‘୨୦ ସୁଦ୍ଧା ବାହାରିବ ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ରେଜଲ୍ଟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 7, 2021

‘୨୦ ସୁଦ୍ଧା ବାହାରିବ ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ରେଜଲ୍ଟ’

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ରେଜଲ୍ଟ । ଏଥିଲାଗି ଜୋରଦାର ଉଦ୍ୟମ  ଚାଲିଛି।  ଚଳିତ ବର୍ଷ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ସତ୍ତ୍ୱେ   ଗତବର୍ଷଠାରୁ ଶୀଘ୍ର ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ।  ଅଫଲାଇନ୍‌ ପରୀକ୍ଷା ଦେଇଥିବା ପିଲାଙ୍କୁ ବି ନାମ ଲେଖା ପାଇଁ ଯଥେଷ୍ଟ ସୁଯୋଗ ମିଳିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଏନେଇ ମନ୍ତ୍ରୀ କହିଛନ୍ତି, ଗତ ବର୍ଷ କିଛି ସମସ୍ୟା ନ ଥାଇ ଅଗଷ୍ଟ ୨୧ରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଏହାର ସପ୍ତାହକ ପୂର୍ବରୁ ଆରମ୍ଭ ହେବ ଆଡ଼ମିଶନ ପ୍ରକ୍ରିୟା ।

ଅପରପକ୍ଷେ, ମାଟ୍ରିକ ଅଫଲାଇନ୍‌ ଖାତା ଦେଖା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ୨୦ ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ। ଏଥିପାଇଁ ବୋର୍ଡ  ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।  ଖୁବ୍‌ ଶୀଘ୍ର ତାରିଖ ଘୋଷଣା କରାଯିବ । ଅଫଲାଇନ୍‌ ପରୀକ୍ଷା ଦେଇଥିବା କୌଣସି ପିଲା ଯେପରି ଯୁକ୍ତ୨ରେ ଆଡମିଶନ ପାଇବାରୁ ବଞ୍ଚିତ ନ ହୁଅନ୍ତି ତା’ ଉପରେ ତିକ୍ଷଣ ଦୃଷ୍ଟି ରଖିଛୁ। ଏପରିକି     ଆବଶ୍ୟକ ପଡ଼ିଲେ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା  ଗୋଟିଏ ମାସ ପାଇଁ  ରଖିବାକୁ  ସ୍ଥିର କରିଛୁ ବୋଲି କହିଛନ୍ତି ମନ୍ତ୍ରୀ।

ଏଥର ୫୫ ହଜାରରୁ ଅଧିକ ସିଟ ବୃଦ୍ଧି ପାଇଁ କଲେଜଗୁଡିକ ଆବେଦନ କରିଛନ୍ତି । ତେବେ ବିଜ୍ଞାନ ପାଇଁ ଲାବୋରେଟୋରୀ ସମସ୍ୟା ହୋଇପାରେ । ତେଣୁ ଏସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି। ଗତକାଲି ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମଧ୍ୟ ବୈଠକ ବସିଥିଲା । ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ହେଉଛି । ସେମାନେ ଲାବୋରେଟୋରୀ ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଥିବା ମନ୍ତ୍ରୀ କହିଛନ୍ତି ।

 

The post ‘୨୦ ସୁଦ୍ଧା ବାହାରିବ ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ରେଜଲ୍ଟ’ appeared first on Odisha Reporter.



from Odisha Reporter https://ift.tt/2VDHwvS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages