ବାଲୁଗାଁ (ଶକ୍ତି ପ୍ରସାଦ ମହାପାତ୍ର): ଯେଉଁ ଘରେ ଜଣେ ଯୁବକଙ୍କ ବିବାହ ପ୍ରସ୍ତାବ ପଡ଼ିଥିଲା, ସେହି ଘରର ବାଡ଼ିପଟରେ ଥିବା କୂଅରୁ ତାଙ୍କର ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ଏମିତି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରଘୁନାଥପୁର ଗାଁରେ। ମୃତ ଯୁବକଙ୍କ ନାଁ ଅଶୋକ ନାୟକ। ତାଙ୍କୁ ୩୨ ବର୍ଷ ହୋଇଥିଲା। ତାଙ୍କ ଘର ବାଣପୁର ଥାନା ଅନ୍ତର୍ଗତ ନିମୁନ ଗାଁରେ।
ଆଜି ସକାଳେ କୂଅରେ ଜୋତା ଭାସୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ନାଚୁଣୀ ଫାଣ୍ଡିକୁ ଖବର ଦିଆଯାଇଥିଲା। ପୁଲିସ୍ ଉପସ୍ଥିତିରେ ଦମକଳବାହିନୀ ଅଶୋକଙ୍କ ମୃତଦେହକୁ କୂଅରୁ ଉଦ୍ଧାର କରିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଅଶୋକଙ୍କର ୨ ବର୍ଷ ତଳେ ରଘୁନାଥପୁର ଗାଁରେ ବିବାହ ପ୍ରସ୍ତାବ ପଡ଼ିଥିଲା। ହେଲେ ସେହି ଝିଅ ଘର ଲୋକେ ଏହି ପ୍ରସ୍ତାବକୁ ଗ୍ରହଣ କରି ନଥିଲେ। ଆଉ ଆଜି ତାଙ୍କ ଘର ବାଡ଼ିପଟରେ ଥିବା କୂଅରୁ ଅଶୋକଙ୍କ ମୃତଦେହ ମିଳିଛି। ଝିଅ ଘର ଲୋକେ ବାହାଘର ପାଇଁ ମନା କରି ଦେବାରୁ ସେ କୂଅରେ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ନାଚୁଣୀ ଫାଣ୍ଡି ଅଧିକାରୀ କହିଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
The post ଯେଉଁ ଘରେ ପଡ଼ିଥିଲା ବିବାହ ପ୍ରସ୍ତାବ, ସେହି ଘରର କୂଅରୁ ମିଳିଲା ଯୁବକଙ୍କ ମୃତଦେହ appeared first on Odisha Reporter.
from Odisha Reporter https://ift.tt/3jqgIbK
No comments:
Post a Comment