ସୋର(ଓଡ଼ିଶା ରିପୋର୍ଟର): ବାଲିମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ । ଚୋରା ବାଲି ଚାଲାଣ ବେଳେ ଗାଡ଼ି ଅଟକାଇବାରୁ ଏପରି ଅତର୍କିତ ଆକ୍ରମଣର ଶିକାର ହୋଇଛନ୍ତି ଅତିରିକ୍ତ ତହସିଲଦାର। ପ୍ରାୟ ପ୍ରାୟ ୧୦ରୁ ୧୫ ଯୁବକ ତାଙ୍କୁ ମିଳିତ ଆକ୍ରମଣ କରି ଚେନ୍, ମୋବାଇଲ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ପରେ ଗ୍ରାମବାସୀ ଘଟଣାସ୍ଥଳରୁ ଅତିରିକ୍ତ ତହସିଲଦାରଙ୍କୁ ଉଦ୍ଧାର କରିବା ସହ ଡମ୍ପର ଡ୍ରାଇଭର ଓ ହେଲପରଙ୍କୁ ପୁଲିସ୍ ଜିମା ଦେଇଛନ୍ତି । ଆକ୍ରମଣ କରିଥିବା ୫ ଜଣ ବାଲି ମାଫିଆ ଫେରାର ହୋଇଯାଇଛନ୍ତି । ସେମାନଙ୍କ ଘର ବାଲିଆପାଳ ଅଞ୍ଚଳରେ ବୋଲି ଜଣାପଡିଛି ।
ଏନେଇ ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ କହିଛନ୍ତି, ଭୋଗରାଇ ଯିବା ବାଟରେ ଏକ ଡମ୍ପର ଦେଖିଲୁ। ପଚରାଉଚରା ପରେ ଏତେ ସମୟ କାହିଁକି ରହିଲ ବୋଲି ପଚାରିବାରୁ ଗାଡ଼ି ଖରାପ ହୋଇଯାଇଥିବା କହିଲେ। ମାଲିକଙ୍କୁ ଡାକିବାକୁ କହି ବନ୍ୟା ସ୍ଥଳ ପରିଦର୍ଶନ କରିବାକୁ ଯାଇଥିଲୁ। ସେଠାରୁ ଫେରିବା ବେଳେ ବାଟରେ ୧୦-୧୫ ଜିଣ ଛିଡ଼ା ହୋଇଥିଲେ। ସେମାନେ ଟଣାଓଟରା କରିବା ସହ ମାଡ଼ ମାରିବାରୁ ସାର୍ଟ ଚିରି ଯାଇଥିଲା।
The post ଅତିରିକ୍ତ ତହସିଲଦାରଙ୍କୁ ପିଟିଲେ, ଲୁଟି ନେଲେ appeared first on Odisha Reporter.
from Odisha Reporter https://ift.tt/3xnEedf
No comments:
Post a Comment