ବାଜିଲାନି ପସନ୍ଦ ମୁତାବକ ଗୀତ, ମଣ୍ଡପକୁ ଗଲେନି ନବବଧୂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 26, 2021

ବାଜିଲାନି ପସନ୍ଦ ମୁତାବକ ଗୀତ, ମଣ୍ଡପକୁ ଗଲେନି ନବବଧୂ

ନୂଆଦିଲ୍ଲୀ: ବିବାହ ଦିନଟିକୁ ସ୍ୱତନ୍ତ୍ର କରିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ ପୂର୍ବରୁ କେତେ କ’ଣ ପ୍ରସ୍ତୁତି କରନ୍ତି। ବିଶେଷ କରି ଯୁବତୀମାନେ ଅଧିକ ପ୍ଲାନିଂ କରିଥା’ନ୍ତି। ବିବାହର ଲେହେଙ୍ଗା ଠାରୁ ଆରମ୍ଭ କରି ମେକ୍‌-ଅପ୍‌ ମେହେନ୍ଦୀ, ହଳଦିକୁ ନେଇ କରିଥାନ୍ତି ନାନା ଯୋଜନା। ଏସବୁ ଜନିଷ ଯଦି କନିଆଁର ମନପସନ୍ଦ ମୁତାବକ ନହେଲା ତେବେ କଥା ସରିଲା। ତା’ ମନକୁ କଷ୍ଟ ହୁଏ। ନିକଟରେ ଏଭଳି ହିଁ କିଛି ଘଟିଛି ଏକ ବିବାହରେ।

ବିବାହ ଚାଲିଥିଲା। ଏଣ୍ଟ୍ରି କରିବାକୁ ପୂରା ପ୍ରସ୍ତୁତ ଥିଲେ ନବବଧୂ। ହେଲେ ଠିକ୍‌ ସମୟରେ ବାଜିଲାନି ତାଙ୍କ ମନପସନ୍ଦର ଗୀତ। ବାସ୍‌ ଏତିରେ ବିଗିଡିଗଲା ତାଙ୍କ ମୁଡ୍‌, ରାଗିଗଲେ। ରାଗ ଏତେ ଯେ ସେ ଆଉ ବିବାହ ମଣ୍ଡପକୁ ମଧ୍ୟ ଏଣ୍ଟ୍ରି କଲେ ନାହିଁ। ଭୁଲ୍‌ ଗୀତ ବାଜିବାରୁ ତାଙ୍କ ମନକୁ ଆଘାତ ଲାଗିଲା। ଗୋଡ କଚାଡି କାନ୍ଦୁଣୁ ମାନ୍ଦୁଣୁ ହୋଇଗଲେ। ଏପରିକି ଅଧା ବାଟରୁ ସେ ପଛକୁ ଫେରି ଯିବାକୁ ମଧ୍ୟ ଚେଷ୍ଟା କରିଥିଲେ। ନିକଟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓଟିକୁ ଖୋଦ ନବବଧୂ ସାଜିଥିବା ଶିବାନୀ ପପ୍ପଲ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏଥିରେ କ୍ୟାପସନରେ ସେ ଲେଖିଛନ୍ତି,‘ମୁଁ ମଣ୍ଡପକୁ ଏଣ୍ଟ୍ରି କରିବା ସମୟରେ ମୋ ପସନ୍ଦ ମୁତାବକ ଗୀତ ବାଜି ନଥିଲା।’ ଭିଡିଓରେ ଦେଖିବାକୁ ମିଳିଛି ଯେ, ନବବଧୂ ଜଣକ କହୁଛନ୍ତି ମୁଁ ଯେଉଁ ଗୀତ ବଜାଇବାକୁ କହିଥିଲି ତାହା କାହିଁକି ବାଜିଲାନି? ପରିବାର ଲୋକେ ତାଙ୍କୁ ବହୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କିଛି ବୁଝୁ ନାହାନ୍ତି। ଏଥିରେ ଅସନ୍ତୁଷ୍ଟ ହୋଇ ନବବଧୂଙ୍କ ଗୋଡ ଅଉ ମଣ୍ଡପ ଆଡକୁ ବଢ଼ିନଥିଲା। ଏହା ଦେଖି ସେଠାରେ ଉପସ୍ଥିତ ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଭିଡିଓଟି ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ଯାଏ ଏହାକୁ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ୟୁଜର ଏହି ଭିଡିଓରେ ମଜାଦାର କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଆରେ, ଇଏ ତ ପାପାର ପରୀ’। ସେହିପରି ଅନ୍ୟ ଜଣେ ଲେଖିଛନ୍ତି ‘ଡିଜେ ବାଲେ ବାବୁ ଦୁଲହନ କା ଗାନା ବଜାଦେ’। ସେହିପରି ଆଉ ଜଣେ କହିଛନ୍ତି, ଏହି ଦିନଟି ତାଙ୍କ ଦିନ। ଏଥିପାଇଁ ତାଙ୍କ ପସନ୍ଦ ମୁତାବକ ଗୀତ ବାଜିବା ଉଚିତ।

 

View this post on Instagram

 

A post shared by Voompla (@voompla)

The post ବାଜିଲାନି ପସନ୍ଦ ମୁତାବକ ଗୀତ, ମଣ୍ଡପକୁ ଗଲେନି ନବବଧୂ appeared first on Odisha Reporter.



from Odisha Reporter https://ift.tt/2Ws0Mgg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages