୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର, ଗର୍ଭଗୃହକୁ ପ୍ରବେଶ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 18, 2021

୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର, ଗର୍ଭଗୃହକୁ ପ୍ରବେଶ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କୋପ ଧିରେ ଧିରେ କମିବା ପରେ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଧର୍ମପୀଠ ଭକ୍ତଙ୍କ ପାଇଁ ଖୋଲି ସାରିଲାଣି। ରାଜ୍ୟର ପ୍ରାୟତଃ ସମସ୍ତ ଧର୍ମାନୁଷ୍ଠାନ ଖୋଲି ଯାଇଥିବା ବେଳେ ଲିଙ୍ଗରାଜ ମନ୍ଦିର ଖୋଲିବା ନିମନ୍ତେ ମନ୍ଦିର ଟ୍ରଷ୍ଟ ବୋର୍ଡ ଉପରେ ଛଡ଼ା ଯାଇଥିଲା। ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ଅନୁଯାୟୀ, ସେପ୍ଟେମ୍ବର ୧ରୁ କୋଭିଡ୍ କଟକଣା ମଧ୍ୟରେ ଖୋଲିବ ଲିଙ୍ଗରାଜ ମନ୍ଦିର ।

ନିଷ୍ପତ୍ତି ଅନୁଯାୟୀ, ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ । ସମସ୍ତ ଶ୍ରଦ୍ଧାଳୁ ବାହାର କାଠ ନିକଟରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ।  ମନ୍ଦିର ଖୋଲିବା ନେଇ ସର୍କିଟ ହାଉସରେ ବୈଠକ ବସିଥିବା ବେଳେ ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ, ମନ୍ଦିର କାର୍ଯ୍ୟକାରୀ ଅଧିକାରୀ, ଏଡିଏମ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ  ଓ ୩ ନିଯୋଗ ସମ୍ପାଦକ ଉପସ୍ଥିତ ଥିଲେ ।

ବ୍ରାହ୍ମଣ ନିଯୋଗ ସମ୍ପାଦକଙ୍କ ସୂଚନା ଅନୁସାରେ, କୋଭିଡ ଗାଇଡଲାଇନ୍ ପାଳନ ସହ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ଡବଲ୍ ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି । ଏଥିସହ ସମସ୍ତେ ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ଉପରେ ପ୍ରାଧାନ୍ୟ ଦିଆଯିବ  ।

The post ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର, ଗର୍ଭଗୃହକୁ ପ୍ରବେଶ ମନା appeared first on Odisha Reporter.



from Odisha Reporter https://ift.tt/37XB1Hc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages