ଲସ୍ଏଞ୍ଜେଲିସ: ବଲିଉଡ ତଥା ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆହତ। ଫାଟିଲା ମୁଣ୍ଡ, ଆଖି ପାଖରେ ମଧ୍ୟ ଆଘାତ ଲାଗିଛି। କେବଳ ସେତିକି ନୁହେଁ, ତାଙ୍କ ମୁଣ୍ଡରୁ ଧାର ଧାର ରକ୍ତ ମଧ୍ୟ ବୋହି ଯାଉଛି। ପ୍ରିୟଙ୍କାଙ୍କ ଏଭଳି ରକ୍ତାକ୍ତ ଅବସ୍ଥାରେ ଥିବା ଏକ ଫଟୋ ସାମ୍ନାକୁ ଆସିଛି। ଯାହାକୁ ନେଇ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ମୁତାବକ, ପ୍ରିୟଙ୍କା ତାଙ୍କ ଅପ୍କମିଂ ହଲିଉଡ୍ ଫିଲ୍ମ ‘ସେଟାଡେଲ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଏହି ଫିଲ୍ମର ଶୁଟିଂ ବେଳେ ତାଙ୍କୁ ଜୋରଦାର ଆଘାତ ଲାଗିଛି। ଏକ ଆକ୍ସନ ସିନ୍ର ସୁଟିଂ ବେଳେ ତାଙ୍କ ମୁଣ୍ଡ ଏବଂ ଆଖିରେ ଆଘାତ ଲାଗିଥିଲା। ଏଥିସହ ତାଙ୍କ ମୁହଁରେ ମାଟି ମଧ୍ୟ ଲାଗିଛି। ଏହି ଫଟୋକୁ ସେ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି।
ଫଟୋକୁ ପୋଷ୍ଟ କରି ପ୍ରିୟଙ୍କା କ୍ୟାପସନରେ ଲେଖିଛନ୍ତି, ‘ଅଧିକ କଷ୍ଟଦାୟକ ଦିନ ଥିଲା, ଆପଣଙ୍କୁ ଏହା ସହ ସାକ୍ଷାତ କରାଇବା ପାଇଁ ମୁଁ ବେଶ୍ ଉତ୍ସୁକ’। ପ୍ରିୟଙ୍କାଙ୍କ ରକ୍ତାକ୍ତ ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକଙ୍କ ଚିନ୍ତା ବଢ଼ି ଯାଇଛି। ତାଙ୍କ ଫଟୋରେ ଅନେକ ଫ୍ୟାନ କମେଣ୍ଟ କରି ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟର ଦେଖାରେଖା କରିବା ପାଇଁ ପରାମର୍ଶ ଦେଇଛନ୍ତି।
ସୂଚନା ମୁତାବକ, ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଖୁବଶୀଘ୍ର ହଲିଉଡ ଫିଲ୍ମ ‘ସିଟାଡେଲ’ରେ ନଜର ଆସିବେ। ଏହା ବ୍ୟତୀତ ତାଙ୍କୁ ହଲିଉଡର ପ୍ରସିଦ୍ଧ ଅଭିନେତା ଟମ୍ କ୍ରୁଜଙ୍କ ‘ମିଶନ ଇମ୍ପସିବୁଲ-୭’ରେ ମଧ୍ୟ ଦେଖିବାକୁ ମିଳିବ। ହଲିଉଡ ବ୍ୟତୀତ ବଲିଉଡରେ ସେ ‘ଜି ଲେ ଜରା’ ଫିଲ୍ମରେ ମଧ୍ୟ ନଜର ଆସିବେ। ଏଥିରେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ସହ ପ୍ରିୟଙ୍କା ସ୍କ୍ରିନ୍ ଶେଆର କରିବେ।
View this post on Instagram
The post ପ୍ରିୟଙ୍କା ଚୋପ୍ରା ଆହତ, ଫାଟିଲା ମୁଣ୍ଡ appeared first on Odisha Reporter.
from Odisha Reporter https://ift.tt/2WBFLQq
No comments:
Post a Comment