ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଅମଳ ହୋଇଥିବା ସବୁ ଧାନ ବିକ୍ରି କରିବାକୁ ଟୋକନ ନ ମିଳିବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକର କୁଦଗୁଣ୍ଡେରପୁର ଗାଁର। ମୃତ ଚାଷୀଙ୍କ କୈବଲ୍ୟ ରୋହିଦାସ।
ମୃତ ଚାଷୀଙ୍କ ପୁଅ ଦଶରଥ ରୋହିଦାସ ଦେଇଥିବା ସୂଚନା ଅନୁଯାୟୀ, ଧାନ ବିକ୍ରି ନେଇ ଟୋକନ ସମସ୍ୟା କାରଣରୁ ମାନସିକ ଚାପରେ ଥିଲେ ବାପା । ୨ଶହ କୁଇଣ୍ଟାଲ ଧାନ ଅମଳ କରିଥିଲେ ବି ମାତ୍ର ୪୫ କୁଇଣ୍ଟାଲ ବିକ୍ରି ପାଇଁ ଟୋକନ ମିଳିଥିଲା। ତେଣୁ ବାକି ୧୫୦ କୁଇଣ୍ଟାଲ ଧାନକୁ କମ୍ ଦାମ୍ରେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଏହାକୁ ନେଇ ସେ ଆର୍ଥିକ ସଂକଟରେ ପଡ଼ିଥିଲେ। ତା’ସହ ଋଣ ଚାପରେ ମଧ୍ୟ ଥିଲେ। ପରେ ବର୍ଷା କାରଣରୁ ଖରିଫ୍ ଚାଷ ବି କ୍ଷତି ହେବାରୁ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।
ଦଶରଥ କହିଛନ୍ତି, ବାପା ମାନସିକ ଚାପ ମଧ୍ୟରେ ଗତି କରୁଥିବା ବେଳେ ଗତ ବୁଧବାର ବିଷ ପିଇଥିଲେ। ଆଉ ଆଜି ବୁର୍ଲା ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।
The post ଧାନ ବିକିବାକୁ ମିଳିଲାନି ଟୋକନ, ବିଷ ପିଇଦେଲେ ଚାଷୀ! appeared first on Odisha Reporter.
from Odisha Reporter https://ift.tt/3Ab30iu
No comments:
Post a Comment