କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 24, 2021

କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ

ପାରାଦୀପ(ରମାକାନ୍ତ ନାୟକ):  କୁଜଙ୍ଗ ବ୍ଲକରେ ଭିଜିଲାନ୍ସ ଚଢାଉ। କୁଜଙ୍ଗ ତହସିଲର ପୂର୍ବତନ ୫ କର୍ମଚାରୀ ଗତକାଲି ଗିରଫ ହେବା ପରେ ବ୍ଲକ୍ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି।  ମହିଳା ମହାସଂଘରେ ଅର୍ଥ ହେରଫେର୍‌କୁ ନେଇ ଖୋଳତାଡ ହୋଇଥିବା ସୂଚନା ମିଳିଛି।

ପାଇଖାନା ର୍ନିମାଣରେ ୭୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ଏବଂ ମହିଳା ମହାସଂଘର ୨୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର। ଏହିପରି ପାଖାପାଖି କୋଟିଏ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପାଇବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। ବ୍ଲକ୍ କାର୍ଯ୍ୟାଳୟରୁ ଅନେକ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍।

ହିତାଧିକାରୀ ଟଙ୍କା ପାଇନଥିବାବେଳେ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଛି।  ଏନେଇ ବ୍ଲକ୍ ପ୍ରଶାସନ ଆଇନଗତ ପଦକ୍ଷେପ ନେଉଛି। ଏସ୍‌ଏଚ୍‌ଜିର ଜଣେ ସଦସ୍ୟ ଅଭିଯୋଗ କରିଥିଲେ। ଅଭିଯଆଗ ଅନୁଯାୟୀ ଭିଜିଲାନ୍ସ ତଦନ୍ତ କରୁଛି ବୋଲି ବିଡିଓ କହିଛନ୍ତି। ଅନ୍ୟପଟେ ତଦନ୍ତ ଚାଲିଥିବା କହି କ୍ୟାମେରା ଆଗରେ କିଛି ତଥ୍ୟ ଦେଇନାହାଁନ୍ତି ଭିଜିଲାନ୍ସ ଡିଏସପି ।

The post କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ appeared first on Odisha Reporter.



from Odisha Reporter https://ift.tt/3B7o4qI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages