ମଦ ପାଇଁ ପୁଅ ନେଲା ବାପାର ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 8, 2021

ମଦ ପାଇଁ ପୁଅ ନେଲା ବାପାର ଜୀବନ

ଆସିକା(ମନୋଜ ମୁନୀ): ମଦ ପିଇବା ଲାଗି ବାପା ଟଙ୍କା ନ ଦେବାରୁ ଛୁରୀ ଭୁସି ହତ୍ୟା କଲା ପୁଅ। ଏପରି ଅଭାବନୀୟ ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାଛାଇ ଗାଁରେ ଗତ ରାତିରେ ଘଟିଛି। ମୃତକ ହେଲେ କରୁଣାକର ସାହୁ। ହତ୍ୟାକାରୀ ପୁଅ ଫେରାର ହୋଇ ଯାଇଥିବା ଜଣାଯାଇଛି।

ଗତ ରାତିରେ କରୁଣାକରଙ୍କ ସାନପୁଅ ମଦ ପିଇବା ଲାଗି ତାଙ୍କୁ ଟଙ୍କା ମାଗିଥିଲେ l ମାତ୍ର କରୁଣାକର  ଟଙ୍କା ନ ଦେବାରୁ ସାନପୁଅ  ବାପାଙ୍କୁ  ଠେଙ୍ଗାରେ ବାଡେଇବା ସହିତ ଓ ଛୁରୀ ଭୁସି ଫେରାର ହୋଇ ଯାଇଥିଲା।

ପରିବାର ଲୋକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା କରୁଣାକରଙ୍କୁ ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ମାତ୍ର ଡାକ୍ତର  ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l  ଖବର ପାଇ କବିସୂର୍ଯ୍ୟନଗର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତକୁ ଧରି ପାରିନି।  ଏହି ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଛି।

The post ମଦ ପାଇଁ ପୁଅ ନେଲା ବାପାର ଜୀବନ appeared first on Odisha Reporter.



from Odisha Reporter https://ift.tt/3jF5izK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages