ଶ୍ରୀନଗର: ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଜମ୍ମୁ-କାଶ୍ମୀର କାଠୁଆ ଅଞ୍ଚଳରେ ରଣଜିତ ସାଗର ଡ୍ୟାମ୍ ନିକଟରେ ଏହି ଅଘଟଣ ଘଟିଛି। ତେବେ ଏଥିରେ କାହାରି ମୃତାହତ ହୋଇନାହିଁ। ଏହି ଦୁର୍ଘଟଣାରୁ ବଂଚିଯାଇଛନ୍ତି ଦୁଇ ଜଣ ପାଇଲଟ୍।
ସୂଚନା ମୁତାବକ ଆଜି ସକାଳୁ ଭାରତୀୟ ସେନା ହେଲିକପ୍ଟର ୨୫୪ ଅର୍ମି ଏଭିଏନ୍ ସ୍କ୍ୱାର୍ଡନ ମାମୁନ୍ କେଣ୍ଟରୁ ଉଡାଣ ଭରିଥିଲା। ଏଥିରେ ଦୁଇ ଜଣ ପାଇଲଟ୍ ଥିଲେ। ଉଡାଣର କିଛି ସମୟ ପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ୟାମରେ ଖସି ପଡିଥିଲା।
ଦୁର୍ଘଟଣା ପରେ ଏନ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସ୍କୁବା ଡାଇଭରମାନେ ପାଣି ଭିତରକୁ ଯାଇ ସର୍ଚ୍ଚ ଅପରେସନ କରିଥିଲେ। ପରେ ଦୁଇ ପାଇଲଟଙ୍କୁ ସୁରକ୍ଷିିତ ଭାବେ ଡ୍ୟାମ୍ ଭିତରକୁ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଚଳିତ ବର୍ଷ ପ୍ରଥମରେ ମଧ୍ୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଦୁଇ ଜଣ ପାଇଲଟ ଥିଲେ। ଯେଉଁଥିରୁ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।
#UPDATE | Both the pilots from the Army Aviation ALH Dhruv helicopter, which crashed in Ranjit Sagar Dam, are safe. The Weapon System Integrated helicopter had taken off from Pathankot (Punjab) and met with the accident during a routine sortie: Army Sources
— ANI (@ANI) August 3, 2021
The post ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ appeared first on Odisha Reporter.
from Odisha Reporter https://ift.tt/3rRBbsH
No comments:
Post a Comment