ରାହୁଲଙ୍କ ଦମଦାର ଶତକ, ବଡ଼ ସ୍କୋର ଲକ୍ଷ୍ୟରେ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 12, 2021

ରାହୁଲଙ୍କ ଦମଦାର ଶତକ, ବଡ଼ ସ୍କୋର ଲକ୍ଷ୍ୟରେ ଭାରତ

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଦମଦାର ଶତକ ହାସଲ କରିଛନ୍ତି ଟିମ୍‌ ଇଣ୍ଡିଆର ଓପନର କେଏଲ ରାହୁଲ। ରାହୁଲଙ୍କ ଅପରାଜିତ ୧୨୭ ରନ୍‌ ବଳରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଶେଷ ସୁଦ୍ଧା ୩ ୱିକେଟ ହରାଇ ୨୭୬ ରନ୍‌ କରି ନେଇଛି। ଏବେ ଦଳ ହାତରେ ୭ଟି ୱିକେଟ ବାକି ଥିବାରୁ ପ୍ରଥମ ଇନିଂସରେ ବିଶାଳ ସ୍କୋର ହାସଲ କରିବା ଲକ୍ଷ୍ୟରେ ରହିଛି।

ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ରାହୁଲ ୧୨୭ ଓ ଅଜିଙ୍କ୍ୟ ରାହଣେ ୧ ରନ୍‌ କରି ଅପରାଜିତ ରହିଛନ୍ତି। ଦିବସର ଶେଷ ୱିକେଟ ଭାବେ ଅଧିନାୟକ ବିରାଟ କୋହଲି ୪୨ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି।

ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ଦଳର ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରି ଚମତ୍କାର ବ୍ୟାଟିଂ କରିଥିଲେ। ଗୋଟିଏ ପଟେ ରାହୁଲ ରକ୍ଷାଣାତ୍ମକ ବ୍ୟାଟିଂ କରୁଥିବା ବେଳେ ରୋହିତ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୨୬ ରନ୍‌ ଭାଗିଦାରୀ କରି ଇଂଲଣ୍ଡକୁ ସାମାନ୍ୟ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଦୀର୍ଘ ୧୦ ବର୍ଷ ପରେ ବିଦେଶ ମାଟିରେ ଭାରତର ଓପନିଂ ଯୋଡ଼ି ଶତକୀୟ ଭାଗିଦାରୀ କରିବାକୁ ସକ୍ଷମ ହୋଇଥିଲେ। ରୋହିତ ଅର୍ଦ୍ଧଶତକ ହାସଲ କରିବା ପରେ ବଡ଼ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ସେ ଶତକ ଆଡ଼କୁ ଯାଉଥିବା ବେଳେ ତାଙ୍କୁ ଜେମ୍ସ ଆଣ୍ଡରସନ କ୍ଲିନବୋଲ୍ଡ କରି ଦେଇଥିଲେ। ଆଉଟ ହେବା ପୂର୍ବରୁ ରୋହିତ ୧୧ ଚୌକା ଓ ୧ ଛକା ବଳରେ ୮୩ ରନ୍‌ କରିଥିଲେ।

ରୋହିତଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା ପୁଣି ସମସ୍ତଙ୍କୁ ନିରାଶ କରିଥିଲେ। ସେ ମାତ୍ର ୯ ରନ୍‌ କରି ଆଣ୍ଡରସନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୧୫୦ ରନ୍‌ର ଦୁଇ ୱିକେଟ ହରାଇ ଟିମ୍‌ ଇଣ୍ଡିଆ ସାମାନ୍ୟ ବିଚଳିତ ହୋଇପଡ଼ିଥିଲା। ତେବେ କେଏଲ ରାହୁଲ ଓ ବିରାଟ କୋହଲି ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ପ୍ରଥମରୁ ଡିଫେନ୍ସିଭ ଖେଳୁଥିବା ରାହୁଲ ଶଟ ପରେ ଶଟ୍‌ ମାରିବା ଆରମ୍ଭ କରିଥିଲେ। କୋହଲି ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ୩ୟ ୱିକେଟ ପାଇଁ ୧୧୭ ରନ୍‌ ଯୋଡ଼ି ଥିଲେ। ଏଥିସହ ଦୀର୍ଘ ବର୍ଷ ପରେ ଟେଷ୍ଟ ଫର୍ମାଟକୁ କମବ୍ୟାକ୍‌ କରିଥିବା ରାହୁଲ ନିଜର ଶତକ ମଧ୍ୟ ହାସଲ କରିଥିଲେ।

ବିରାଟ ମଧ୍ୟ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହୋଇଥିଲେ। କିନ୍ତୁ ପ୍ରଥମ ଦିନ ଶେଷ ହେବାକୁ ଆଉ ୬ ଓଭର ବାକିଥିବା ବେଳେ ତାଙ୍କୁ ଓଲି ରବିନସନ ଆଉଟ କରି ଭାରତକୁ ବଡ଼ ଝଟକା ଦେଇଥିଲେ। ବିରାଟ ଆଉଟ ହେବା ପୂର୍ବରୁ ୩ଟି ଚୌକା ବଳରେ ୪୨ ରନ୍‌ର ଇନିଂସ ଖେଳିଥିଲେ।

ବିରାଟ ଆଉଟ ହେବା ପରେ ରାହଣେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ରାହୁଲଙ୍କ ସହ ମିଶି ଷ୍ଟମ୍ପ ଅପସାରଣ ଯାଏ ଟିମ୍‌ ଇଣ୍ଡିଆକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ। ୧୨୭ ରନ୍‌ରେ ଅପରାଜିତ ଥିବା ରାହୁଲ ୧୨ଟି ଚୌକା ଓ ୧ ଛକା ମାରିଛନ୍ତି। ସେ କ୍ରିଜ୍‌ରେ ଅପରାଜିତ ଥିବାରୁ ଆଜି ପୁଣିଥରେ ନିଜର ଜଲୱା ଦେଖାଇବେ ବୋଲି ସମସ୍ତେ ଆଶା ରଖିଛନ୍ତି।

The post ରାହୁଲଙ୍କ ଦମଦାର ଶତକ, ବଡ଼ ସ୍କୋର ଲକ୍ଷ୍ୟରେ ଭାରତ appeared first on Odisha Reporter.



from Odisha Reporter https://ift.tt/3m084me

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages