ସରକାର ଖୋଲିବେ ପ୍ଲେ ସ୍କୁଲ୍, ଅଙ୍ଗନବାଡୀ କର୍ମୀଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 4, 2021

ସରକାର ଖୋଲିବେ ପ୍ଲେ ସ୍କୁଲ୍, ଅଙ୍ଗନବାଡୀ କର୍ମୀଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ପାଞ୍ଚ ବର୍ଷର ଅବଧି ଲାଗି ଅର୍ଥାତ୍ ୨୦୨୧-୨୨ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ସଂଶୋଧିତ ସମଗ୍ର ଶିକ୍ଷା ଯୋଜନା ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ମୋଟ ୨,୯୪,୨୮୩.୦୪ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିମଧ୍ୟରୁ କେନ୍ଦ୍ର ସରକାର ୧,୮୫,୩୯୮.୩୨ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ଯୋଜନାରେ ପ୍ଲେ ସ୍କୁଲ ପାଖରୁ ଆରମ୍ଭ କରି ବରିଷ୍ଠ ମାଧ୍ୟମିକ ସ୍ତରରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ୧.୧୬ ନିୟୁତ ବିଦ୍ୟାଳୟ, ୧୫୬ ନିୟୁତର ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ୫.୭ ନିୟୁତରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସାମିଲ କରାଯିବ।

ସମଗ୍ର ଶିକ୍ଷା ଯୋଜନା ହେଉଛି ବିଦ୍ୟାଳୟ ଶିକ୍ଷା ପାଇଁ ଏକ ସମନ୍ୱିତ ଯୋଜନା ଯେଉଁଥିରେ ପ୍ଲେ ସ୍କୁଲ୍ ଶିକ୍ଷା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି। ଏହି ଯୋଜନାରେ ବିଦ୍ୟାଳୟ ଶିକ୍ଷାକୁ ଏକ ନିରନ୍ତର ପ୍ରକ୍ରିୟା ଭାବେ  ଗ୍ରହଣ କରାଯାଇଛି ଏବଂ ଏହା ଶିକ୍ଷା ପାଇଁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି-୪)ର ଅନୁରୂପ। ଏହି ଯୋଜନା କେବଳ ଶିକ୍ଷା ଅଧିକାର ଆଇନର କାର୍ଯ୍ୟକାରିତାକୁ ସମର୍ଥନ କରିନଥାଏ ବରଂ ଜାତୀୟ ଶିକ୍ଷା ନୀତି ୨୦୨୦ର ସୁପାରିସଗୁଡ଼ିକୁ ଅନୁପାଳନ କରି କାର୍ଯ୍ୟ କରିବାର ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି।

ଏହି ଯୋଜନାକୁ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବେ କାର୍ଯ୍ୟକାରୀ କରାଯିବ। ରାଜ୍ୟ ସ୍ତରରେ ଗୋଟିଏ ଏକକ ରାଜ୍ୟ କାର୍ଯ୍ୟକାରୀ ସମିତି (ଏସଆଇଏସ) ଏହାକୁ କାର୍ଯ୍ୟକାରୀ କରିବ। ଜାତୀୟ ସ୍ତରରେ, ଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା ପରିଷଦ/ସଂସ୍ଥା ରହିବ ଏବଂ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏକ ପ୍ରକଳ୍ପ ଅନୁମୋଦନ ବୋର୍ଡ (ପିଏବି) ରହିବ। ଏହି ଯୋଜନାର ସାମଗ୍ରିକ ବ୍ୟବସ୍ଥା ମଧ୍ୟରେ ପରିଚାଳନା ପରିଷଦ ବା ସଂସ୍ଥା ଆର୍ଥିକ ଏବଂ କାର୍ଯ୍ୟକ୍ରମଜନିତ ସର୍ତ୍ତରେ ପରିବର୍ତ୍ତନ ଆଣିବା ଏବଂ କାର୍ଯ୍ୟକାରୀ କରିବା ଲାଗି ଏକ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ଲାଗି କ୍ଷମତାପ୍ରାପ୍ତ ହେବ। ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତାରେ ସୁଧାର ପାଇଁ ଅଭିନବ ବ୍ୟବସ୍ଥା ଓ ହସ୍ତକ୍ଷେପ ପାଇଁ ଆବଶ୍ୟକ ପରିବର୍ତ୍ତନ କରାଯାଇପାରିବ।

ଜାତୀୟ ଶିକ୍ଷା ନୀତି ୨୦୨୦ର ସୁପାରିସ ଆଧାରରେ ସଂଶୋଧିତ ସମଗ୍ର ଶିକ୍ଷା ଯୋଜନାରେ ଏହିସବୁ ବ୍ୟବସ୍ଥା କରାଯାଇଛି :

  • ଯୋଜନାର ପ୍ରତ୍ୟକ୍ଷ ପ୍ରସାରକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ, ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏକ ଆଇଟି ଆଧାରିତ ପ୍ଲାଟଫର୍ମରେ ଡିବିଟି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ସମସ୍ତ ଶିଶୁ କୈନ୍ଦ୍ରିକ ସହାୟତା ଯୋଗାଇ ଦିଆଯିବ।
  • ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗୀୟ ସଂସ୍ଥାଗୁଡ଼ିକ ମଧ୍ୟରେ ପ୍ରଭାବୀ ସମନ୍ଵୟ ପାଇଁ ବ୍ୟବସ୍ଥା କରାଯାଇଛି। ଧନ୍ଦାମୂଳକ ଶିକ୍ଷାର ସମ୍ପ୍ରସାରଣ ଲାଗି ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ କୌଶଳ ବିକାଶ ପାଇଁ ପାଣ୍ଠି ଯୋଗାଣ କରୁଥିବା ଅନ୍ୟ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ସ୍ଥାପନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ। କେବଳ ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ବରଂ ବିଦ୍ୟାଳୟ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ବର୍ତ୍ତମାନର ବିଦ୍ୟାଳୟ, ଆଇଟିଆଇ ଏବଂ ପଲିଟେକ୍ନିକର ଭିତ୍ତିଭୂମିଗୁଡ଼ିକର ସର୍ବୋତ୍ତମ ଉପଯୋଗ କରାଯିବ।
  • ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶିକ୍ଷଣ ଏବଂ ଇସିସିଇ ଶିକ୍ଷକମାନଙ୍କ ଇନସର୍ଭିସ ଶିକ୍ଷକ ପ୍ରଶିକ୍ଷଣ ନିମନ୍ତେ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି।
  • ଶିକ୍ଷାଦାନ ଅଧ୍ୟୟନ ସାମଗ୍ରୀ (ଟିଏଲଏମ), ସ୍ୱଦେଶୀ ଖେଳନା ଏବଂ ଗେମ, ଖେଳ ଆଧାରିତ ଅଭ୍ୟାସ ନିମନ୍ତେ ସରକାରୀ ବିଦ୍ୟାଳୟର ପ୍ରାକ୍ ପ୍ରାଥମିକ ଶ୍ରେଣୀରେ ପ୍ରତି ପିଲା ପିଛା ୫୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବାର ବ୍ୟବସ୍ଥା ରହିଛି।
  • ଏହି ଯୋଜନା ଅନ୍ତର୍ଗତ ତୃତୀୟ ଶ୍ରେଣୀ ପାଠପଢ଼ା ଶେଷ ସୁଦ୍ଧା ଏବଂ ପଞ୍ଚମ ଶ୍ରେଣୀ ପାଠପଢ଼ା ପରେ ନୁହେଁ, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପଢ଼ିବା, ଲେଖିବା ଏବଂ ସଂଖ୍ୟାଜ୍ଞାନ କ୍ଷେତ୍ରରେ ଆବଶ୍ୟକ ଶାସ୍ତ୍ର ପ୍ରଦାନ କରିବା ସୁନିଶ୍ଚିତ କରିବା ନିମନ୍ତେ ଏକ ଜାତୀୟ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଅଭିଯାନ-‘ନିପୁଣ ଭାରତ’ର ଆରମ୍ଭ କରାଯାଇଛି। ଏହା ଅଧୀନରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଟିଏଲଏମ ବ୍ୟବସ୍ଥା ପାଇଁ ବାର୍ଷିକ ୫୦୦ ଟଙ୍କା ଲେଖାଏଁ, ଶିକ୍ଷକ ମାନୁଆଲ ଓ ସମ୍ବଳ ପାଇଁ ପ୍ରତି ଶିକ୍ଷକଙ୍କ ପିଛା ୧୫୦ ଟଙ୍କା ଏବଂ ଆକଳନ ପାଇଁ ପ୍ରତି ଜିଲ୍ଲା ପିଛା ୧୦-୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।
  • ଏନସିଇଆରଟିର ନିଷ୍ଠା ଅନ୍ତର୍ଗତ ନିର୍ଦ୍ଦିଷ୍ଟ ପ୍ରଶିକ୍ଷଣ ମଡ୍ୟୁଲ ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷକମାନଙ୍କର ପ୍ରଶିକ୍ଷଣ ପାଇଁ ପ୍ରସ୍ତୁତ କରାଯାଇଛି।
  • ପୂର୍ବର ପ୍ରାକ-ପ୍ରାଥମିକ ବିଦ୍ୟାଳୟକୁ ବାଦ ଦେଇ ପ୍ରାକ-ପ୍ରାଥମିକ ଠାରୁ ଆରମ୍ଭ କରି ବରିଷ୍ଠ ମାଧ୍ୟମିକ ପର୍ଯ୍ୟନ୍ତ ବିଦ୍ୟାଳୟର ଭିତ୍ତିଭୂମି ବିକଶିତ କରାଯିବ।
  • ପ୍ରତ୍ୟେକ ଛାତ୍ରୀନିବାସରେ ଇନସିନେରେଟର ଏବଂ ସାନିଟାରୀ ପ୍ୟାଡ ଭେଣ୍ଡିଂ ମେସିନ ସଂଯୋଗ କରାଯିବ।
  • ବାର୍ଷିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ପରିବହନ ବ୍ୟବସ୍ଥାକୁ ସମ୍ପ୍ରସାରଣ କରାଯାଇଛି।
  • ୧୬ରୁ ୧୯ ବର୍ଷ ବୟସର ସ୍କୁଲ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସହାୟତା ଯୋଗାଇ ଦିଆଯିବ। ଏସସି, ଏସଟି, ଭିନ୍ନକ୍ଷମ ଶିଶୁଙ୍କ ପାଇଁ ପ୍ରତି ଶ୍ରେଣୀ ପିଛା ଛାତ୍ରଛାତ୍ରୀଙ୍କୁ ମାଧ୍ୟମିକ/ବରିଷ୍ଠ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ୨୦୦୦ ଟଙ୍କା ଲେଖାଏଁ ଏନଆଇଓଏସ/ଏସଓଏସ ମାଧ୍ୟମରେ ଦିଆଯିବ।
  • ଶିଶୁ ଅଧିକାର ଏବଂ ନିରାପତ୍ତାର ସୁରକ୍ଷା ପାଇଁ ରାଜ୍ୟର ଏଲିମେଣ୍ଟାରୀ ସ୍କୁଲ ଗୁଡ଼ିକ ପିଛା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପାଇଁ ୫୦ ଟଙ୍କାର ଆର୍ଥିକ ସହାୟତା।
  • ସାମଗ୍ରିକ ଅଗ୍ରଗତି କାର୍ଡ (ଏଚପିସି) ଆକାରରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ବୁଦ୍ଧିମତା, ପ୍ରଭାବ ଏବଂ ମାନସିକ ସ୍ତରର ଆକଳନ ପାଇଁ ଏକ ସାମଗ୍ରିକ, ୩୬୦ ଡିଗ୍ରୀ, ବହୁମୁଖି ରିପୋର୍ଟ ପ୍ରଦର୍ଶିତ କରିବାର ବ୍ୟବସ୍ଥା କରାଯିବ।
  • ଏକ ଜାତୀୟ ଆକଳନ କେନ୍ଦ୍ର ପରଖ (ପରଫର୍ମାନ୍ସ, ଆସେସମେଣ୍ଟ, ରିଭ୍ୟୁ ଆଣ୍ଡ ଆନାଲିସିସ ଅପ ନଲେଜ ଫର ହୋଲିଷ୍ଟିକ ଡେଭଲମେଣ୍ଟ) ବା ସାମଗ୍ରିକ ବିକାଶ ପାଇଁ ପ୍ରଦର୍ଶନ, ଆକଳନ, ସମୀକ୍ଷଶ ଓ ଜ୍ଞାନର ବିଶ୍ଳେଷଣ ନିମନ୍ତେ ସହାୟତା ଯୋଗାଇ ଦିଆଯିବ।
  • କୌଣସି ବିଦ୍ୟାଳୟର ଅତିକମରେ ଦୁଇ ଜଣ ପିଲା ଜାତୀୟ ସ୍ତରରେ ଖେଲୋ ଇଣ୍ଡିଆ ଅଭିଯାନରେ ପଦକ ଜିତିଲେ ସେହି ବିଦ୍ୟାଳୟକୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଅନୁଦାନ ଯୋଗାଇ ଦିଆଯିବ।
  • ବ୍ୟାଗମୁକ୍ତ ଦିବସ, ବିଦ୍ୟାଳୟ କମ୍ପ୍ଲେକ୍ସ, ସ୍ଥାନୀୟ କାରୀଗରଙ୍କ ସହିତ ଇଣ୍ଟର୍ଣ୍ଣସିପ, ପାଠ୍ୟକ୍ରମ ଏବଂ ଶିକ୍ଷାବିଜ୍ଞାନ ସଂକ୍ରାନ୍ତ ସଂସ୍କାର ଆଦିକୁ ସାମିଲ କରାଯାଇଛି।
  • ଏହି ଯୋଜନାରେ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦେବା ନିମନ୍ତେ ଏକ ନୂତନ ଉପାଦାନ ଯୋଡ଼ାଯାଇଛି-ଶିକ୍ଷକମାନଙ୍କୁ ତାଲିମ ଏବଂ ବହୁଭାଷୀ ପୁସ୍ତକ ଏବଂ ଶିକ୍ଷକ ପ୍ରଶିକ୍ଷଣ ସାମଗ୍ରୀ ଆଦି ଉପାଦାନ ଯୋଡ଼ାଯାଇଛି, ଏହାଛଡ଼ା ଶିକ୍ଷକମାନଙ୍କ ଦରମା ପାଇଁ ସହାୟତା ଦିଆଯିବ।
  • ସମସ୍ତ କେଜିବିଭିଗୁଡ଼ିକୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଉନ୍ନୀତ କରିବାର ବ୍ୟବସ୍ଥା କରାଯାଇଛି।
  • ସେହିପରି ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବର୍ତ୍ତମାନର ପୃଥକ ଛାତ୍ରୀନିବାସକୁ ମିଳୁଥିବା ବାର୍ଷିକ ସହାୟତା ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
  • ‘ରାଣୀ ଲକ୍ଷ୍ମୀବାଇ ଆତ୍ମ ରକ୍ଷା ପ୍ରଶିକ୍ଷଣ’ ଅନ୍ତର୍ଗତ ତିନି ମାସ ପାଇଁ ଆତ୍ମସୁରକ୍ଷା ତାଲିମ ଦିଆଯିବ ଏବଂ ଏ ବାବଦରେ ମାସିକ ଅନୁଦାନ ପରିମାଣକୁ ୩୦୦୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
  • ପ୍ରାକ-ପ୍ରାଥମିକ ଠାରୁ ବରିଷ୍ଠ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଉପାଦାନ ବ୍ୟତୀତ ୧୦ ମାସ ପାଇଁ ସିଡବ୍ଲୁଏସଏନ ବାଳିକାମାନଙ୍କୁ ପୃଥକ ଭାବେ ମାସିକ ୨୦୦ ଟଙ୍କାର ଷ୍ଟାଇପେଣ୍ଡ ବ୍ୟବସ୍ଥା।
  • ବ୍ଲକ ସ୍ତରରେ ସିଡବ୍ଲୁଏସଏନ ପାଇଁ ବାର୍ଷିକ କ୍ୟାମ୍ପ ଚିହ୍ନଟ ବ୍ୟବସ୍ଥା କରାଯାଇଛି ଏବଂ ପ୍ରତି କ୍ୟାମ୍ପ ପାଇଁ ୧୦ ହଜାର ଟଙ୍କା ଖର୍ଚ୍ଚ କରାଯିବ। ଏଥିସହିତ ସିଡବ୍ଲୁଏସଏନଙ୍କ ପୁନର୍ବାସ ଓ ସ୍ବତନ୍ତ୍ର ପ୍ରଶିକ୍ଷଣ ପାଇଁ ବ୍ଲକ ସମ୍ବଳ କେନ୍ଦ୍ରଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି।
  • ନୂଆ ଏସସିଇଆରଟି ପ୍ରତିଷ୍ଠା ପାଇଁ ବ୍ୟବସ୍ଥାକୁ ସାମିଲ କରାଯାଇଛି ଏବଂ ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ଜିଲ୍ଲାସ୍ତରରେ ନୂଆ ଡିଆଇଇଟି ଗଠନ କରାଯାଇଛି।
  • ବିଭିନ୍ନ ଉପଲବ୍ଧି ସର୍ବେକ୍ଷଣ କରିବା, ପରୀକ୍ଷା ଉପକରଣ ଏବଂ ଆଇଟମ ବ୍ୟାଙ୍କ ବିକଶିତ କରିବା, ବିଭିନ୍ନ ଅଂଶୀଦାରମାନଙ୍କର ପ୍ରଶିକ୍ଷଣ ଏବଂ ପରୀକ୍ଷା ପ୍ରଶାସନ, ତଥ୍ୟ ସଂଗ୍ରହ ବିଶ୍ଳେଷଣ ଏବଂ ରିପୋର୍ଟ ପ୍ରସ୍ତୁତି କରିବା ଆଦି ନିମନ୍ତେ ପ୍ରାଥମିକତା ଭିତ୍ତିରେ ଏସସିଇଆରଟି ଠାରେ ଏକ ଆକଳନ କକ୍ଷ ପ୍ରତିଷ୍ଠା କରାଯିବ।
  • ପ୍ରାକ୍ ପ୍ରାଥମିକ ଏବଂ ମାଧ୍ୟମିକ ସ୍ତର ପାଇଁ ମଧ୍ୟ ବିଆରସି ଓ ସିଆରସିମାନଙ୍କୁ ଶିକ୍ଷାଗତ ସହାୟତା ଯୋଗାଇ ଦିଆଯିବ।
  • ସରକାରୀ ବିଦ୍ୟାଳୟ ବ୍ୟତୀତ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ମଧ୍ୟ ଧନ୍ଦାମୂଳକ ଶିକ୍ଷା ଅଧୀନରେ ସହାୟତା ଯୋଗାଇ ଦିଆଯାଇଛି। ନାମଲେଖା ଏବଂ ଚାହିଦା ଆଧାରରେ  ଭିନ୍ନ ଭିନ୍ନ ଭୂମିକା/ବିଭାଗର ଅନୁଦାନ/ସଂଖ୍ୟା ନିର୍ଦ୍ଧାରଣ କରାଯାଉଛି।
  • ଆଖପାଖରେ ଥିବା ଅନ୍ୟ ବିଦ୍ୟାଳୟଗୁଡ଼ିକ ପାଇଁ ହବ୍ ଭାବେ କାର୍ଯ୍ୟ କରୁଥିବା ଧନ୍ଦାମୂଳକ ଶିକ୍ଷା ପାଇଁ ବିଦ୍ୟାଳୟଗୁଡ଼ିକରେ ଶ୍ରେଣୀ ଗୃହ ତଥା ଓ୍ବାର୍କସପ ବ୍ୟବସ୍ଥା କରାଯାଇଛି। ସହାୟକ ବିଦ୍ୟାଳୟଗୁଡ଼ିକ ପାଇଁ ପରିବହନ ଏବଂ ଆକଳନ ଖର୍ଚ୍ଚ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି।
  • ଆଇସିଟି ଲ୍ୟାବ, ସ୍ମାର୍ଟ କ୍ଲାସରୁମ ସମେତ ଡିଜିଟାଲ ବୋର୍ଡ, ସ୍ମାର୍ଟ କ୍ଲାସରୁମ, ଭର୍ଚୁଆଲ କ୍ଲାସରୁମ ଏବଂ ଡିଟିଏଚ ଚ୍ୟାନେଲ ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି।
  • ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପାଇଁ ଶିଶୁମାନଙ୍କୁ ଠାବ କରିବାର ବ୍ୟବସ୍ଥା କରାଯାଇଛି।
  • ପ୍ରତି ବର୍ଷ ୨୦% ବିଦ୍ୟାଳୟର ସାମାଜିକ ଅଡିଟ୍ କରିବା ନିମନ୍ତେ ସହାୟତା କରାଯିବା ଯାହାଫଳରେ ପାଞ୍ଚ ବର୍ଷ ମଧ୍ୟରେ ସମସ୍ତ ବିଦ୍ୟାଳୟଗୁଡ଼ିକରେ ଏହାକୁ ସାମିଲ କରାଯାଇପାରିବ।

The post ସରକାର ଖୋଲିବେ ପ୍ଲେ ସ୍କୁଲ୍, ଅଙ୍ଗନବାଡୀ କର୍ମୀଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ appeared first on Odisha Reporter.



from Odisha Reporter https://ift.tt/37kPQD9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages