ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାପା, ମା’ ଓ ଭାଇ ସହ ମିଶି ଶାଶୁଙ୍କୁ ଆକ୍ରମଣ କଲା ବୋହୂ। ଏଭଳି ଅଭିଯୋଗ ଆସିଛି ଭୁବନେଶ୍ୱର ସ୍ଥିତି ଶୈଳଶ୍ରୀ ବିହାର ଅଞ୍ଚଳରୁ। ଆକ୍ରମଣର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ପୂର୍ଣ୍ଣିମା ମହାନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏନେଇ ତାଙ୍କ ପୁଅ ସନ୍ଦୀପ ମହାନ୍ତି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।
ସନ୍ଦୀପ ଅଭିଯୋଗ କରିଛନ୍ତି, ମୋ ସ୍ତ୍ରୀ ବିବାହ ପରଠୁ ତାଙ୍କ ବାପ ଘରେ ରହିଆସୁଛନ୍ତି। ଏନେଇ ଏକ ନୋଟିସ୍ ପଠାଇବା ପରେ ଗତକାଲି ଅପରାହ୍ନରେ ସେ ତାଙ୍କ ବାପା, ମା’ ଓ ଭାଇଙ୍କୁ ଧରି ମୋ ଘରକୁ ଆସିଥିଲେ। ମୋ ଉପପସ୍ଥିତିରେ ସେ ମୋ ମା’ଙ୍କୁ ମାଡ଼ ମାରିଥିଲେ।
ଆକ୍ରମଣ କରି ଏକ କାରରେ ବସି ସମସ୍ତେ ଖସିଯାଉଥିବାର ଚିତ୍ର ସିସିଟିଭିରେ କଏଦ୍ ହୋଇଛି ବୋଲି ସନ୍ଦୀପ କହିଛନ୍ତି। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିବାବେଳେ ସନ୍ଦୀପଙ୍କ ପତ୍ନୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
The post ବାପା, ମା’ ଓ ଭାଇ ସହ ମିଶି ଶାଶୁଙ୍କୁ ଆକ୍ରମଣ କଲା ବୋହୂ appeared first on Odisha Reporter.
from Odisha Reporter https://ift.tt/3kFnlXe
No comments:
Post a Comment