ମୁମ୍ବାଇ: ବରିଷ୍ଠ ଅଭିନେତା ଅନୁପମ ଶ୍ୟାମଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ମୁମ୍ବାଇର ଏକ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
କିଡ୍ନୀରେ ସଂକ୍ରମଣ ଯୋଗୁ ୪ ଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ ହୋଇଯିବା ପରେ ଆଜି ତାଙ୍କର ପରଲୋକ ହୋଇଯାଇଛି।
ଅନୁପମଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଦୁଇ ଭାଇ ଅନୁରାଗ ଓ କାଞ୍ଚନ ଉପସ୍ଥିତ ଥିଲେ।
ଧାରାବାହିକ ‘ମନ୍ କୀ ଆୱାଜ ପ୍ରତିଜ୍ଞା’ ମାଧ୍ୟମରେ ସେ ଘରେ ଘରେ ପରିଚିତ ହୋଇଥିଲେ। ୨୦୦୯ରୁ ଏହାର ପ୍ରସାରଣ ଆରମ୍ଭ ହୋଇଥିଲା। ଏଥିରେ ସେ ଠାକୁର ସଜ୍ଜନ ସିଂହ ଚରିତ୍ରରେ ଅଭିନୟ କରିଥିଲେ। ‘ମନ୍ କୀ ଆୱାଜ ପ୍ରତିଜ୍ଞା’ର ସଜିନ୍ ୨ରେ ମଧ୍ୟ ସେ ଥିଲେ ଓ ଶୁଟିଂ ଆରମ୍ଭ କରିସାରିଥିଲେ। ‘ଡୋଲି ଅର୍ମାନୋ କି’ ଓ ‘କ୍ରିଷ୍ଣା ଚଲି ଲଣ୍ଡନ’ ଭଳି ଆଉ କିଛି ଧାରାବାହିକରେ ବି ସେ କାମ କରିଥିଲେ।
ସେହିପରି ତିନି ଦଶନ୍ଧିର ଲମ୍ବା କ୍ୟାରିୟରରେ ଅନୁପମ ‘ସ୍ଲମଡଗ୍ ମିଲିଓନାରୀ’, ‘ବ୍ୟାଣ୍ଡିଡ୍ କୁଇନ୍’ ‘ସତ୍ୟା’, ଦିଲ୍ ସେ’, ‘ହଲ୍ଲା ବୋଲ୍’, ‘ହଜାରୋଁ ଖ୍ୱାଇଶେଁ ଐଶି’, ‘ରକ୍ତ ଚକ୍ର’, ‘କଚ୍ଚେ ଧାଗେ’ ଭଳି ୪୦ରୁ ଅଧିକ ଫିଲ୍ମରେ କାମ କରିଥିଲେ।
The post ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/3CrGwvE
No comments:
Post a Comment