ବେଡ୍‌କୁ ଯିବା ପୂର୍ବରୁ ନାଇଟ ସାୱାର କରିବାକୁ ଭୁଲନ୍ତୁ ନାହିଁ, ଜାଣି ରଖନ୍ତୁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 19, 2021

ବେଡ୍‌କୁ ଯିବା ପୂର୍ବରୁ ନାଇଟ ସାୱାର କରିବାକୁ ଭୁଲନ୍ତୁ ନାହିଁ, ଜାଣି ରଖନ୍ତୁ ଫାଇଦା

ଦିନଯାକର ଜଞ୍ଜାଳ ସାରି ଘରକୁ ଫେରିବା ପରେ ସମସ୍ତେ ପ୍ରଥମେ ଫ୍ରେଶ୍‌ ହେବାକୁ ପସନ୍ଦ କରନ୍ତି। ଏଥିପାଇଁ କିଏ ପୁଣି ଥରେ ରାତିରେ ଗାଧୋଇଥାନ୍ତି ତ କିଏ ଏହାକୁ ଆଭଏଡ କରିଥାନ୍ତି। ହେଲେ ଜାଣିଛନ୍ତି ନାଇଟ୍‌ ସାୱାର ନେବା ପରେ ଏହା ଆପଣଙ୍କୁ ଫ୍ରେଶ୍‌ କରିବା ସହ ବହୁ ବେମାରକୁ ବି ଦୂରେଇ ଦେଇଥାଏ।

ଦିନ ସାରା ବାହାରେ ବୁଲିବା, କାମ କରିବା ହେତୁ ଶରୀରରେ ଝାଳ ସହ, ଧୂଳି କିଟାଣୁ ବି ଲାଗିଯାଇଥାଏ। ତେଣୁ ରାତିରେ ଗାଧୋଇବା ପରେ ଏହା ଶରୀରରୁ ଦୂରେଇ ଯାଇଥାଏ। ଏହାଦ୍ୱାରା ଯେ ଆପଣ କେବଳ ଫ୍ରେଶ୍‌ ଅନୁଭବ କରନ୍ତି ତାହା ନୁହେଁ, ଏହା ଶରୀରର ତାପମାତ୍ରାକୁ ବି କିଛି ମାତ୍ରାରେ କମାଇ ଦେଇଥାଏ।

ବେଡକୁ ଯିବା ପୂର୍ବରୁ ଭଲ ଭାବେ ଗାଧୋଇବା ତ୍ୱଚା ପାଇଁ ଖୁବ୍‌ ଲାଭଦାୟକ। ଏହାଦ୍ୱାରା ତ୍ୱଚା ତଥା ଚର୍ମ ସମ୍ବନ୍ଧୀୟ ରୋଗ ଦୂରେଇ ଯାଇଥାଏ। ରାତିରେ ଗାଧୋଇବା ଦ୍ୱାରା ଶରୀରରେ ରକ୍ତ ପ୍ରବାହ ଠିକ୍‌ ହୋଇଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣକୁ ଆଣିବାରେ ଏହା ସାହାଯ୍ୟ କରିଥାଏ।

Representational Image

ରାତିରେ ଗାଧୋଇବା ପରେ ତୁରନ୍ତ ଆମ ମସ୍ତିଷ୍କ ଓ ଶରୀର ଫ୍ରେଶ୍‌ ହୋଇଯାଇଥାଏ। ଏହା କେବଳ ଆମ ଶରୀରକୁ ରିଫ୍ରେଶ୍‌ କରିଥାଏ ତାହା ନୁହେଁ ଏହା ଦ୍ୱାରା ମନ ବି ସତେଜ ଅନୁଭବ କରିଥାଏ। ଆପଣ ଚିନ୍ତାମୁକ୍ତ ଅନୁଭବ କରନ୍ତି, ଫଳରେ ରାତିରେ ଭଲ ନିଦ ହୋଇଥାଏ। ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା  ସମସ୍ତ ଇନ୍ଦ୍ରିୟ ଆଶ୍ୱର୍ଯ୍ୟଜନକ ଭାବେ ସକ୍ରିୟ ହୋଇ ଯାଇଥାଏ ।

ଯଦି ଆପଣ ଜିମ୍‌ ଯାଉଛନ୍ତି, ନିୟମିତ ଏକ୍ସରସାଇଜ କରୁଛନ୍ତି, ଏହାବାଦ ଅଫିସ୍‌ ବି ଯାଉଛନ୍ତି। ଏପରି ସ୍ଥିତିରେ ସକାଳେ ଗାଧୋଇବା ସହ ରାତିରେ ଗାଧୋଇବାକୁ ବି ଭୁଲନ୍ତୁ ନାହିଁ। ଏହାଦ୍ୱାରା ଧାଁଦୌଡ଼ ଯୋଗୁ ଆପଣଙ୍କ ଶରୀର ତାପମାତ୍ର ସାମାନ୍ୟ ବୃଦ୍ଧି ହୋଇଥିବା ବେଳେ ରାତିରେ ଗାଧୋଇବା ଦ୍ୱାରା ତାହା ନର୍ମାଲ ହୋଇଯାଇଥାଏ। ଫଳରେ ରାତିରେ ଭଲ ନିଦ ହେବା ସହ ସକାଳୁକୁ ଫ୍ରେଶ୍‌ ଅନୁଭବ ହୋଇଥାଏ।

The post ବେଡ୍‌କୁ ଯିବା ପୂର୍ବରୁ ନାଇଟ ସାୱାର କରିବାକୁ ଭୁଲନ୍ତୁ ନାହିଁ, ଜାଣି ରଖନ୍ତୁ ଫାଇଦା appeared first on Odisha Reporter.



from Odisha Reporter https://ift.tt/2W7IxN6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages