ଛାଡ଼ପତ୍ର ପାଇଁ ବୈବାହିକ ଦୁଷ୍କର୍ମକୁ ଆଧାର ଭାବେ ଗ୍ରହଣ କରିହେବ: ହାଇକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 6, 2021

ଛାଡ଼ପତ୍ର ପାଇଁ ବୈବାହିକ ଦୁଷ୍କର୍ମକୁ ଆଧାର ଭାବେ ଗ୍ରହଣ କରିହେବ: ହାଇକୋର୍ଟ

ଥିରୁଅନନ୍ତପୁରମ: ବୈବାହିକ ଦୁଷ୍କର୍ମ (ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ)କୁ ଛାଡପତ୍ର ପାଇଁ ଏକ ଆଧାର ଭାବେ ଗ୍ରହଣ କରିହେବ। କେରଳ ହାଇକୋର୍ଟ ଗୋଟିଏ ମାମଲାର ଶୁଣାଣି କରିବା ବେଳେ ଏଭଳି ରାୟ ଦେଇଛନ୍ତି। ଏଥିସହ କୋର୍ଟ କହିଛନ୍ତି, ବିବାହ ଏବଂ ଛାଡ଼ପତ୍ର ସମ୍ପନ୍ଧିତ ମାମଲାର ଡିଲ୍ କରିବା ପାଇଁ ଗୋଟିଏ ଧର୍ମନିରପେକ୍ଷ ଆଇନ୍ ଆବଶ୍ୟକ। ବୈବାହିକ ଦୁଷ୍କର୍ମ ଯଦିଓ ଭାରତରେ ଦଣ୍ଡନୀୟ ଅପରାଧ ନୁହେଁ କିନ୍ତୁ ଏହି ଆଧାରରେ ଛାଡପତ୍ର ଦେଇ ହେବ। କେରଳ ହାଇକୋର୍ଟ ଜଣେ ମହିଳାଙ୍କ ସ୍ୱାମୀର ଆବେଦନ ଉପରେ ବିଚାର କରି ଏପରି ରାୟ ଦେଇଛନ୍ତି। ମହିଳାଙ୍କ ସ୍ୱାମୀ ଫ୍ୟାମିଲି କୋର୍ଟର ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଫ୍ୟାମିଲି କୋର୍ଟ କହିଥିଲେ ବିବାହ ପରେ ସ୍ତ୍ରୀ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ, ମାନସିକ ନିର୍ଯାତନା ଗ୍ରହଣୀୟ ନୁହେଁ। ତେଣୁ ଏହି ଆଧାରରେ ଯଦି ମହିଳା ଜଣଙ୍କ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ତାହାଲେ ଏହା ଗ୍ରହଣୀୟ।

କେରଳ ହାଇକୋର୍ଟର ବିଚାରପତି ଜଷ୍ଟିସ ମହମ୍ମଦ ମୁଶ୍ତାକ ଏବଂ ଜଷ୍ଟିସ କୌସର ଏଡପ୍ପାଗଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ଏବେ ଯେଉଁଭଳି ଭାବରେ ସମୟ ଆସିଛି ଏବଂ ବିଭିନ୍ନ ମାମଲା ଆସୁଛି ତାକୁ ଦେଖି ବିବାହ ଏବଂ ଛାଡପତ୍ରକୁ ଧର୍ମନିରପେକ୍ଷ ଆଇନ୍ ଅଧୀନରେ ଆଣିବାର ଆବଶ୍ୟକ ରହିଛି। ଏଥିସହ ବୈବାହିକ ଆଇନରେ ସଂଶୋଧନର ଆବଶ୍ୟକ ରହିଛି ବୋଲି ବିଚାରପତି କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯ରେ କିନ୍ତୁ ସୁପ୍ରିମକୋର୍ଟ ଏପରି ଏକ ମାମଲାର ବିଚାର କରି ବୈବାହିକ ଦୁଷ୍କର୍ମକୁ ଛାଡପତ୍ର ଭାବରେ ଗ୍ରହଣ କରିନଥିଲେ।

ମହିଳା ଜଣଙ୍କ କୋର୍ଟରେ କହିଛନ୍ତି, ସେ ବିବାହ କରିବା ବେଳେ ତାଙ୍କ ସ୍ୱାମୀ ପେଶାରେ ଡାକ୍ତର ଥିଲେ। ସେ ରିଅଲ ଇଷ୍ଟେଟ ପରିବାର ଝିଅ ଥିଲେ। ପରେ ତାଙ୍କ ସ୍ୱାମୀ ମଧ୍ୟ ରିଅଲ ଇଷ୍ଟେଟ ବ୍ୟବସାୟ କରିଥିଲେ। ଏଥିରେ କିନ୍ତୁ ତାଙ୍କ ସ୍ୱାମୀ ସଫଳତା ନପାଇବାରୁ ଅନେକ କରଜରେ ଫସି ଯାଇଥିଲେ। ପଇସା ପାଇଁ ତାଙ୍କ ସ୍ୱାମୀଙ୍କ ଦ୍ୱାରା ସେ ନିର୍ଯାତିତ ହୋଇଥିଲେ ବୋଲି କହିଛନ୍ତି। ଏହାପରେ ସେ ତାଙ୍କ ବାପ ଘରୁ ୭୭ ଲକ୍ଷ ଟଙ୍କା ଆଣି ଦେଇଥିଲେ। ଏହାପରେ ବି ପଇସା ପାଇଁ ତାଙ୍କ ସ୍ୱାମୀ ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେଉଥିଲେ ବୋଲି ସେ କହିଥିଲେ।

ମହିଳା ଜଣଙ୍କ କହିଛନ୍ତି ସେ ଯେତେବେଳେ ଶାରୀରିକ ଭାବରେ ଅସୁସ୍ଥ ଥିଲେ ସେତେବେଳେ ତାଙ୍କ ସ୍ୱାମୀ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଯେଉଁଥିପାଇଁ ସେ କେବେ ପ୍ରସ୍ତୁତ ନଥିଲେ। ସେହିପରି ତାଙ୍କ ମାଙ୍କର ଯେଉଁ ଦିନ ମୃତ୍ୟୁ ଘଟିଥିଲା ସେଦିନ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ତାଙ୍କ ସ୍ୱାମୀ ବାଧ୍ୟ କରିଥିଲେ। ଅପ୍ରାକୃତିକ ଭାବରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ସହିତ ଝିଅ ସାମ୍ନାରେ ତାଙ୍କ ସ୍ୱାମୀ ସମାନ ପ୍ରକାର ବ୍ୟବହାର କରୁଥିଲେ ବୋଲି ମହିଳା ଜଣଙ୍କ କୋର୍ଟରେ କହିଥିଲେ। ଏହାପରେ କୋର୍ଟ ଏହାକୁ ବୈବାହିକ ଦୁଷ୍କର୍ମ ବୋଲି କହିଛନ୍ତି। ଜଣେ ମହିଳା ୧୨ ବର୍ଷ ଧରି ଏଭଳି ନିର୍ଯାତିତ ହୋଇ ଆସୁଛନ୍ତି। ଏହା ଗ୍ରହଣୀୟ ନୁହେଁ। ତେଣୁ ଏହି ଆଧାରରେ ଛାଡପତ୍ର ଦେଇହେବ ବୋଲି କୋର୍ଟ କହିଛନ୍ତି।

The post ଛାଡ଼ପତ୍ର ପାଇଁ ବୈବାହିକ ଦୁଷ୍କର୍ମକୁ ଆଧାର ଭାବେ ଗ୍ରହଣ କରିହେବ: ହାଇକୋର୍ଟ appeared first on Odisha Reporter.



from Odisha Reporter https://ift.tt/37o62DR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages