‘ଖେଳରତ୍ନ ପୁରସ୍କାର’ରୁ ହଟିଲା ରାଜୀବ ଗାନ୍ଧୀଙ୍କ ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 6, 2021

‘ଖେଳରତ୍ନ ପୁରସ୍କାର’ରୁ ହଟିଲା ରାଜୀବ ଗାନ୍ଧୀଙ୍କ ନାଁ

ନୂଆଦିଲ୍ଲୀ: ଦେଶର କ୍ରୀଡ଼ାବିତ୍ ମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ‘ଖେଳରତ୍ନ ପୁରସ୍କାର’ର ନାଁ ବଦଳିଲା। ପୂର୍ବରୁ ଏହାକୁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ କୁହାଯାଉଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ ନାଁକୁ ହଟାଇ ଦିଆଯାଇଛି। ତା’ସହିତ ଏହାକୁ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର‘ ନାଁରେ ନାମିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ଘୋଷଣା କରିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଗୁରୁବାର ବ୍ରୋଞ୍ଜ ପଦକ ଜିତି ଥିବା ବେଳେ ପ୍ରଧାନମନ୍ତ୍ରୀ ଆଜି ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଅଲିମ୍ପିକ୍ସରେ ୪୦ ବର୍ଷ ପରେ ପୁରୁଷ ହକି ଦଳ ପଦକ ଜିତିଛି।

ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, ଖେଳରତ୍ନ ପୁରସ୍କାରକୁ ମେଜର ଧ୍ୟାନ ଚାନ୍ଦଙ୍କ ନାଁରେ ନାମିତ କରିବାକୁ ସାରା ଦେଶରୁ ଅନେକ ନାଗରିକ ମୋତେ ଅନୁରୋଧ କରିଥିଲେ। ସେମାନଙ୍କ ମତାମତ ପାଇଁ ମୁଁ ଧନ୍ୟବାଦ ଦେଉଛି। ସେମାନଙ୍କ ଭାବନାକୁ ସମ୍ମାନ ଦେଇ ଏବେଠାରୁ ଖେଳ ରତ୍ନ ପୁରସ୍କାରକୁ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର କୁହାଯିବ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆହୁରି କହିଛନ୍ତି, ମେଜର ଧ୍ୟାନ ଚାନ୍ଦ ଭାରତର ପ୍ରମୁଖ କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରୁ ଜଣେ, ଯିଏ ଦେଶ ପାଇଁ ସମ୍ମାନ ଓ ଗୌରବ ଆଣିଥିଲେ। ତେଣୁ ଦେଶର ସର୍ବୋଚ୍ଚ ଖେଳ ସମ୍ମାନକୁ ତାଙ୍କ ନାଁରେ କରାଯିବା ଠିକ୍ ହେବ।

ଧ୍ୟାନ ଚାନ୍ଦଙ୍କୁ ସର୍ବକାଳୀନ ସର୍ବଶ୍ରେଷ୍ଠ ହକି ଖେଳାଳି ବୋଲି କୁହାଯାଏ। ଦଶନ୍ଧି ଦଶନ୍ଧି ଧରି ହକିରେ ଭାରତ ପ୍ରାଧ୍ୟାନ ହାସଲ କରିଥିଲା। ଅଲିମ୍ପିକ୍ସ ପଦକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯାଏ। ୧୯୨୮, ୧୮୩୨ ଓ ୧୯୩୬ ମସିହାରେ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ମେଜର ଧ୍ୟାନ ଚାନ୍ଦ।

ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଏଯାବତ୍ ମୋଟ ୧୨ଟି ପଦକ ପାଇଛି। ସେଥିମଧ୍ୟରେ ରହିଛି ୮ଟି ସ୍ୱର୍ଣ୍ଣ ପଦକ। ଦଳ ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ୧୯୬୦ ଅଲିମ୍ପିକ୍ସରେ ଦଳ ରୌପ୍ୟ ପଦକ ଜିତିଥିଲା। ୧୯୬୮ ଓ ୧୯୭୨ରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଥିବା ବେଳେ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଛି।

The post ‘ଖେଳରତ୍ନ ପୁରସ୍କାର’ରୁ ହଟିଲା ରାଜୀବ ଗାନ୍ଧୀଙ୍କ ନାଁ appeared first on Odisha Reporter.



from Odisha Reporter https://ift.tt/3jmmZnG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages