ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜରାସ୍ତାରେ ଥୁଆ ହୋଇଛି ହାଣ୍ଡି, ଡେକଚି, କଢ଼େଇ । ପେଟପାଟଣା ପାଇଁ ରାଜଧାନୀରେ ଚାଲିଛି ଜୋରଦାର ବିକ୍ଷୋଭ ପ୍ରଦର୍ଶନ । ଦୀର୍ଘ ୨ ବର୍ଷ ଧରି ବେକାର ବସିବା ପରେ ଶେଷରେ ସ୍ଥିତି ଅସମ୍ଭାଳ ହେବାରୁ ଆଜି ଭୁବନେଶ୍ୱର ଲୋୟର ପିଏମ୍ଜିରେ ଧାରଣାରେ ବସି ଗର୍ଗିଛନ୍ତି ଟେଣ୍ଟ, କ୍ୟାଟରିଂ, ଫୁଲ, ଲାଇଟ୍ ଆଣ୍ଡ ସାଉଣ୍ଡ ଆସୋସିଏସନର ସଦସ୍ୟ।
“‘୨୫ ଲୋକ ନୁହେଁ, ୩୦୦ ଲୋକଙ୍କ ପାଇଁ ଅନୁମତି ଦିଅ। ମଲ, ସିନେମା ହଲ, ପାର୍କ ସବୁ ଖୋଲି ସାରିଲାଣି । ହେଲେ ଆମକୁ ଅନୁମତି ମିଳୁନି। ୨ ଓଳି ଖାଇବା ଯୋଗାଡ଼ କରିବା ଆମ ପାଇଁ କଷ୍ଟକର ହୋଇ ପଡ଼ିଲାଣି। ତେଣୁ ଯାହା ହେଉ ଆମକୁ ଅନୁମତି ଦିଅ।” ଏପରି ଭାବେ ଆଜି ସରକାରଙ୍କୁ ନିଜ ଦୁଃଖ ଜଣାଇଛନ୍ତି ଟେଣ୍ଟ, କ୍ୟାଟରିଂ, ଫୁଲ, ଲାଇଟ୍ ଆଣ୍ଡ ସାଉଣ୍ଡ ଆସୋସିଏସନର ସଦସ୍ୟ ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଅନୁଷ୍ଠାନକୁ ଖୋଲିବାକୁ ଅନୁମତି ମିଳୁଛି। ହେଲେ ବିବାହ, ବ୍ରତ, ଶୁଦ୍ଧି କ୍ରିୟାରେ ୨୫ ଲୋକ ଏକତ୍ରିତ ହୋଇ ପାରିବେ ବୋଲି ଅନୁମତି ଦିଆଯାଇଥିବାରୁ କ୍ୟାଟରିଂ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି।
ଏନେଇ ସଂଘର କର୍ମକର୍ତ୍ତା କହିଛନ୍ତି, ୨ ବର୍ଷ ହେଲା ଆମେ ବେକାର ହୋଇ ବସିଛୁ। ୫ ହଜାର ମାଲିକକୁ ଷ୍ଟାଫ ସଂଖ୍ୟା ୧୦ ଲକ୍ଷ । ୧୦ ଲକ୍ଷ ପରିବାରଙ୍କୁ ଆମେ ପୋଷୁଛୁ। କିନ୍ତୁ ଏବେ ନିଜେ ଚଳିବା କଷ୍ଟକର ହୋଇ ପଡ଼ିଲାଣି। ନା ଷ୍ଟାଫଙ୍କୁ ଚଳାଇ ପାରୁଛୁ ନା ନିଜେ ଚଳି ପାରୁଛୁ। ୨ ବର୍ଷ ହେଲାଣି ଆମେ ବେକାର ହୋଇ ବସିଛୁ। ତେଣୁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟରେ ୨୫ ପରିବର୍ତ୍ତେ ୩୦୦ ଲୋକଙ୍କୁ ଅନୁମତି ଦିଅନ୍ତୁ। ଅଗଷ୍ଟ ୧୫ ଭିତରେ ପରିମଶନ ମିଳିଲେ କିଛି ବୁକିଂ କରିପାରିବୁ।
ଅନ୍ୟ ଜଣେ କର୍ମକର୍ତ୍ତା କହିଛନ୍ତି, ସରକାର ମଲ୍, ସିନେମା ହଲ୍, ପାର୍କ ଆଦି ସବୁ ଖୋଲି ସାରିଲେଣି। ହେଲେ ଆମକୁ କାହିଁକି ୨୫ରେ ସୀମିତ ରଖିଛନ୍ତି । ୨୫ ଲୋକରେ କୌଣସି କାମ କରିବା ସମ୍ଭବ ନୁହେଁ। ଅତି କମ୍ରେ ୩୦୦ ଲୋକଙ୍କୁ ଅନୁମତି ଦିଅନ୍ତୁ। ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଆମେ କାମ କରିବାକୁ ରାଜି ଅଛୁ।
ପେଟପାଟଣା ପାଇଁ ଜିଦ୍ରେ ଅଡ଼ି ବସିଥିବା କ୍ୟାଟରିଂ ବ୍ୟବସାୟୀଙ୍କ ଦାବି ସରକାର କେତେ ଦୂର ମାନୁଛନ୍ତି, ନା ସେମାନଙ୍କ ପାଇଁ କିଛି ଅଲଗା ବ୍ୟବସ୍ଥା କରୁଛନ୍ତି, ତାହା ଆଗାମୀ ଦିନରେ ଜଣାପଡ଼ିବ।
The post ଗର୍ଜିଲେ କ୍ୟାଟରିଂ ବ୍ୟବସାୟୀ- ‘୨୫ ନୁହେଁ ୩୦୦ ଲୋକଙ୍କୁ ଅନୁମତି ଦିଅ’ appeared first on Odisha Reporter.
from Odisha Reporter https://ift.tt/2XbxoLy
No comments:
Post a Comment