‘ବାଙ୍ଗିରିପୋଷି- ଗୋରୁମହିଷାଣୀ ରେଳ ପ୍ରକଳ୍ପକୁ ଆଉ ଶୀତଳ ଭଣ୍ଡାରରେ ରହିବାକୁ ଦିଆଯିବନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 28, 2021

‘ବାଙ୍ଗିରିପୋଷି- ଗୋରୁମହିଷାଣୀ ରେଳ ପ୍ରକଳ୍ପକୁ ଆଉ ଶୀତଳ ଭଣ୍ଡାରରେ ରହିବାକୁ ଦିଆଯିବନି’

ବାରିପଦା(ମାଣିକ ଲାଲ ପାଣି): ଓଡ଼ିଶାର ପ୍ରଥମ ରେଳ ଲାଇନ ୧୯୦୪ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା  ହୋଇଥିଲା । ମୟୂରଭଞ୍ଜ ମହାରାଜାଙ୍କ  ଉଦ୍ୟମ ଓ ତତ୍ପରତା ଯୋଗୁ ବାରିପଦାରୁ ରୁପସା ଏବଂ ବାରିପଦାରୁ ବାଙ୍ଗିରିପୋଷି ଯାଏଁ  ରେଳପଥ କାର୍ଯ୍ୟକ୍ଷମ ହୋଇଥିଲା  । ତେବେ ଇତି ମଧ୍ୟରେ ଶହେ ବର୍ଷରୁ  ଊର୍ଦ୍ଧ୍ୱ ସମୟ ବିତିଗଲାଣି।  ହେଲେ ମୟୂରଭଞ୍ଜ ରେଳ ମ୍ୟାପରେ ବାଙ୍ଗିରିପୋଷିରୁ ଗୋରୁମହିଷାଣୀ  ରେଳ ଲାଇନ କାମ ଆରମ୍ଭ ହୋଇପାରୁନି । ଏଥିପାଇଁ ସିଧାସଳଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ଦାୟୀ କରିଛନ୍ତି ଜିଲ୍ଲାବାସୀ। କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ଦେଇ ଚାଲିଥିବା ମିଥ୍ୟା ପ୍ରତିଶ୍ରୁତିକୁ  ଆଉ ବରଦାସ୍ତ କରାଯିବନି। ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ସରକାର ବୋକା ନ ଭାବି ତୁରନ୍ତ ଏହି ପ୍ରକଳ୍ପ କାମ କରିବା ଦାବିରେ ଆରମ୍ଭ ହୋଇଛି ପଦଯାତ୍ରା।

ମୟୂରଭଞ୍ଜ ରେଳ ମ୍ୟାପରେ ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ପର୍ଯ୍ୟନ୍ତ ନୂତନ ରେଳ ଲାଇନ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଅଛି । ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ଏବଂ ବୁଢାମରାଠାରୁ ଚାକୁଳିଆ ଯାଏଁ ରେଳପଥ  ସଂଯୋଗୀକରଣ ପାଇଁ ମୁଖ୍ୟତଃ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ ଏବେ ଏଥିନିମନ୍ତେ ରାସ୍ତାକୁ ଓହ୍ଲାଇଛନ୍ତି ଭଞ୍ଜ ସେନା କର୍ମକର୍ତ୍ତା । ଏହା ଦୀର୍ଘ ୪୦ ବର୍ଷର ଆନ୍ଦୋଳନ,  ମୟୂରଭଞ୍ଜର ଏକ ପ୍ରମୁଖ ରାଜନୈତିକ ଏଜେଣ୍ଡା । ମୟୂରଭଞ୍ଜ ଜିଲ୍ଲାର ରାଜନୈତିକ ସଂଗଠନ ଭଂଜସେନା ଏହି ପଦଯାତ୍ରା ଆରମ୍ଭ କରିଥିବା ବେଳେ ଅନ୍ୟାନ୍ୟ ଛୋଟ ବଡ଼ ସଂଗଠନ ମଧ୍ୟ ଏହି ପଦ ଯାତ୍ରାରେ ସାମିଲ୍ ହୋଇଛନ୍ତି ।

ଏନେଇ ଭଂଜସେନା ଅଧ୍ୟକ୍ଷ କଳିଙ୍ଗ କେଶରୀ ଜେନା କହିଛନ୍ତି, ଜିଲ୍ଲାକୁ ଗୋଟିଏ ସୂତ୍ରରେ ବାନ୍ଧିବାକୁ, ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବାକୁ ଏହି ରେଳପଥର ଗୁରୁତ୍ୱ ବହୁତ । ଏହାଦ୍ୱାରା ସମଗ୍ର ଜିଲ୍ଲାକୁ ଯୋଡ଼ି ହେବ । ଯେଉଁମାନେ ବାହାରକୁ ଯାଉଛନ୍ତି ଟ୍ରେନରେ ଯିବାର ସୁବିଧା ପାଇ ପାରିବେ।

ଏହାବାଦ ମୟୂରଭଞ୍ଜ ପର୍ଯ୍ୟଟନର ଗନ୍ତାଘର ହୋଇଥିବାବେଳେ ରେଳ ଲାଇନ୍‌ ହେଲେ ଏଠାକୁ ବାହାରୁ ପର୍ଯ୍ୟଟକ ଛୁଟି ଆସିବେ। ଫଳରେ ଜିଲ୍ଲାର ଆର୍ଥିକ ସମସ୍ୟାରେ ସୁଧାର ଆସିବ । ବହୁତ ଦିନରୁ ସର୍ଭେ ସରିଛି।    ରାଜନୈତିକ ଇଚ୍ଛାଶକ୍ତି ଅଭାବ ଏହି କାମ ଆଉ ଆଗକୁ ବଢ଼ିପାରୁନି। ଏହାକୁ ଆଉ  ଅଧିକ ଦିନ ଶୀତଳଭଣ୍ଡାରରେ ରହିବାକୁ ଦିଆଯିବନି।

ଏନେଇ  ରାକେଶ ସିଂ ନାମକ ଭଂଜସେନା କର୍ମୀ କହିଛନ୍ତି, ବାଙ୍ଗିରିପୋଷିରୁ ଗୋରୁମହିଷାଣି ରେଳ ସଂଯୋଗ ଦରକାର। ସବୁବେଳେ କେନ୍ଦ୍ର, ରାଜ୍ୟ ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଲୋକଙ୍କୁ ସଚେତନ କରିବାକୁ ଓ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଏହି ପଦଯାତ୍ରା ଆରମ୍ଭ ହୋଇଛି।

ଗତକାଲି ଏହି ପଦଯାତ୍ରା ବାଙ୍ଗିରିପୋଷି ରେଳ ଷ୍ଟେସନରୁ ବାହାରିଛି। ଆସନ୍ତାକାଲି ରାଇରଙ୍ଗପୁରଠାରେ ଏହି ପଦ ଯାତ୍ରା ଶେଷ ହେବ।  । ଭଂଜସେନାର ଅନେକ ବରିଷ୍ଠ କର୍ମକର୍ତ୍ତା, ବାଙ୍ଗିରିପୋଷିର ଅନେକ ବରିଷ୍ଠ ନାଗରିକ ଓ  ମହିଳା ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ।

 

The post ‘ବାଙ୍ଗିରିପୋଷି- ଗୋରୁମହିଷାଣୀ ରେଳ ପ୍ରକଳ୍ପକୁ ଆଉ ଶୀତଳ ଭଣ୍ଡାରରେ ରହିବାକୁ ଦିଆଯିବନି’ appeared first on Odisha Reporter.



from Odisha Reporter https://ift.tt/3zl8CXs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages