ଟ୍ରକ୍‌ ଉପରକୁ ଚଢ଼ିଥିଲେ ଡ୍ରାଇଭର, ହଠାତ୍‌ ଜଳିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 27, 2021

ଟ୍ରକ୍‌ ଉପରକୁ ଚଢ଼ିଥିଲେ ଡ୍ରାଇଭର, ହଠାତ୍‌ ଜଳିଗଲେ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଏମିତି ବି ଆସେ ମୃତ୍ୟୁ। ଠିକଣା ଜାଗାରେ ଟ୍ରକ୍‌ ପହଞ୍ଚାଇବା ପରେ ମାଲ୍‌ ଅନଲୋଡ କରିବାକୁ ଗାଡ଼ି ଉପରକୁ ଚଢ଼ିଥିବା ବେଳେ ହଠାତ୍‌ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଗଲେ ଡ୍ରାଇଭର। ଘଟଣାସ୍ଥଳରେ ହିଁ ଡ୍ରାଇଭରଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଟ୍ରକ୍‌ର ଅଧା ଅଂଶ ପୋଡ଼ି ଯାଇଛି। ଏପରି ଅଘଟଣ ଆଜି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡୁଙ୍ଗୁରୀପାଲି ଗାଁରେ ଘଟିଛି। ମୃତକ ହେଲେ ବିହାର ସମଷ୍ଟିପୁରର ରାମ କୁମାର ଯାଦବ।

ସୂଚନାଯୋଗ୍ୟ, ଝାରସୁଗୁଡ଼ାରୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଆଜି ବଲାଙ୍ଗିର ଜିଲ୍ଲା ଡୁଙ୍ଗୁରୀପାଲି ଗାଁରେ ପହଞ୍ଚିଥିଲା। ସିମେଣ୍ଟ ଅନଲୋଡ କରିବା ନିମନ୍ତେ ଗାଡ଼ି ଅଟକାଇ ଡ୍ରାଇଭର ଉପରକୁ ଚଢ଼ିଥିଲେ। ମାତ୍ର ହଠାତ୍‌ ସେ ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ରାମ କୁମାର।  ଏହା ସହିତ ଟ୍ରକ୍‌ରେ ମଧ୍ୟ ନିଆଁ ଲାଗିଯାଇଥିଲା।

ତୁଷୁରା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।  ତୁଷୁରା  ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

The post ଟ୍ରକ୍‌ ଉପରକୁ ଚଢ଼ିଥିଲେ ଡ୍ରାଇଭର, ହଠାତ୍‌ ଜଳିଗଲେ appeared first on Odisha Reporter.



from Odisha Reporter https://ift.tt/38iIRLC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages