ପଇଡ଼ ବୋଝେଇ ଟ୍ରକ୍‌ରେ ଥିଲା ୭୦ଲକ୍ଷ ଟଙ୍କାର ବେଆଇନ୍ ଜିନିଷ, ଧରିଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 22, 2021

ପଇଡ଼ ବୋଝେଇ ଟ୍ରକ୍‌ରେ ଥିଲା ୭୦ଲକ୍ଷ ଟଙ୍କାର ବେଆଇନ୍ ଜିନିଷ, ଧରିଲା ପୁଲିସ୍‌

ଲମତାପୁଟ (ଜଗତ ଜୀବନ): ପଇଡ଼ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ। ତେବେ ଗଞ୍ଜେଇ ମାଫିଆ ମାନଙ୍କର ଏହି କୌଶଳ କାମ ଦେଲାନି। ପୁଲିସ୍ ସେମାନଙ୍କୁ ଧରିବା ସହିତ ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ।

ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ସଗର ଅଞ୍ଚଳରୁ ବିହାରକୁ ଏକ ପଇଡ଼ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ସୂଚନା ପାଇଥିଲେ। ଏହା ପରେ ତାଙ୍କ ନିର୍ଦ୍ଦେଶରେ ମାଛକୁଣ୍ଡ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ କଞ୍ଚଣା ଗାଁ ନିକଟରେ ନାକାବନ୍ଦୀ କରି ସମସ୍ତ ଗାଡ଼ିକୁ ଯାଞ୍ଚ କରିଥିଲେ। ମଧ୍ୟରାତ୍ରରେ ଏହି ପଇଡ଼ ବୋଝେଇ ଟ୍ରକ୍‌ଟି ସେଠାରେ ପହଞ୍ଚିଥିଲା। ଉପସ୍ଥିତ ପୁଲିସ୍ କର୍ମଚାରୀ ଯାଞ୍ଚ କରିବା ବେଳେ ସେଥିରୁ ଗଞ୍ଜେଇ ଭର୍ତ୍ତି ବସ୍ତା ଗୁଡ଼ିକୁ ପାଇଥିଲେ।

ଜବତ ଟ୍ରକ୍‌କୁ ଲମତାପୁଟ ଫାଣ୍ଡକୁ ଅଣାଯାଇଥିଲା। ସେଠାରେ ଗଞ୍ଜେଇ ଭର୍ତ୍ତି ବସ୍ତାଗୁଡ଼ିକୁ ଟ୍ରକ୍‌ରୁ ବାହାର କରି ଓଜନ କରାଯାଇଥିଲା। ଟ୍ରକ୍‌ରେ ମୋଟ ୭୦୧ କେଜି ୭୦୦ ଗ୍ରାମ ଗଞ୍ଜେଇ ଥିଲା ଓ ତା’ର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି।

ଏହି ମାମଲାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିହାରର ଜଗେନ୍ଦ୍ର ତିୱାରୀ ଓ ଶିବ ଶଙ୍କର ଚୌଧୁରୀ। ସେମାନଙ୍କ ଠାରୁ କିଛି ଟଙ୍କା, ମୋବାଇଲ୍ ଫୋନ୍ ଓ ପରିଚୟ ପତ୍ର ଜବତ କରାଯାଇଛି। ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ କରୁଥିବା ନନ୍ଦପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି।

The post ପଇଡ଼ ବୋଝେଇ ଟ୍ରକ୍‌ରେ ଥିଲା ୭୦ଲକ୍ଷ ଟଙ୍କାର ବେଆଇନ୍ ଜିନିଷ, ଧରିଲା ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/3kb0Xoi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages