ଜେଇଇ ମେନ୍‌ ଟପ୍ପର, କିନ୍ତୁ IITରେ ପଢ଼ିବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 9, 2021

ଜେଇଇ ମେନ୍‌ ଟପ୍ପର, କିନ୍ତୁ IITରେ ପଢ଼ିବେନି

ନୂଆଦିଲ୍ଲୀ: ଜେଇଇ ପରୀକ୍ଷାରେ ହୋଇଛନ୍ତି ଟପ୍ପର। ରଖିଛନ୍ତି ୧୦୦ ପ୍ରତିଶତ ମାର୍କ। କିନ୍ତୁ ଇଞ୍ଜିନିୟରିଂ କରିବାକୁ ଚାହୁଁନାହାନ୍ତି ହରିୟାଣାର ମେଧାବୀ ଛାତ୍ର ଅନମୋଲ ଅରିଚୱାଲ। ସେ ଆଇଆଇଟିରେ ଇଞ୍ଜିନିୟରିଂ ନପଢ଼ି ରିସର୍ଚ୍ଚ ବା ଗବେଷଣାରେ ଅଧିକ ରୁଚି ରଖିଛନ୍ତି।

ଶୁକ୍ରବାର ୨୦୨୧ ଜେଇଇ ମେନ୍ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ୧୭ ଜଣ ଶତ ପ୍ରତିଶତ ମାର୍କ ରଖିଛନ୍ତି। ହରିୟାଣାରେ ରହୁଥିବା ଅନମୋଲ ମଧ୍ୟ ଶତ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି। କିନ୍ତୁ ସେ ଆଇଆଇଟିରେ ଇଞ୍ଜିନିୟରିଂ ବଦଳରେ ଗବେଷଣାରେ ଅଧିକ ମନୋ ନିବେଶ କରିବାକୁ ଇଚ୍ଛା ରଖିଥିବା କହିଛନ୍ତି।

ସେ କହିଛନ୍ତି ଯେ, ତାଙ୍କ ଲକ୍ଷ୍ୟ ରହିଛି ବେଙ୍ଗାଲୁରୁ ଆଇଆଇଏସସିରେ କ୍ୱାଲିଫାଇ କରିବା। ଏଥିରେ ସେ ଗଣିତରେ ବିଏସସି କରିବେ। ପୂର୍ବରୁ କରୋନା ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଯାହା ତାଙ୍କୁ ନିରାଶ କରିଥିଲା। କେବେ ପରୀକ୍ଷା ତାରିଖ ଘୋଷଣା ହେବ ସେ ଅନିଶ୍ଚିତତାରେ ରହିଥିଲେ।

ଅନମୋଲଙ୍କ ବାପା ଜଣେ ଓକିଲ। ମାଆ ସଂସ୍କୃତ ଅଧ୍ୟାପିକା। ତାଙ୍କର ଜଣେ ସାନ ଭଉଣୀ ମଧ୍ୟ ଅଛନ୍ତି। ଅନମୋଲ କହିଛନ୍ତି ଯେ, ସେ ବହୁତ ଭାଗ୍ୟବାନ ଅଟନ୍ତି। ତାଙ୍କ ପରିବାରର କେହି କରୋନା ଆକ୍ରାନ୍ତ ହୋଇନାହାଁନ୍ତି। କରୋନା କାଳରେ ସେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଲାଗି ଅଳଗା କୋଠରୀରେ ରହୁଥିଲେ। ଅନଲାଇନ୍ କ୍ଲାସ୍ କରୁଥିଲେ। ଜେଇଇ ପରୀକ୍ଷାରେ ସେ ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଥିସହ କଠନ ପରିଶ୍ରମ ମଧ୍ୟ କରିଥିଲେ। ପାଠପଢା ବ୍ୟତୀତ ସେ ବ୍ୟାଡମିଣ୍ଟନ ଖେଳିବା ଓ ସାଇକେଲ ଚଲାଇବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି।

The post ଜେଇଇ ମେନ୍‌ ଟପ୍ପର, କିନ୍ତୁ IITରେ ପଢ଼ିବେନି appeared first on Odisha Reporter.



from Odisha Reporter https://ift.tt/3ivtEMX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages