କୋଭିଡ୍‌ ଯୋଦ୍ଧାଙ୍କୁ ପଦକ ସମର୍ପିତ କଲେ ଭାରତୀୟ ପୁରୁଷ ହକି ଟିମ୍ ଅଧିନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 4, 2021

କୋଭିଡ୍‌ ଯୋଦ୍ଧାଙ୍କୁ ପଦକ ସମର୍ପିତ କଲେ ଭାରତୀୟ ପୁରୁଷ ହକି ଟିମ୍ ଅଧିନାୟକ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ୍। ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି ଦଳ। ଆଜି ଜର୍ମାନୀକୁ ୫-୪ରେ ହରାଇ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଆଉ ଏହି ପଦକକୁ ଦେଶର ସମସ୍ତ କୋଭିଡ୍ ଯୋଦ୍ଧା ଓ ଫ୍ରଣ୍ଟଲାଇନ୍‌ ୱାର୍କରଙ୍କୁ ସମର୍ପିତ କରିଛନ୍ତି ଭାରତୀୟ ଦଳର ଅଧିନାୟକ ମନପ୍ରୀତ୍ ସିଂହ।

ମ୍ୟାଚ୍ ପରେ ମନପ୍ରୀତ୍ କହିଥିଲେ, ଏହି ପଦକକୁ ଦେଶର ସମସ୍ତ କୋଭିଡ୍ ଯୋଦ୍ଧା ଓ ଫ୍ରଣ୍ଟଲାଇନ୍ ୱାର୍କରଙ୍କ ପାଇଁ।

ଆଜି ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ପଛୁଆ ଚାଲିଥିଲା। ଖେଳ ଆରମ୍ଭ ହେବାର ଦ୍ୱିତୀୟ ମିନିଟ୍‌ରେ ଜର୍ମାନୀ ଗୋଟିଏ ଗୋଲ୍ ଦେଇ ୧-୦ରେ ଆଗୁଆ ରହିଥିଲା। ଜର୍ମାନୀ ପ୍ରଥମ କ୍ୱାର୍ଟରରେ ୧-୦ରେ ଆଗୁଆ ରହିଥିବା ବେଳେ ଭାରତୀୟ ଦଳ ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଗୋଟିଏ ଗୋଲ୍ ଦେଇ ସ୍ଥିତିକୁ ବରାବର କରି ଦେଇଥିଲା। ୧୭ତମ ମିନିଟ୍‌ରେ ଭାରତ ପକ୍ଷରୁ ସିମରନଜୀତ୍ ସିଂହ ଏହି ଗୋଲ ଦେଇଥିଲେ। କିନ୍ତୁ ୨୪ ଓ ୨୫ ତମ ମିନିଟ୍‌ରେ ଜର୍ମାନୀ ଲଗାତାର ଦୁଇଟି ଗୋଲ୍ ଦେଇ ୩-୧ରେ ଆଗୁଆ ରହିଥିଲା। ତେବେ ଭାରତୀୟ ଦଳ ୨୭ ଓ ୨୯ତମ ମିନିଟ୍‌ରେ ଦୁଇଟି ଗୋଲ୍ ଦେଇ ସ୍ଥିତିକୁ ୩-୩କୁ ନେଇ ଆସିଥିଲା।

ଦ୍ୱିତୀୟ କ୍ୱାର୍ଟରେ ଦୁଇ ଦଳ ସମାନ ସ୍ଥିତିରେ ରହିଥିବା ବେଳେ ତୃତୀୟ କ୍ୱାର୍ଟର ପ୍ରାରମ୍ଭରେ ଅର୍ଥାତ୍ ୩୧ତମ ମିନିଟ୍‌ରେ ଭାରତ ଆଉ ଗୋଟିଏ ଗୋଲ୍ ଦେଇ ୪-୩ରେ ଆଗୁଆ ହୋଇଯାଇଥିଲା। ରୁପିନ୍ଦର ପଲ ସିଂହ ଏହି ଗୋଲ୍‌ଟି ଦେଇଥିଲେ। ଏହା ପରେ ୩୪ତମ ମିନିଟ୍‌ରେ ସିମରନଜୀତ ସିଂହ ଆଉ ଗୋଟିଏ ଗୋଲ୍ ଦେଇଥିଲେ। ଫଳରେ ଭାରତ ୫-୩ରେ ଆଗୁଆ ହୋଇଥିଲା। ତୃତୀୟ କ୍ୱାର୍ଟରରେ ଜର୍ମାନୀ ଗୋଟିଏ ବି ଗୋଲ୍ କରିବାରେ ସମର୍ଥ ହୋଇ ନଥିଲା।

ଚତୁର୍ଥ କ୍ୱାର୍ଟରରେ ଜର୍ମାନୀ ମ୍ୟାଚ୍‌କୁ କମ୍‌ବ୍ୟାକ୍‌ କରିବାକୁ ପ୍ରୟାସ କରିଥିଲା। ୪୮ତମ ମିନିଟ୍‌ରେ ଦଳ ପକ୍ଷରୁ ଲୁକାସ୍ ୱିଣ୍ଡଫେଡର ଏକ ଗୋଲ୍ ଦେଇଥିଲେ। କିନ୍ତୁ ତା’ପରେ ଦଳ ଆଉ ଭାରତ ବିପକ୍ଷରେ ଗୋଲ ଦେଇ ପାରି ନଥିଲା। ଶେଷରେ ଭାରତ ୫-୪ରେ ଏହି ମ୍ୟାଚ୍‌କୁ ଜିତି ନେଇଥିଲା।

ସୂଚନାଯୋଗ୍ୟ, ଅଲିମ୍ପିକ୍ସରେ ଏହା ହେଉଛି ଭାରତୀୟ ପୁରୁଷ ହକି ଦଳର ତୃତୀୟ ବ୍ରୋଞ୍ଜ ପଦକ। ଏହା ପୂର୍ବରୁ ୧୯୬୮ ଓ ୧୯୭୨ ଅଲିମ୍ପିକ୍ସରେ ଦଳ ବ୍ରୋଞ୍ଜ ପଦକ ଜିତିଥିଲା। ସେହିପରି ଦଳ ୧୯୬୦ରେ ରୌପ୍ୟ ପଦକ ଜିତିଥିବା ବେଳେ ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ସ୍ୱର୍ଣ୍ଣ ପଦକ ଜିତିଥିଲା।

The post କୋଭିଡ୍‌ ଯୋଦ୍ଧାଙ୍କୁ ପଦକ ସମର୍ପିତ କଲେ ଭାରତୀୟ ପୁରୁଷ ହକି ଟିମ୍ ଅଧିନାୟକ appeared first on Odisha Reporter.



from Odisha Reporter https://ift.tt/3ilbxtc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages