ତାଲିବାନର ନୂଆ ମନ୍ତ୍ରିମଣ୍ତଳ: କିଏ ଅର୍ଥମନ୍ତ୍ରୀ ଓ ଗୁଇନ୍ଦା ବିଭାଗ ମୁଖ୍ୟ ହେଲେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 24, 2021

ତାଲିବାନର ନୂଆ ମନ୍ତ୍ରିମଣ୍ତଳ: କିଏ ଅର୍ଥମନ୍ତ୍ରୀ ଓ ଗୁଇନ୍ଦା ବିଭାଗ ମୁଖ୍ୟ ହେଲେ ଜାଣନ୍ତୁ

କାବୁଲ: ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ସରକାର ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛି। ବିଧିବଦ୍ଧ ଭାବେ ସରକାର ଗଠନ କରିବା ପୂର୍ବରୁ ତାଲିବାନ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ନେତା ନିଯୁକ୍ତ କରିଛି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ତାଲିବାନ ପକ୍ଷରୁ ଆଫଗାନରେ ନୂଆ ଅର୍ଥମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୁଇନ୍ଦା ବିଭାଗର ମୁଖ୍ୟ ପଦବୀ ଯାଏ ବିଭିନ୍ନ ନେତାଙ୍କ ନାଁ ଘୋଷଣା କରାଯାଇଛି।

ତାଲିବାନ ଆଫଗାନିସ୍ତାନର ନୂଆ ଅର୍ଥମନ୍ତ୍ରୀ ଭାବେ ଗୁଲ୍‌ ଆଘାଙ୍କୁ ନିଯୁକ୍ତି ଦେଇଛି। ସେହିପରି ସଦର ଇବ୍ରାହିମ ଆଫଗାନର କାମଚଳା ଆଭ୍ୟନ୍ତରୀଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ଶିକ୍ଷା ବିଭାଗର କାମଚଳା ମୁଖ୍ୟ ଭାବେ ସାଖୁଲ୍ଲା, ଉଚ୍ଚ ଶିକ୍ଷା ବିଭାଗର କାମଚଳା ମୁଖ୍ୟ ଭାବେ ଅବଦୁଲ ବାକି, କାବୁଲ ଗଭର୍ଣ୍ଣର ଭାବେ ମୁଲ୍ଲା ଶିରିନ, କାବୁଲ ମେୟର ହମଦୁଲ୍ଲା ନୋରମାନି ଓ ନଜିବୁଲ୍ଲାଙ୍କୁ ଗୁଇନ୍ଦା ମୁଖ୍ୟ ଭାବେ କାର୍ଯ୍ୟ କରିବେ।

ଏହାବାଦ୍‌ ତାଲିବାନ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର କାମ ଚଳା ମୁଖ୍ୟ ପଦରେ ମଧ୍ୟ ଜଣଙ୍କୁ ନିଯୁକ୍ତି ଦେଇଛି। ତାଲିବାନ ଅର୍ଥନୀତିକ କମିଶନରର ପୂର୍ବତନ ମୁଖ୍ୟ ହାଜି ମହମ୍ମଦ ଇଦ୍ରିସ କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ବର୍ତ୍ତମାନ ସଂଗଠନ ଏମାନଙ୍କୁ ନେଇ ଆଫଗାନିସ୍ତାନରେ ଶାସନ ବ୍ୟବସ୍ଥା ପରିଚାଳନା କରିବ ବୋଲି ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ସରକାର ଗଠନ ପ୍ରକ୍ରିୟା ଆଗକୁ ନେବା ପାଇଁ ତାଲିବାନ ୧୨ ଜଣିଆ ପରିଷଦ ଗଠନ କରିଛି। ଏହି ପରିଷଦ ହିଁ ଆଫଗାନିସ୍ତାନର ବିଭିନ୍ନ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ପରିଷଦରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ, ଅବଦୁଲ୍ଲା ଅବଦୁଲ୍ଲା ଓ ତାଲିବାନ୍‌ର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ରହିଛନ୍ତି। ବରାଦର ଆଫଗାନର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବୋଲି ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଅଗଷ୍ଟ ୩୧ ପରେ ତାଲିବାନ ଆଫଗାନରେ ବିଧିବଦ୍ଧ ସରକାର ଗଠନ କରିପାରେ। ଆମେରିକା ଓ ବିଭିନ୍ନ ଦେଶରେ ସେନା ବର୍ତ୍ତମାନ କାବୁଲ ଏୟାରପୋର୍ଟରେ ରହିଛନ୍ତି। ସେମାନଙ୍କୁ ଅଗଷ୍ଟ ୩୧ ସୁଦ୍ଧା ଦେଶ ଛାଡ଼ିବାକୁ ତାଲିବାନ ଚେନାବନୀ ଦେଇଛି। ତେଣୁ ସେମାନେ ଦେଶ ଛାଡ଼ିବା ପରେ ତାଲିବାନ ଏଠାରେ ସରକାର ଗଠନ କରିବ ବୋଲି କୁହାଯାଉଛି।

The post ତାଲିବାନର ନୂଆ ମନ୍ତ୍ରିମଣ୍ତଳ: କିଏ ଅର୍ଥମନ୍ତ୍ରୀ ଓ ଗୁଇନ୍ଦା ବିଭାଗ ମୁଖ୍ୟ ହେଲେ ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/2Wr31k5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages