‘ରାଜୀବଙ୍କୁ ଅପମାନ ନକରି ଧ୍ୟାନଚାନ୍ଦଙ୍କୁ ସମ୍ମାନିତ କରାଯାଇପାରିଥାନ୍ତା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 9, 2021

‘ରାଜୀବଙ୍କୁ ଅପମାନ ନକରି ଧ୍ୟାନଚାନ୍ଦଙ୍କୁ ସମ୍ମାନିତ କରାଯାଇପାରିଥାନ୍ତା’

ମୁମ୍ବାଇ: ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରର ନାମକରଣ ପରିବର୍ତ୍ତନକୁ ନେଇ କେଉଁଠି ସମର୍ଥନ କରାଯାଉଛି ତ କେଉଁଠି ବିରୋଧ ମଧ୍ୟ ହେଉଛି। ମହାରାଷ୍ଟ୍ରରେ କ୍ଷମତାସୀନ ସରକାର ଶିବସେନା କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିର ଖୁବ୍ ସମାଲୋଚନା କରିଛି। ଶିବସେନା ତା’ର ‘ସାମ୍ନା’ରେ ଲେଖିଛି ଯେ ରାଜୀବ ଗାନ୍ଧିଙ୍କ ଯୋଗଦାନର ଅପମାନ ନକରିବି ବି ମେଜର ଧ୍ୟାନଚାନ୍ଦଙ୍କୁ ସମ୍ମାନିତ କରାଯାଇପାରିଥାନ୍ତା।

‘ସାମ୍ନା’ରେ ଲେଖାଯାଇଛି ଯେ, ଟୋକିଓ ଅଲିମ୍ପିକ୍ସ କାରଣରୁ ଦେଶରେ ଅନ୍ୟ ଖେଳ ଉପରେ ଉତ୍ସାହ ବଢ଼ିବା ସହ ଚର୍ଚ୍ଚା ଭିତରେ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ’ରେ ଦେଶକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ଏହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ ଉତ୍ସବ ଭାବେ ଦେଶ ମନାଉଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ରାଜନୀତିକ ଖେଳ ଖେଳୁଛି। ଏହି ରାଜନୀତିକ ଖେଳ କାରଣରୁ ଅନେକଙ୍କ ମନକୁ ଖୁବ୍ ଆଘାତ ଲାଗିଛି।

‘ସାମ୍ନା’ରେ ଲେଖାଯାଇଛି ଯେ ‘ମୋଦି ସରକାର ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାରର ନାମକରଣ ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ଭାବେ ନାମିତ କରିଛି। ଏହାର ଅର୍ଥ ପୂର୍ବ ସରକାର ଧ୍ୟାନଚାନ୍ଦଙ୍କୁ ଭୁଲି ଯାଇଥିଲେ, ବାସ୍ତବରେ ତାହା ନୁହେଁ। ୧୯୫୬ ମସିହାରେ ଧ୍ୟାନଚାନ୍ଦଙ୍କୁ ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପଦ୍ମଭୂଷଣ’ରା ସମ୍ମାନିତ କରାଯାଇଥିଲା। ଡିସେମ୍ବର ୩, ୧୯୭୯ରେ ଦୁନିଆର ଏହି ମହାନ୍ ଖେଳାଳିଙ୍କର ଦେହାନ୍ତ ହୋଇଥିଲା। ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ‘ଜାତୀୟ କ୍ରୀଡ଼ା ଦିବସ’ ଆକାରରେ ମନାଯାଉଛି।

‘ସାମ୍ନା’ରେ ଲେଖାଯାଇଛି ଯେ ‘ଧ୍ୟାନଚାନ୍ଦଙ୍କ ନାଁରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଉଛି। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଯୋଗଦାନ ବହୁତ ବଡ଼ ରହିଛି। ସେ ଜଣେ ଭଲ ମଣିଷ ଥିଲେ ଏବଂ ପଣ୍ଡିତ ନେହରୁଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା। ଏଥିପାଇଁ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ରାଜୀବ ଗାନ୍ଧିଙ୍କ ନାଁକୁ ହଟାଇ ସେଠାରେ ମେଜର୍ ଧ୍ୟାନଚାନ୍ଦଙ୍କ ନାଁ ଲଗାଇବା ନିଶ୍ଚିତ ଭାବେ ଧ୍ୟାନଚାନ୍ଦଙ୍କ ବଡ଼ ଗୌରବର କଥା, ତାହା କୁହାଯାଇପାରିବ ନାହିଁ। ରାଜୀବ ଗାନ୍ଧିଙ୍କ ନାଁ ଦରକାର ନାହିଁ, ଏଥିପାଇଁ ଧ୍ୟାନଚାନ୍ଦଙ୍କ ନାଁ ରଖିବା, ଏହା ଏକ ବଡ଼ ରାଜନୀତି।

‘ସାମ୍ନା’ରେ ଲେଖାଯାଇଛି ଯେ, ଧ୍ୟାନଚାନ୍ଦଙ୍କ ନାଁରେ ଏକ ବଡ଼ ପୁରସ୍କାର ଘୋଷଣା କରାଯାଇପାରିଥାନ୍ତା। ଯଦି ଏଭଳି ହୋଇଥାନ୍ତା, ତାହେଲେ ମୋଦି ସରକାରଙ୍କୁ ଆହୁରି ବାହବା ମିଳିଥାନ୍ତା। ଏବେ ବିଜେପିର ରାଜନୀତିକ ଖେଳାଳି କହୁଛନ୍ତି ଯେ ‘ରାଜୀବ ଗାନ୍ଧି କେବେ ହାତରେ ହକିର ଷ୍ଟିକ୍ ଧରିଥିଲେ କି? ସେମାନଙ୍କର ଏହି ପ୍ରଶ୍ନ ଠିକ୍, କିନ୍ତୁ ଅହମ୍ମଦାବାଦରେ ସର୍ଦ୍ଦାର ପଟେଲ୍ ଷ୍ଟାଡିୟମର ନାଁ ପରିବର୍ତ୍ତନ କରି ନରେନ୍ଦ୍ର ମୋଦିଙ୍କ ନାଁରେ କରାଗଲା, ତାହେଲେ ମୋଦି କ୍ରିକେଟରେ ଏଭଳି କ’ଣ କାରନାମା କରିଥିଲେ? ଏପରିକି ଅରୁଣ ଜେଟଲୀଙ୍କ ନାଁରେ ଦିଲ୍ଲୀ ଷ୍ଟାଡିୟମର ନାମକରଣ କରାଗଲା। ସେଠାରେ ମଧ୍ୟ ଏଭଳି ଯୁକ୍ତି ରଖିବା ଦରକାର।

‘ସାମ୍ନା’ରେ ଲେଖାଯାଇଛି ଯେ, ଆତଙ୍କବାଦୀମାନେ ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା କଲେ। ରାଜୀବ ଗାନ୍ଧିଙ୍କୁ ମଧ୍ୟ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇବାକୁ ପଡ଼ିଥିଲା। ଏହି ଦୁହିଁଙ୍କର ରାଜନୀତିକ ବିଚାରରେ ମତଭେଦ ଥାଇପାରେ। ଗଣତନ୍ତ୍ରରେ ମଧ୍ୟ ମତଭେଦ ପାଇଁ ସ୍ଥାନ ଅଛି, କିନ୍ତୁ ଦେଶର ପ୍ରଗତିରେ ବଡ଼ ଯୋଗଦାନ କରିଥିବା ପ୍ରଧାନମନ୍ତ୍ରୀଙ୍କ ବଳିଦାନକୁ ଉପହାସ କରାଯାଇପାରିବ ନାହିଁ। ରାଜୀବ ଗାନ୍ଧି ‘ଖେଳ ରତ୍ନ’କୁ ପରିବର୍ତ୍ତନ କରାଯାଇ ମେଜର୍ ଧ୍ୟାନଚାନ୍ଦ ‘ଖେଳ ରତ୍ନ’ ପୁରସ୍କାର ନାମକରଣ କରାଯାଇଛି। ଏହାକୁ ଜନଭାବନା ବଦଳରେ ରାଜନୀତିକରଣ କୁହାଯିବା ଦରକାର। ରାଜୀବ ଗାନ୍ଧିଙ୍କ ବଳିଦାନକୁ ଅପମାନ ନକରିକି ମଧ୍ୟ ମେଜର୍ ଧ୍ୟାନଚାନ୍ଦଙ୍କୁ ସମ୍ମାନିତ କରାଯାଇପାରିଥାନ୍ତା। ହିନ୍ଦୁସ୍ତାନ ଏବେ ସେହି ପରମ୍ପରା ଓ ସଂସ୍କୃତି ହରାଇ ସାରିଛି। ଆଜି ଯଦି ଧ୍ୟାନଚାନ୍ଦ ବଞ୍ଚିଥାନ୍ତେ, ତାହେଲେ ତାଙ୍କୁ ମଧ୍ୟ ଖରାପ ଲାଗିଥାନ୍ତା।

The post ‘ରାଜୀବଙ୍କୁ ଅପମାନ ନକରି ଧ୍ୟାନଚାନ୍ଦଙ୍କୁ ସମ୍ମାନିତ କରାଯାଇପାରିଥାନ୍ତା’ appeared first on Odisha Reporter.



from Odisha Reporter https://ift.tt/3CyjZx6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages