ବୈଷ୍ଣବ ଦେବୀ ଯିବାକୁ ମନ ବଳାଇଲେ ଶିଳ୍ପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 19, 2021

ବୈଷ୍ଣବ ଦେବୀ ଯିବାକୁ ମନ ବଳାଇଲେ ଶିଳ୍ପା

ମୁମ୍ବାଇ: ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ରାତାରାତି ସୁପର ଡ୍ୟାନ୍ସର ଶୋ ଛାଡ଼ି ଦେଇଥିବା ଶିଳ୍ପା ପ୍ରାୟ ମାସେ ପରେ ସେଟ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି। ସବୁବେଳେ ହସ ହସ ମୁହଁରେ ରହୁଥିବା ଶିଳ୍ପା ଏବେ ଉଦାସ ଦେଖାଯାଉଥିବା ବେଳେ ଆଧ୍ୟତ୍ମିକତା ଆଡ଼କୁ ମନ ବଳାଇଲେଣି । ଦେବୀ ଦୁର୍ଗାଙ୍କ ଉପାସକ ଥିବା ଶିଳ୍ପା ବୈଷ୍ଣବ ଦେବୀ ଯିବାକୁ ମନ ବଳାଇଥିବା ବେଳେ ସେଟ୍‌ରେ ପ୍ରତିଯୋଗୀଙ୍କ ପାଦ ଛୁଇଁ କଂଜକ ପୂଜା କରିଥିବା ଦେଖିବାକୁ ମିଳିଛି।

ସେଟ୍‌ରେ ପ୍ରତିଯୋଗୀ ଆର୍ଶୀୟା ବୈଷ୍ଣ ଦେବୀଙ୍କ ଉପରେ ଆକ୍ଟ କରିବା ପରେ ଶିଳ୍ପା ତାଙ୍କର ଖୁବ୍‌ ପ୍ରଶଂସା କରିଥିଲେ। ଏଥିସହ ଏହା ମନକୁ ଛୁଇଁଥିବାରୁ ଆର୍ଶୀୟାଙ୍କ କଂଜକ ପୂଜା କରିବାକୁ ଚାହିଁଥିଲେ ଶିଳ୍ପା। ଏପରିକି ସେଟ୍‌ରେ ତାଙ୍କ ପାଦ ଧୋଇ ପୂଜା ବି କରିଥିଲେ।

ଶିଳ୍ପା କହିଛନ୍ତି, ମୁଁ ଜଣେ ବହୁତ୍‌ ବଡ଼ ଆଧ୍ୟାତ୍ମିକ ଓ ସମର୍ପିତ ଦେବୀ ଭକ୍ତ। ହେଲେ ଏଯାଏ ବୈଷ୍ଣବ ଦେବୀ ମନ୍ଦିର ଯିବାକୁ ସୁଯୋଗ ପାଇନି। କିନ୍ତୁ ଦିନେ ନା ଦିନେ ମା’ଙ୍କ ଦର୍ଶନ ପାଇଁ ଯିବି।

ଶିଳ୍ପା ପ୍ରାୟ ମାସେ ପରେ ସେଟ୍‌ରେ ପହଞ୍ଚିଥିବା ବେଳେ ଅନୁରାମ ବାସୁ ଓ ଗୀତା କପୁରଙ୍କ ସମେତ ସବୁ ପ୍ରତିଯୋଗୀ ଖୁବ୍‌ ଜୋଶ୍‌ରେ ଶିଳ୍ପାଙ୍କ ସ୍ୱାଗତ କରିଥିଲେ। ଏହା ଦେଖି ଇମୋସନାଲ ହୋଇ ଯାଇଥିବା ଶିଳ୍ପାଙ୍କ ଆଖିରେ ଲୁହ ଆସି ଯାଇଥିଲା।

ଶିଳ୍ପା ସୁପର ଡ୍ୟାନ୍ସର ଶୋ’କୁ ଫେରିବା ପରେ ତାଙ୍କର ଏକ ଭିଡିଓ ଲିକ୍‌ ହୋଇଥିଲା। ଏହି ଭିଡିଓରେ ଶିଳ୍ପା ନିଜ ଭ୍ୟାନିଟିତ ଭ୍ୟାନ୍‌ରୁ ବାହାରି ଶୁଟ୍‌ ପାଇଁ ଯାଉଥିଲେ। ସ୍କାଏ ବ୍ଲୁ ଓ ରେଡ ରଙ୍ଗର ଫ୍ଲୋଲାର ଶାଢିରେ ଶିଳ୍ପା ଖୁବ୍‌ ସୁନ୍ଦର ଲାଗୁଥିଲେ ବି ତାଙ୍କ ମୁହଁରୁ ହାସ ଗାଏବ ହୋଇଯାଇଥିଲା। ସବୁବେଳେ କ୍ୟାମେରା ସାମନାରେ ପୋଜ ଦେଉଥିବା ଓ ହସୁଥିବା ଶିଳ୍ପା କିନ୍ତୁ ଖୁବ୍‌ ଚୁପ୍‌ ଓ ଉଦାସ ଦେଖାଯାଉଥିଲେ। କ୍ୟାମେରାକୁ କେବଳ ହାତ ହଲାଇ ସେଠାରେ ଚାଲି ଯାଇଥିଲେ ଶିଳ୍ପା।

ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ଜୁଲାଇ ୧୯ ତାରିଖରେ ରାଜ୍‌ କୁନ୍ଦ୍ରା ଗିରଫ ହେବା ପରଠୁ ଶିଳ୍ପା ଏକ ପ୍ରକାର କ୍ୟାମେରାଠୁ ଦୂରେଇ ଯାଇଥିଲେ। ଏପରିକି ସୁପର ଡ୍ୟାନ୍ସର ଶୋ’ ସୁଟ୍‌ କରିବା ବନ୍ଦ କରି ଦେଇଥିଲେ। ଏହା ମଧ୍ୟରେ ଶୋ’ରେ ଶିଳ୍ପାଙ୍କୁ ରିପ୍ଳେସ କରାଯିବ ବୋଲି ଶୁଣାଯାଉଥିବା ବେଳେ ଶିଳ୍ପାଙ୍କ କମ୍‌ବ୍ୟାକ୍‌ ପରେ ଏସବୁ ଚର୍ଚ୍ଚାରେ ବିରାମ ଲାଗିଛି।

The post ବୈଷ୍ଣବ ଦେବୀ ଯିବାକୁ ମନ ବଳାଇଲେ ଶିଳ୍ପା appeared first on Odisha Reporter.



from Odisha Reporter https://ift.tt/3y7rg3v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages