ଏସ୍‌ୟୁଭି କାର୍‌ ଓ ୫ ଲକ୍ଷ ପାଇଁ ସ୍ତ୍ରୀକୁ ଗଣଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 9, 2021

ଏସ୍‌ୟୁଭି କାର୍‌ ଓ ୫ ଲକ୍ଷ ପାଇଁ ସ୍ତ୍ରୀକୁ ଗଣଦୁଷ୍କର୍ମ

ଲକ୍ଷ୍ନୌ: ଯୌତୁକ ପାଇଁ ସ୍ତ୍ରୀକୁ ଭୁଲିଗଲା ସ୍ୱାମୀ। ଟଙ୍କା ପାଇଁ ପାଲଟିଗଲା ପିସାଚ। ହାତ ଧରି ସାତ ଜନମର ସାଥୀ କରିଥିବା ସ୍ତ୍ରୀକୁ ଠେଲି ଦେଲା ନର ରାକ୍ଷାସଙ୍କ ମୁହଁକୁ। ଭୁଲିଗଲା ମଣିଷ ପଣିଆ। ନିଜ ଭାଇ ଏବଂ ସାଙ୍ଗସାଥୀ ସହ ମିଶି ସ୍ତ୍ରୀ ସହ କଲା ଗଣଦୁଷ୍କର୍ମ। ଏଭଳି ଏକ ଅଭିଯୋଗ ଆସିଛି ଉତ୍ତରପ୍ରଦେଶର ଅମ୍‌ରୋହା ଜିଲ୍ଲାରୁ।

ଅମ୍‌ରୋହା ଜିଲ୍ଲାର ରଜବପୁର ପୁଲିସ ଷ୍ଟେସନରେ ଏନେଇ ଜଣେ ୨୭ ବର୍ଷୀୟ ମହିଳା ଅଭିଯୋଗ କରିଛନ୍ତି। ଆଇପିସି ଧାରା ଅନୁଯାୟୀ ପରିବାରର ୧୨ ଜଣଙ୍କ ସଦସ୍ୟଙ୍କ ନାଁରେ ଗଣଦୁଷ୍କର୍ମ, କ୍ରୁରତା, ଅପ୍ରାକୃତିକ ଅପରାଧ ଏବଂ ଇଚ୍ଛା ନଥିବା ସତ୍ତ୍ୱେ ଗର୍ଭପାତ କରାଯାଇଥିବା ନେଇ ମାମଲା ରୁଜୁ ହୋଇଛି।

କଥିତ ରୂପେ ଗଣଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣକ କହିଛନ୍ତି ଯେ, ଯଦି ସେ ଯୌତୁକରେ ସ୍ୱାମୀଙ୍କ ପାଇଁ ଏସ୍‌ୟୁଭି କାର୍‌ ଏବଂ ନଗଦ ୫ ଲକ୍ଷ ଟଙ୍କା ନଆଣନ୍ତି ତେବେ ଏହା ଜାରି ରହିବ ବୋଲି ତାଙ୍କ ସ୍ୱାମୀ, ପରିବାର ଏବଂ ସାଙ୍ଗସାଥୀ ଧମକ ତାଙ୍କୁ ଦେଇଛନ୍ତି।

ପୁଲିସ ସୂଚନା ମୁତାବକ, ତିନି ବର୍ଷ ପୂର୍ବେ ପୀଡିତା ଜଣକ ବିବାହ କରିଥିଲେ। ସେତେବେଳେ ତାଙ୍କ ବାପା-ମା’ ଯୌତୁକରେ ସୁନା ଅଳଙ୍କାର ସାଙ୍ଗକୁ ଅନେକ ଟଙ୍କା ପଇସା ମଧ୍ୟ ଦେଇଥିଲେ। ସବୁ କିଛି ଠିକ୍‌ଠାକ୍‌ ଥିଲା ହେଲ ହଠାତ୍‌ ବିବାହର କିଛି ମାସ ପରେ ପୀଡିତାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ଲୋକେ ନଗଦ ୫ ଲକ୍ଷ ଓ ଏକ ଲଗ୍‌ଜୁରୀ କାର୍‌ର ଡିମାଣ୍ଡ କରିଥିଲେ। ଏଥିରେ ପୀଡିତା ଜଣକ ମନା କରିବାକୁ ତାଙ୍କ ଉପରେ ଆରମ୍ଭ ହୋଇଥିଲା ଅକଥନୀୟ ଅତ୍ୟାଚାର। ଏପରିକି ପୀଡିତାଙ୍କୁ ଗର୍ଭପାତ କରିବାକୁ ମଧ୍ୟ ବାଧ୍ୟ କରାଯାଇଥିଲା।

କଥା ଏତିକିରେ ସରିନଥିଲା। ଗତ ସପ୍ତାହରେ ପୀଡିତାର ଦିଅର ଏବଂ କିଛି ସାଙ୍ଗସାଥୀ ମିଶି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ।  ଏହାପରେ ଏହି ଘଟଣା ନେଇ ସେ ସ୍ୱାମୀଙ୍କୁ ଜଣାଇଥିଲେ। ଏଥିରେ ସ୍ୱାମୀ କହିଥିଲେ, ` ଯଦି ତୁମେ ଏସ୍‌ୟୁଭି ଗାଡି ଏବଂ ପାଞ୍ଚ ଲକ୍ଷ ଟଙ୍କା ଯୌତୁକରେ ନଆଣ ତେବେ ଏଭଳି ଜାରି ରହିବ।’

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ପୀଡିତ ମହିଳା ଜଣକ ଏବେ ତାଙ୍କ ବାପା-ମା’ ପାଖରେ ଅଛନ୍ତି। ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ତଦନ୍ତ ପରେ ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ।

The post ଏସ୍‌ୟୁଭି କାର୍‌ ଓ ୫ ଲକ୍ଷ ପାଇଁ ସ୍ତ୍ରୀକୁ ଗଣଦୁଷ୍କର୍ମ appeared first on Odisha Reporter.



from Odisha Reporter https://ift.tt/3lPq96b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages