ସହଦେବଙ୍କ ସହ ବାଦଶାହାଙ୍କ ଫଟୋ ଭାଇରାଲ , ଆସିବ ‘ବଚପନ୍‌ କା ପ୍ୟାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 3, 2021

ସହଦେବଙ୍କ ସହ ବାଦଶାହାଙ୍କ ଫଟୋ ଭାଇରାଲ , ଆସିବ ‘ବଚପନ୍‌ କା ପ୍ୟାର’

ମୁମ୍ବାଇ: ଏବେ ଛୋଟରୁ ବଡ଼ ସମସ୍ତଙ୍କ ମୁହଁରେ ‘ବଚପନ କା ପ୍ୟାର’ ଗୀତ। ଏପରିକି ସାଧାରଣ ଲୋକଙ୍କଠାରୁ ସେଲିବ୍ରିଟି ବି ଏହାକୁ  ଗୁଣ ଗୁଣ କରି ଗାଇବାକୁ ପଛାଉ ନାହାନ୍ତି। ଏହି ଗୀତ ଗାଇ  ରାତାରାତି ସୋଶାଲ ମିଡିଆ ସେନସେସନ ପାଲଟି ଯାଇଛନ୍ତି ୧୦ ବର୍ଷୀୟ ସହଦେବ ଦିରଦୋ  ।

ସହଦେବଙ୍କ ପପୁଲାରିଟି ଏବେ କୌଣସି ଷ୍ଟାରଠୁ କମ୍‌ ନ ଥିବା ବେଳେ ତାଙ୍କୁ ଭେଟିଛନ୍ତି ପପୁଲାର ରାପର ବାଦଶାହା । ବାଦଶାହ ନିଜ ସହ ସହଦବଙ୍କ ଫଟୋ ଶେଆର କରି ‘ବଚପନ କା ପ୍ୟାର’ ଗୀତ କରିବା ନିମନ୍ତେ ସଙ୍କେତ ଦେଇଛନ୍ତି। ଏହି ଫଟୋରେ ଉଭୟ ବେଶ୍‌ ଖୁସି ଜଣାପଡ଼ୁଥିବା ବେଳେ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଛତିଶଗଡ଼ର ମୂଳ ବାସିନ୍ଦା  ସହଦେବ ତ୍ରିବେଦୀ ୨୦୧୯ ମସିହାରେ ନିଜ  ସ୍କୁଲରେ ‘ବଚପନ୍‌ କା ପ୍ୟାର’ ଗୀତ ଗାଇଥିଲେ।  ଏହି ଗୀତଙ୍କୁ ତାଙ୍କ ଶିକ୍ଷକ ରେକଡିଂ କରି ସୋଶାଲ ମିଡିଆରେ ଭାଇରାଲ କରିଥିଲେ।  ଏହା ଏପରି ଭାଇରାଲ ହୋଇଗଲା ଯେ, ଏହାକୁ ବଡ଼ଠୁ ସାନ ସମସ୍ତେ ଗାଇବାକୁ ଆରମ୍ଭ କଲେ।

ବାଦଶାହାଙ୍କ ପରି ସୁପରଷ୍ଟାର ରାପରଙ୍କ ସହ ସାକ୍ଷାତ କରି ବେଶ୍‌ ଖୁସି ଥିବା ସହଦେବ ତାଙ୍କ ପରି ସିଙ୍ଗର ହେବାକୁ ଇଚ୍ଛା ପ୍ରକଟ କରିଛନ୍ତି। କେବଳ ସେତିକି ନୁହେଁ, କ୍ରିକେଟ ଖେଳକୁ ବେଶ୍‌ ପସନ୍ଦ କରୁଥିବା ସହଦେବ ବିରାଟ କୋହଲିଙ୍କ ପରି କ୍ରିକେଟର ହେବେ ବୋଲି ମଧ୍ୟ ଆଶା ରଖିଛନ୍ତି।

‘ବଚପନ କା ପ୍ୟାର’ ଗୀତ ପ୍ରଥମେ ୨୦୧୮ ମସିହାରେ ରିଲିଜ ହୋଇଥିବା ବେଳେ ୟୁ-ଟ୍ୟୁବ୍‌ରେ ତାହାକୁ ୨.୬ ମିଲିଅନ ଲୋକ ଦେଖିଥିଲେ। ହେଲେ ସହଦେବ ଏହି ଗୀତ ବୋଲିବା ପରେ ଏହା ରାତାରାତି ପପୁଲାର ହୋଇଗଲା ଓ ଷ୍ଟାର ପାଲଟିଗଲେ ସହଦେବ।

The post ସହଦେବଙ୍କ ସହ ବାଦଶାହାଙ୍କ ଫଟୋ ଭାଇରାଲ , ଆସିବ ‘ବଚପନ୍‌ କା ପ୍ୟାର’ appeared first on Odisha Reporter.



from Odisha Reporter https://ift.tt/3AiNlhp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages