ପୁଣି ଭାରତରେ ଆଉ ଗୋଟିଏ ସିଙ୍ଗଲ ଡୋଜ୍‌ ଟିକାକୁ ମିଳିବ ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 12, 2021

ପୁଣି ଭାରତରେ ଆଉ ଗୋଟିଏ ସିଙ୍ଗଲ ଡୋଜ୍‌ ଟିକାକୁ ମିଳିବ ଅନୁମତି

ନୂଆଦିଲ୍ଲୀ: ଭାରତରେ ଚାଲିଥିବା କରୋନା ବିରୋଧୀ ଟିକାକରଣ କାର୍ଯ୍ୟକ୍ରମ ଆହୁରି ଜୋରଦାର ହେବ। ଜନସନ ଆଣ୍ଡ ଜନସନ୍‌ ପରେ ଭାରତ ସରକାର ସ୍ପୁଟନିକ ଲାଇଟକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବେ ବୋଲି ଜଣାପଡ଼ିଛି। ଆସନ୍ତା ମାସରୁ ଏହାର ବ୍ୟବହାର ମଧ୍ୟ ଆରମ୍ଭ ହୋଇଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜନସନ ଆଣ୍ଡ ଜନସନର ଟିକା ଭଳି ସ୍ପୁଟନିକ ଲାଇଟ୍‌ ମଧ୍ୟ ସିଙ୍ଗଲ ଡୋଜ୍‌ ବିଶିଷ୍ଟ ଟିକା। ଏହାର ଅର୍ଥ ଜଣେ ବ୍ୟକ୍ତିଙ୍କୁ କେବଳ ଟିକାର ଗୋଟିଏ ଡୋଜ୍‌ ହିଁ ନେବାକୁ ପଡ଼ିବ।

ମିଳିଥିବା ସୂଚନା ଅନୁଯାୟୀ, ସ୍ପୁଟନିକ ଲାଇଟ୍‌କୁ ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ସହ ମିଶି ଗାମେଲିୟା ଇନିଷ୍ଟିଚ୍ୟୁଟ ତିଆରି କରିଛି। ପୂର୍ବରୁ ଗାମେଲିୟା ସ୍ପୁଟନିକ-ଭି କରୋନା ଟିକା ତିଆରି କରିଥିଲା। ଏହା ଭାରତରେ ମଧ୍ୟ ବ୍ୟବହାର କରାଯାଉଛି। ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ସହ ପାର୍ଟନର ଥିବା ପାନାସେଆ ବାୟୋଟେକ୍‌ ଭାରତରେ ସ୍ପୁଟନିକ ଲାଇଟ୍‌ର ଉତ୍ପାଦନ ପାଇଁ ଲାଇସେନ୍ସ ପାଇଛି।

ଏହି କମ୍ପାନୀ ଟିକା ସମ୍ପର୍କିତ ଦସ୍ତାବିଜ୍‌କୁ ଭାରତ ସରକାରଙ୍କ ପାଖରେ ଦାଖଲ କରି ଦେଶରେ ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଲୋଡ଼ିଥିଲା। ଭାରତ ସରକାର ମଧ୍ୟ ଦସ୍ତାବିଜରେ ଥିବା ଟିକାର ପ୍ରଭାବ ସଂକ୍ରାନ୍ତ ତଥ୍ୟ ଦେଖି ସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ସେପ୍ଟେମ୍ବର ମାସରୁ ଏହାର ବ୍ୟବହାର ପାଇଁ ଅନୁମତି ମିଳିପାରେ ବୋଲି କୁହାଯାଉଛି।

ଅନୁମତି ମିଳିବା ପରେ ଟିକାର ସୀମିତ ବ୍ୟବହାର କରାଯିବ। ସ୍ପୁଟନିକ ଲାଇଟ୍‌ ଟିକାର ଦାମ ପ୍ରାୟ ୭୫୦ ଟଙ୍କା ରହିବ ବୋଲି ଜଣାପଡ଼ିଛି। ଏହି ଟିକାର ଟ୍ରାଏଲ ରୁଷରେ କରାଯାଇଥିଲା। ଟିକା କରୋନା ବିରୋଧରେ ୮୦% ସଫଳ। ଟିକା ନେବାର ୨୮ ଦିନ ପରେ ଏହାର ପ୍ରଭାବ ଜଣେ ବ୍ୟକ୍ତିଙ୍କ ଶରୀରରେ ଦେଖିବାକୁ ମିଳୁଥିବା ଟ୍ରାଏଲରୁ ସ୍ପଷ୍ଟ ହୋଇଛି। ଏହାକୁ ଆଧାର କରି ଭାରତ ସରକାର ସ୍ପୁଟନିକ ଲାଇଟର ବ୍ୟବହାର ପାଇଁ ଅନୁମତି ଦେଇପାରନ୍ତି।

The post ପୁଣି ଭାରତରେ ଆଉ ଗୋଟିଏ ସିଙ୍ଗଲ ଡୋଜ୍‌ ଟିକାକୁ ମିଳିବ ଅନୁମତି appeared first on Odisha Reporter.



from Odisha Reporter https://ift.tt/3iD1GPv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages