ମୁମ୍ବାଇ: ଏକ ଲମ୍ବା ବ୍ୟବଧାନ ପରେ ପୁଣି ଥରେ ଲୋକଙ୍କୁ ହସାଇବାକୁ ଫୁଲ୍ ଦମ୍ରେ ରେଡ୍ଡି କପିଲ ଶର୍ମାଙ୍କ ନୂଆ ଟିମ୍। ଆସନ୍ତା ୨୧ ତାରିଖରୁ ସୋନି ଟିଭିରେ ‘ଇଣ୍ଡିଆନ୍ ଆଇଡଲ’ ସମୟରେ ପ୍ରସାରିତ ହେବ ‘ଦ କପିଲ ଶର୍ମା ଶୋ’। ଏଥିରେ କପିଲଙ୍କ ସହ ଭାରତୀ, କୃଷ୍ଣା ଅଭିଷେକ ଓ ନୂଆ ମୁହଁ ଭାବେ ସୁଦେଶ ଲାହରୀଙ୍କ ଦମଦାର ପରଫରମାନ୍ସ ଦେଖିବାକୁ ମିଳିବ। ହେଲେ ନୂଆ ସିଜିନ୍ରେ ସୁମୋନା ଚର୍କବର୍ତ୍ତୀ ସାମିଲ ହୋଇଛନ୍ତି ନା ତାଙ୍କୁ ବାହାର ରାସ୍ତା ଦେଖିବାକୁ ପଡ଼ିଛି ତାକୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ଏହା ଉପରୁ ପରଦା ଉଠାଇଛନ୍ତି ଅର୍ଚ୍ଚନା ପୂରନ ସିଂ।
ଏକ ସାକ୍ଷାତକାରରେ ଆପଣ ସୁମୋନାଙ୍କୁ ମିସ୍ କରୁଛନ୍ତି କି ବୋଲି ପଚରା ଯିବାରୁ ଅର୍ଚ୍ଚନା କହିଛନ୍ତି ବିଲକୁଲ୍ ନୁହେଁ। ଯେଉଁମାନେ ଭାବୁଛନ୍ତି ସୁମୋନା ଏହି ଶୋ’ରୁ ବାହାର ହୋଇଯାଇଛନ୍ତି, ସେମାନଙ୍କୁ ଖୁବ୍ ଶୀଘ୍ର ସରପ୍ରାଇଜ ମିଳିବ। ଶୋ’ରେ ସୁମୋନାଙ୍କ ଏଣ୍ଟ୍ରି ହେବା ପକ୍କା। ହେଲେ ଏଥର ତାଙ୍କ ଚରିତ୍ର ବଦଳି ଯାଇଛି। ଏଥର ଭୁରି ରୋଲରେ ନୁହେଁ, ଅନ୍ୟ ଏକ ଦମଦାର ଚରିତ୍ରରେ ନଜର ଆସିବେ ସେ।
ଏଥର କପିଲ ନିଜ ପରିବାର ସଦସ୍ୟଙ୍କ ସଂଖ୍ୟା ବଢ଼ାଇଥିବା ବେଳେ ବେଳେ ସେଟ୍, ବ୍ୟାକ୍ଗ୍ରାଉଣ୍ଡ ସବୁଥିରେ ଆଣିଛନ୍ତି ପରିବର୍ତ୍ତନ। କିଛି ଦିନ ପୂର୍ବେ କପିଲଙ୍କ ନୂଆ ଟିମ୍ର ପ୍ରୋମୋ ସୋଶାଲ ମିଡିଆରେ ଧୂମ୍ ମଚାଇଥିଲା। କପିଲଙ୍କ ନୂଆ ସିଜିନ୍ର ପ୍ରଥମ ଶୋ’ର ବଲିଉଡର ସିଂଘମ ଅଜୟ ଦେବଗନ, ନୋରା ଫତେହି ଓ ଶରଦ କେଲକାର ପ୍ରମୁଖ ଗେଷ୍ଟ ହେବେ ବୋଲି ଜଣାଯାଇଛି।
କିଛି ଦିନ ପୂର୍ବେ ସୁମୋନା ଏକ ପୋଷ୍ଟ କରି ତାଙ୍କ ପାଖରେ କିଛି କାମ ନ ଥିବା ବେଳେ ଦୀର୍ଘ ୧୦ ବର୍ଷ ହେଲା ସେ ଏକ ବେମାରରେ ପୀଡ଼ିତ ଥିବା କହିଥିଲେ। ହେଲେ ନିଜ ଘର ଚଳାଇବା ପାଇଁ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବନି ବୋଲି କହିଥିଲେ ସୁମୋନା।
The post ସୁମୋନାଙ୍କ ଘର ବାହୁଡ଼ା ହେବ କି? ଅର୍ଚ୍ଚନା କହିଲେ ଫ୍ୟାନ୍ସ ସରପ୍ରାଇଜ୍ ହେବେ… appeared first on Odisha Reporter.
from Odisha Reporter https://ift.tt/3xGtgQk
No comments:
Post a Comment