ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିଲେ ତାଲିବାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 26, 2021

ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିଲେ ତାଲିବାନୀ

କାବୁଲ: ଧୀରେଧୀରେ ତାଲିବାନୀଙ୍କ ଅସଲ କାଣ୍ଡକାରନାମା ସାମ୍ନାକୁ ଆସିବାରେ ଲାଗିଛି। ଆଗରୁ ସାଧାରଣ ଲୋକ, ସରକାରୀ କର୍ମଚାରୀ ଓ ମହିଳାଙ୍କ ସହ ଗୁଣ୍ଡାଗର୍ଦ୍ଦି କରୁଥିବା ତାଲିବାନୀ ଏବେ ସାମ୍ବାଦିକମାନଙ୍କୁ ଟାର୍ଗେଟ କରିଛନ୍ତି।

ଆଜି ଆଫଗାନର ମିଡିଆ ଚ୍ୟାନେଲ ଟୋଲୋ ନ୍ୟୁଜର ଜଣେ ସାମ୍ବାଦିକ ଓ ତାଙ୍କ କ୍ୟାମେରାମ୍ୟାନଙ୍କୁ ତାଲିବାନୀମାନେ ବନ୍ଧୁକ ମୁନରେ ଅଟକ ରଖି ପ୍ରବଳ ମାଡ଼ ମାରିଛନ୍ତି। ଟୋଲୋ ନ୍ୟୁଜ ପକ୍ଷରୁ କୁହାଯାଇଛି ଯେ ଚ୍ୟାନେଲର ରିପୋର୍ଟର ଜିଆର ୟାଦ ଓ ତାଙ୍କ କ୍ୟାମେରାମ୍ୟାନ କାବୁଲରେ ରିପୋର୍ଟିଂ କରୁଥିବା ବେଳେ ତାଲିବାନ ଯୋଦ୍ଧାମାନେ ସେମାନଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିଛନ୍ତି। ସାମ୍ବାଦିକ ଜିଆର କାବୁଲର ଦାରିଦ୍ର୍ୟ ଓ ବେକାରୀ ସମସ୍ୟା ଉପରେ ରିପୋର୍ଟ କରୁଥିବା ବେଳେ ଏପରି ଆକ୍ରମଣର ଶିକାର ହୋଇଛନ୍ତି।

ସେହିପରି ଜିଆର ମଧ୍ୟ ପୂରା ଘଟଣା ସମ୍ପର୍କରେ ଟ୍ୱିଟ କରିଛନ୍ତି, ସେ କହିଛନ୍ତି, “ମୁଁ ରିପୋର୍ଟିଂ କରୁଥିବା ବେଳେ କାବୁଲର ନ୍ୟୁ ସିଟିରେ ମୋତେ ତାଲିବାନୀମାନେ ପ୍ରବଳ ମାଡ଼ ମାରିଛନ୍ତି। କ୍ୟାମେରା, କିଛି ବୈଷୟିକ ସାମଗ୍ରୀ ଓ ମୋର ବ୍ୟକ୍ତିଗତ ମୋବାଇଲକୁ ସେମାନେ ନିଜ ସହ ନେଇ ଯାଇଛନ୍ତି।

ଆକ୍ରମଣରେ ମୋର ମୃତ୍ୟୁ ଘଟିଥିବା ବୋଲି କିଛି ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏହା ସଂପୂର୍ଣ୍ଣ ମିଛ। ତାଲିବାନୀମାନେ ଗୋଟିଏ ଲ୍ୟାଣ୍ଡ କ୍ରୁଜ ଗାଡ଼ିରୁ ଓହ୍ଲାଇ ଗନ ପଏଣ୍ଟରେ ମୋତେ କେବଳ ମାଡ଼ ମାରିଛନ୍ତି। ମୁଁ ଏଯାଏ ଜାଣିନି ସେମାନେ କାହିଁକି ଏମିତି କଲେ ଓ ମୋତେ କାହିଁକି ଅତର୍କିତ ଭାବେ ଆକ୍ରମଣ କଲେ? ଏହି ଘଟଣାକୁ ତାଲିବାନୀ ନେତାଙ୍କୁ ଅବଗତ କରାଯାଇଛି। କିନ୍ତୁ ଆକ୍ରମଣକାରୀ ଏଯାଏ ଗିରଫ ହୋଇନାହାନ୍ତି। ଏହା ବାକ୍‌ ସ୍ୱାଧୀନତା ପ୍ରତି ବଡ଼ ବିପଦ।”


ତାଲିବାନ ଆଫଗାନ ଦଖଲ କରିବା ପରେ ଅନେକ ସାମ୍ବାଦିକ ଓ ସେମାନଙ୍କ ପରିବାର ଲୋକଙ୍କୁ ହତ୍ୟା କରିଛି। ସ୍ଥାନୀୟ ସାମ୍ବାଦିକଙ୍କ ସହ ଭାରତ ଡାନିଶ ସିଦ୍ଦିକ ମଧ୍ୟ ତାଲିବାନ ଆକ୍ରମଣରେ ଜୀବନ ହରାଇଛନ୍ତି। ତାଲିବାନୀ ଯୋଦ୍ଧାମାନେ ଘର ଘର ବୁଲି ସାମ୍ବାଦିକମାନଙ୍କୁ ଖୋଜୁଛନ୍ତି। ନିକଟରେ ସେମାନେ ଜର୍ମାନ ମିଡିଆ ଆର୍ଗାନାଇଜେସନରେ କାମ କରୁଥିବା ଜଣେ ସାମ୍ବାଦିକଙ୍କୁ ଖୋଜି ନ ପାଇବାରୁ, ତାଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ଦେଇଥିଲେ।

The post ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିଲେ ତାଲିବାନୀ appeared first on Odisha Reporter.



from Odisha Reporter https://ift.tt/3koOj5k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages