ଧାରା ୬୬ଏ: ସମସ୍ତ ରାଜ୍ୟ ସରକାରଙ୍କୁ ତଲବ କଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 2, 2021

ଧାରା ୬୬ଏ: ସମସ୍ତ ରାଜ୍ୟ ସରକାରଙ୍କୁ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇଟି ଆକ୍ଟ ୬୬ଏ କୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କେନ୍ଦ୍ର ସରକାର ପକ୍ଷ ରଖି କୋର୍ଟରେ କହିଛନ୍ତି, ଆଇନ ରଦ୍ଦ ହୋଇଛି ବୋଲି ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଅବଗତ କରାଇଛନ୍ତି। ହେଲେ ଏହାପରେ ବି ରାଜ୍ୟ ସରକାର ଏହି ଆଇନକୁ ବ୍ୟବହାର କରୁଛନ୍ତି। ତେଣୁ କୋର୍ଟ ଏବେ ଏହି ମାମଲାରେ ସମସ୍ତ ରାଜ୍ୟ ସରକାରଙ୍କ ଜବାବ ତଲବ କରିଛନ୍ତି। ସୂଚନାଯୋଗ୍ୟ, ଆଇଟି ଆକ୍ଟ ୬୬ଏକୁ ୨୦୧୫ରେ ସୁପ୍ରିମକୋର୍ଟ ରଦ୍ଦ କରି ଦେଇଥିଲେ। ଏହି ଧାରା ରଦ୍ଦ ହେବା ପରେ ବି କାହିଁକି ବ୍ୟବହାର ହେଉଛି କହି ଜୁଲାଇ ୫ରେ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରକୁ ଜବାବ ମାଗିଥିଲେ।

ମାର୍ଚ୍ଚ ୨୪, ୨୦୧୫ରେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ଦୁଇ ଦିନ ପାଇଁ ମୁମ୍ୱାଇ ବନ୍ଦ ରହିଥିଲା। ଏହାକୁ ପ୍ରତିବାଦ କରି ଫେସବୁକରେ ଦୁଇ ମହିଳା ଏହାକୁ ବିରୋଧ କରିଥିଲେ। ପରେ ପୁଲିସ ଗିରଫ କରିଥିଲା। ଏହାକୁ ବିରୋଧ କରି ଜଣେ ଆଇନଜୀବୀର ଛାତ୍ର ମାମଲା ଦାୟର କରିଥିଲେ। ପରେ କୋର୍ଟ ମାମଲାର ଶୁଣାଣି କରି ଧାରା ୬୬ଏକୁ ରଦ୍ଦ କରିଥିଲେ।

ଆଇଟି ଆକ୍ଟର ଧାରା ୬୬ ଏ ଅନୁସାରେ ଅନଲାଇନ ମିଡିଆରେ କୌଣସି ଆପତ୍ତିଜନକ ମତ ମନ୍ତବ୍ୟ ଦେଲେ, ଜଣକୁ ପୁଲିସ ଗିରଫ କରିପାରିବ ବୋଲି ପ୍ରାବଧାନ ଥିଲା। ଏହା ଦ୍ୱାରା କିନ୍ତୁ ସ୍ୱାଧୀନ ଭାବରେ ମତ ରଖିବାର ପ୍ରତିବନ୍ଧକ ସାଜୁଛି ବୋଲି କହି ସର୍ବୋଚ୍ଚ କୋର୍ଟ ମାର୍ଚ୍ଚ ୨୪, ୨୦୧୫ରେ ରଦ୍ଦ କରି ଦେଇଥିଲେ। ତା ପରେ ମଧ୍ୟ ଏହି ଆଇନରେ ମହାରାଷ୍ଟ୍ରରେ ୩୮୧ଟି, ଝାଡ଼ଖଣ୍ଡରେ ୨୯୧, ଉତ୍ତରପ୍ରଦେଶରେ ୨୪୫, ରାଜସ୍ଥାନରେ ୧୯୨ଟି ମାମଲା ରୁଜୁ କରିଛି ପୁଲିସ। ଅନ୍ୟ ରାଜ୍ୟରେ ବି ଅନେକ ମାମଲା ରୁଜୁ ହୋଇଛି।

ଏହାପରେ ପିପୁଲ ୟୁନିଅନ ଫର ସିଭିଲ ଲିବର୍ଟିଜ (ପିୟୁସିଏଲ) ଏକ ଆବେଦନ କରିଥିଲା। କୋର୍ଟରେ ପକ୍ଷ ରଖି ପିୟୁସିଏଲ କହିଥିଲା, ଏହି ଧାରା ରଦ୍ଦ ହେବା ସତ୍ତ୍ୱେ ବ୍ୟବହାର ହେଉଛି। ତେଣୁ ମୋଟ୍ କେତୋଟି ମାମଲା ରୁଜୁ ହୋଇଛି ସର୍ବଭାରତୀୟ ସ୍ତରରେ ଏହି ଧାରା ଅନୁଯାୟୀ କୋର୍ଟ ଏ ନେଇ କେନ୍ଦ୍ରକୁ ଜବାବ ମାଗିବା ଦରକାର। ଏହି ଧାରା ରଦ୍ଦ ହେବା ବେଳେ ୧୧ଟି ରାଜ୍ୟରେ ମୋଟ୍ ୨୨୯ଟି କେସ ପେଣ୍ଡିଂ ଥିଲା। କିନ୍ତୁ ଧାରା ୬୬ଏ ରଦ୍ଦ ହେବା ପରେ ୧,୩୦୭ଟି ମାମଲା ରୁଜୁ ହୋଇଛି। ୫୦୭ଟି କେସ୍ ପେଣ୍ଡିଂ ରହିଛି। ଏହାପରେ କେନ୍ଦ୍ର ସରକାରକୁ ୨ ସପ୍ତାହ ମଧ୍ୟରେ ତିନି ଜଣିଆ ଖଣ୍ଡପୀଠ ଜଷ୍ଟିସ ଆର ନରିମନ, କେଏମେ ଜୋସେଫ୍ ଏବଂ ବିଆର ଗଭାଇ ଶୁଣାଣି କରି ଜୁଲାଇ ୫ରେ କହିଥିଲେ, ଆଶ୍ଚର୍ଯ୍ୟ ଲାଗୁଛି ଯାହା ବି ହେଉଛି? ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଏହାର ଜବାବ ରଖିବା ଦରକାର ବୋଲି ଖଣ୍ଡପୀଠ  କହିଥିଲେ।

ଏହାପରେ ଜୁଲାଇ ୧୫ରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଧାରାରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ କହିଥିଲା।

The post ଧାରା ୬୬ଏ: ସମସ୍ତ ରାଜ୍ୟ ସରକାରଙ୍କୁ ତଲବ କଲେ ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/3C4bSbB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages