ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନେ ଉଭୟେ କନ୍ୟା ସନ୍ତାନ ଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସଂପର୍କରେ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଥିବା ବେଳେ ସେଥିରେ ଏହି ଦୁଇ କନ୍ୟା ସନ୍ତାନ ଅଛନ୍ତି।
ଏହି ଦୁଇ ଛୁଆଙ୍କ ମଧ୍ୟରୁ ଜଣଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ। ତାକୁ ୫ ମାସ ହୋଇଥିଲା। ସେ ହୃଦ୍ରୋଗରେ ମଧ୍ୟ ଆକ୍ରାନ୍ତ ଥିଲା। ସେହିପରି ଅନ୍ୟ କନ୍ୟା ସନ୍ତାନଟିକୁ ମାତ୍ର ୧୨ ଦିନ ହୋଇଥିଲା। ସେ କଟକ ଜିଲ୍ଲାର। ସେ ହେମୋଗ୍ଲୋବିନୋପାଥିରେ ମଧ୍ୟ ଆକ୍ରାନ୍ତ ଥିଲା।
ସୂଚନାଯୋଗ୍ୟ, ଏହି ଦୁଇ ଶିଶୁଙ୍କର ମୃତ୍ୟୁ କେବେ ହୋଇଛି, ସେ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ଦିଆଯାଇ ନାହିଁ। ଅଡିଟ୍ ପରେ ଆଉ ୬୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ହେବା ପରେ ଆଜି ଏହି ତାଲିକା ପ୍ରକାଶ କରାଯାଇଛି। ଆଉ ସେଥିରେ ଏହି ଦୁଇ ଶିଶୁଙ୍କ ସଂପର୍କରେ ଉଲ୍ଲେଖ ରହିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୬୯୭ରେ ପହଞ୍ଚିଛି।
ରାଜ୍ୟରେ ବେଶ୍ କିଛି ଦିନ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳେ ରହୁଛି। ଅନ୍ୟପକ୍ଷରେ ଶୂନରୁ ୧୮ ବର୍ଷ ବୟସ ମଧ୍ୟରେ ଦୈନିକ ୧୦୦ ଜଣ ଆକ୍ରାନ୍ତ ହେଉଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି।
The post କରୋନାରେ ଦୁଇ ଶିଶୁଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3gCymrb
No comments:
Post a Comment