ପ୍ରାଣ ବିକଳରେ ଦେଶ ଛାଡ଼ୁଥିଲେ ମହିଳା, ବିମାନରେ ହେଲା ପ୍ରସବ ବେଦନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 22, 2021

ପ୍ରାଣ ବିକଳରେ ଦେଶ ଛାଡ଼ୁଥିଲେ ମହିଳା, ବିମାନରେ ହେଲା ପ୍ରସବ ବେଦନା

କାବୁଲ: ଗୋଟିଏ ପଟେ ଗର୍ଭରେ ବଢ଼ୁଥିବା ଶିଶୁ ଓ ଅନ୍ୟପଟେ ଆଖି ଆଗରେ ମୃତ୍ୟୁର ବିଭୀଷିକା। ସୁରକ୍ଷିତ ଭାବେ ସନ୍ତାନ ପ୍ରସବ କରାଇବା ନିମନ୍ତେ  ଯେକୌଣସି ପରିସ୍ଥିତିରେ ବି ଦେଶ ଛାଡ଼ିବାକୁ ପଣ କରିଥିବା ଜଣେ ଆଫଗାନୀ ମହିଳା ଶେଷରେ ବିମାନର କାର୍ଗୋ ଏରିଆରେ କଲେ ପ୍ରସବ। ତାଲିବାନୀଙ୍କ ଭୟରେ ଦେଶ ଛାଡ଼ିବାର ଏପରି ଏକ କରୁଣ ଦୃଶ୍ୟ ପୁଣି ଥରେ ଆଫଗାନିସ୍ତାନରେ ଦେଖିବାକୁ ମିଳିଛି।

ଆମେରିକୀୟ ବିମାନରେ ଦେଶ ଛାଡ଼ିବା ବେଳେ ସନ୍ତାନ ପ୍ରସବ କଲେ ଆଫଗାନୀ ମହିଳା ।   ଆମେରିକା ବାୟୁସେନାର  C-17 ବିମାନରେ କାବୁଲରୁ ଏହି ଆସନ୍ନ ପ୍ରସବାଙ୍କୁ ଉଦ୍ଧାର କରି ନିଆଯାଉଥିଲା ।  ତେବେ ଆକାଶମାର୍ଗରେ ମହିଳାଙ୍କର ପ୍ରସବ ବେଦନା ଆରମ୍ଭ ହେବା ସହ କିଛି ଜଟିଳତା ମଧ୍ୟ ଦେଖାଦେଇଥିଲା । ଏହାପରେ କ୍ୟାପଟେନ୍‌ ବିମାନକୁ କମ୍ ଉଚ୍ଚତାରେ ଉଡ଼ାଇବାକୁ ଚେଷ୍ଟା କରିଥିଲେ।

ବାୟୁଚାପ ସାମାନ୍ୟ ହେବା ପରେ ମହିଳାଙ୍କ ଅବସ୍ଥା ସୁଧୁରିଥିଲା । ତେବେ ଜର୍ମାନୀର ରାମ୍‌ଷ୍ଟେନ୍‌ ଏୟାବେସ୍‌ରେ ବିମାନଟି ଅବତରଣ କରିବା ମାତ୍ରେ  ବିମାନର କାର୍ଗୋ ଏରିଆରେ ମହିଳାଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ସୂଚନା ମିଳିଛି ।  ତାଙ୍କୁ ନିକଟସ୍ଥ ମେଡିକାଲ୍‌କୁ ନିଆଯାଇଥିବା ବେଳେ ସେଠାରେ ମା’ ଓ ନବଜାତ ସୁସ୍ଥ ଥିବା ଆମେରିକା ଏୟାର୍ ମୋବିଲିଟି କମାଣ୍ଡ୍ ପକ୍ଷରୁ ଟୁଇଟ୍ କରାଯାଇଛି   । ତେବେ ଆଫଗାନିସ୍ତାନର ଏଭଳି ଘଟଣା ସେଠାରେ ସ୍ଥିତି କେତେ ଗମ୍ଭୀର ତାହା ସୂଚାଉଛି।

ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବା ବେଳେ ପ୍ରାଣ ବିକଳରେ ଦେଶ ଛାଡ଼ିବାକୁ ଲୋକ ଏୟାରପୋର୍ଟରେ ଭିଡ ଜମାଉଛନ୍ତି। ହ୍ୱାଇଟ ହାଉସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୧୭ ହଜାରରୁ ଅଧିକ ଲୋକଙ୍କୁ ଏ ଯାବନ ଆଫଗାନିସ୍ତାନରୁ ଏୟାରଲିଫ୍ଟ କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଗଲାଣି।

ଆଫଗାନିସ୍ତାନରୁ ୟୁଏସ୍‌ର ସମସ୍ତ ନାଗରିକଙ୍କ ସ୍ଥାନାନ୍ତର ନିମନ୍ତେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଅଗଷ୍ଟ ୩୧ ଡେଡଲାଇନ୍‌ ଘୋଷଣା କରିସାରିଛନ୍ତି। ହେଲେ ନିଜ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଏହି ଡେଡଲାଇନ୍‌କୁ ଆଉ କିଛି ଦିନ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଅନ୍ୟ ଦେଶ ଅପିଲ୍‌ କରିଛନ୍ତି।

ଚଳିତ ମାସ ଶେଷ ସୁଦ୍ଧା ଆଫଗାନିସ୍ତାନରୁ ୬୦ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଏହା ଏକ ପ୍ରକାର ଅସମ୍ଭବ ଲାଗୁଥିବା କହିଛନ୍ତି ଇୟୁର ବୈଦେଶିକ ବ୍ୟାପାର ମୁଖ୍ୟ ଜୋଶେଫ ବୋରେଲ୍‌।

ଅପରପକ୍ଷେ, ତାଲିବାନ ପକ୍ଷରୁ ଜାରି ବିବୃତିରେ ସମଗ୍ର ଦେଶରେ ଶାନ୍ତି ବଜାୟମାନ ଥିବା ବେଳେ ଏୟାରପୋର୍ଟରେ ସ୍ଥିତି ଅସମ୍ଭାଳ ଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେମାନେ ଆମେରିକାକୁ ଦାୟୀ କରିଛନ୍ତି।

The post ପ୍ରାଣ ବିକଳରେ ଦେଶ ଛାଡ଼ୁଥିଲେ ମହିଳା, ବିମାନରେ ହେଲା ପ୍ରସବ ବେଦନା appeared first on Odisha Reporter.



from Odisha Reporter https://ift.tt/3B57pUA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages