍ଗରେ ଭାରତୀୟ ପୁରୁଷ ହକିକୁ ବଧେଇ ଜଣାଇଛନ୍ତି।

ଜର୍ମାନୀ ବିପକ୍ଷ ବ୍ରୋଞ୍ଜ ପଦକ ମ୍ୟାଚ୍ ଜିତିବାର କିଛି ସମୟ ପରେ ଖୋଦ୍ ପିଏମ୍ ମୋଦି ମଇଦାନରେ ଉପସ୍ଥିତ ଥିବା ଭାରତୀୟ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହଙ୍କ ସହ କଥା ହୋଇଛନ୍ତି। ହଠାତ୍ ପିଏମଙ୍କ ଫୋନ୍ ଆସିବା ଦେଖି ମନପ୍ରୀତଙ୍କ ସହ ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କ୍ୟାପଟେନ୍ ମନପ୍ରୀତ ଓ କୋଚ୍ ରିଡଙ୍କ ସହ ପିଏମ୍ ମୋଦିଙ୍କର କଥା ହେବାର ଭିଡିଓ ଭାଇରାଲ୍ ହୋଇଛି।

ସାଇ ମିଡିଆର ତା’ର ଅଫିସିଆଲ୍ ଟ୍ୱିଟର୍ ପେଜରେ ଏହି ଭିଡିଓ ଶେଆର୍ କରିଛି। ଯେଉଁଥିରେ ଲେଖାଯାଇଛି ଯେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମର କ୍ୟାପଟେନ୍ ଓ କୋଚ୍‌ଙ୍କ ନିକଟରୁ ଏକ ସରପ୍ରାଇଜ୍ ଫୋନ୍ କଲ ଆସିଥିଲା। ଏହି ଫୋନ୍ ଆଉ କେହି ନୁହଁନ୍ତି ବରଂ ପିଏମ୍ ମୋଦି କରିଥିଲେ। ପ୍ରାୟ ୨ ମିନିଟ୍ ୧୫ ସେକେଣ୍ଡ ଧରି ପିଏମ୍ ମୋଦି ଭାରତୀୟ କ୍ୟାପଟେନ୍ ଓ କୋଚଙ୍କ ସହ କଥା ହୋଇଥିଲେ।

ପିଏମ୍ ମୋଦି ପ୍ରଥମେ ମନପ୍ରୀତଙ୍କ ସହ କଥା ହୋଇଥିଲେ ଏବଂ ଏହା ପରେ ଟିମର ଅନ୍ୟ ଜଣେ ସଦସ୍ୟଙ୍କ ସହ କଥା ହୋଇଥିଲେ। ଶେଷରେ ପିଏମ୍ କୋଚଙ୍କ ସହ ମଧ୍ୟ କଥା ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସୂଚନାଯୋଗ୍ୟ, ଭାରତ ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିବା ବ୍ରୋଞ୍ଜ ପଦକ ମ୍ୟାଚ୍ ଖୁବ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଜର୍ମାନୀ ଟିମ୍ ଶେଷ ସେକେଣ୍ଡ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲା ଏବଂ ଭାରତକୁ ବରାବର ଟକ୍କର ଦେଇଥିଲେ। କିନ୍ତୁ ଭାରତ ତା’ର ଅଗ୍ରଣୀକୁ ବଜାୟ ରଖି ମୁକାବିଲାକୁ ଜିତି ନେଇଥିଲା।

The post ମଇଦାନରେ ଥିଲେ କ୍ୟାପଟେନ୍ ଓ କୋଚ୍: ହଠାତ୍ ଆସିଲା ପିଏମଙ୍କ ଫୋନ୍, ଭିଡିଓ ଭାଇରାଲ୍ appeared first on Odisha Reporter.



from Odisha Reporter https://ift.tt/3jtwuBH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages