ନିତି ଆୟୋଗ ରିପୋର୍ଟ : ଶିକ୍ଷା ଭିତ୍ତିଭୂମିରେ କୋରାପୁଟ ଏକ ନମ୍ବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 6, 2021

ନିତି ଆୟୋଗ ରିପୋର୍ଟ : ଶିକ୍ଷା ଭିତ୍ତିଭୂମିରେ କୋରାପୁଟ ଏକ ନମ୍ବର

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବା କ୍ଷେତ୍ରରେ ସମଗ୍ର ରାଜ୍ୟରେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଏକ ନମ୍ବର। ସଦ୍ୟ  ପ୍ରକାଶିତ କେନ୍ଦ୍ର ସରକାରଙ୍କ ନିତି ଆୟୋଗର ଡେଲ୍ଟା ରାଙ୍କିଂରେ ଆସିଛି ଏପରି ଚକିତ କରିଦେବା ପରି ଖବର। ।

ପୂର୍ବର ମୌଳିକ ଭିତ୍ତିଭୂମି ଥିମ୍‌ରେ ଏହି ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାରା କରିଥିଲା। ଏବେ ଏହି ରାଙ୍କିଂରେ  ଶିକ୍ଷା ଥିମ୍‌ରେ କୋରାପୁଟ ଜିଲ୍ଲାର ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଛି।

ଶିକ୍ଷା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଜୁନ  ୨୦୨୧ ପାଇଁ କେନ୍ଦ୍ର ସରକାରଙ୍କର ନିତି ଆୟୋଗ ଦ୍ୱାରା ଘୋଷିତ ଡେଲଟା ରାଙ୍କିଙ୍ଗ ରେ ୫ ଜିଲ୍ଲା ସ୍ଥାନିତ ହୋଇଛି। ସେଥିରେ ଓଡ଼ିଶାର କୋରାପୁଟ ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିଛି । ୫ଟି ମୁଖ୍ୟ ଉତ୍ସକୁ ଆଧାର କରି ରାଙ୍କିଂ କରାଯାଇଛି। ଏହାମଧ୍ୟରେ ଶିକ୍ଷାର ଭିତ୍ତିଭୂମି, ଶିକ୍ଷକଙ୍କ ଉପସ୍ଥାନ, ଛାତ୍ରଙ୍କ ଉପସ୍ଥାନ, ସୁଷମ ପୁସ୍ତକ ବଣ୍ଟନ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ଆଧାର କରି ଏହି ରାଙ୍କିଂ କରାଯାଇଛି।

ଏନେଇ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ,  ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଭିନ୍ନ ହାଇସ୍କୁଲ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଥିଲା ।  ଏହାକୁ ଦେଖି ବହୁ ଗ୍ରାମପଞ୍ଚାୟତ, ବ୍ଲକରେ ପ୍ରାଇମେରି ସ୍କୁଲ ବି ଉଦ୍ଧାର କରାଯାଇଛି। ପ୍ରତି ବ୍ଲକର ପ୍ରତି ଗ୍ରାମପଞ୍ଚାୟତରେ ପ୍ରାୟ ଗୋଟିଏ, ଦୁଇଟି ସ୍କୁଲକୁ ଚଳିତ ବର୍ଷ ଉଦ୍ଧାର କରାଯାଇଛି। ଯେଉଁ ସ୍କୁଲ ଏଥିରୁ ବାଦ ପଡ଼ି ଯାଇଛି ଆସନ୍ତା ବର୍ଷ   ତାହାର ଉଦ୍ଧାର କରାଯିବ। କେବଳ କ୍ଲାସ୍‌ ରୁମ୍‌ ନୁହେଁ,  ଲାଇବ୍ରେରି, ଲ୍ୟାବ, ଖେଳପଡ଼ିଆର ବି ଉନ୍ନତିକରଣ କରାଯିବ। ଏହାଦ୍ୱାରା ସ୍କୁଲରେ ଉପସ୍ଥାନ କମ୍‌ ସମସ୍ୟାର ସମାଧାନ ହୋଇଯିବ।

The post ନିତି ଆୟୋଗ ରିପୋର୍ଟ : ଶିକ୍ଷା ଭିତ୍ତିଭୂମିରେ କୋରାପୁଟ ଏକ ନମ୍ବର appeared first on Odisha Reporter.



from Odisha Reporter https://ift.tt/3Ajxpex

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages