ନୂଆ ଜମ୍ମୁ କଶ୍ମୀରକୁ ଦୁଇ ବର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 4, 2021

ନୂଆ ଜମ୍ମୁ କଶ୍ମୀରକୁ ଦୁଇ ବର୍ଷ

ଶ୍ରୀନଗର: ନୂଆ ଜମ୍ମୁ କଶ୍ମୀରକୁ ଦୁଇ ବର୍ଷ ପୂରଣ ହୋଇଛି। ଯେଉଁ ଧାରା ୩୭୦ ଓ ୩୫-ଏ ପାଇଁ ଜମ୍ମୁ କଶ୍ମୀର ଭାରତରେ ରହି ମଧ୍ୟ ନିଜର ଏକ ସ୍ଵତନ୍ତ୍ର ପତାକା ଏବଂ ଜାତୀୟ ସଙ୍ଗୀତ ପାଇବାର ଅଧିକାର ରଖିଥିଲା, ତାକୁ କେନ୍ଦ୍ରର ମୋଦି ସରକାର ୨୦୧୯ରେ ଦ୍ୱିତୀୟ ଥର ଶାସନ ଗାଦିରେ ବସିବା ପରେ ହଟାଇ ଦେଇଥିଲେ। ଜମ୍ମୁ କଶ୍ମୀରକୁ ବିଭାଜନ କରି ଜମ୍ମୁ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲା ମୋଦୀ ସରକାର । ତେବେ କେନ୍ଦ୍ରର ବିଜେପି ସରକାର ଏହି ନିଷ୍ପତ୍ତି ପଛରେ ରହିଛି ପ୍ରଜା ପରିଷଦର ଆନ୍ଦୋଳନ।

ଅନେକ ନେତା ଗୃହବନ୍ଦୀ ହୋଇଥିଲେ

ଦେଶ ସ୍ୱାଧୀନ ହେବା ପରେ ଏହି ଧାରା ୩୭୦କୁ ଜମ୍ମୁ କଶ୍ମୀରରେ ଅସ୍ଥାୟୀ ଭାବରେ ଲଗାଇଥିଲେ। ହେଲେ ଏହାପରେ ଏହି ନିୟମକୁ ହଟାଇବାକୁ କେବେ କୌଣସି ସରକାର ସାହାସ କରି ପାରିନଥିଲେ। କିନ୍ତୁ କେନ୍ଦ୍ରର ମୋଦି ସରକାର ଏହା କରି ଦେଖାଇଛନ୍ତି। କେବଳ ଏତିକି ନୁହେଁ, ଏହି ସମୟରେ ଜମ୍ମୁ କଶ୍ମୀରର ପ୍ରମୁଖ ରାଜନେତାମାନଙ୍କୁ ଗୃହ ବନ୍ଦୀ କରି ଦେଇଥିଲେ ସରକାର। ଯାହାଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଅଧୀନରେ  ସେପରି କୌଣସି ହିଂସାକାଣ୍ଡ ଘଟିପାରି ନ ଥିଲା।

ଗୃହବନ୍ଦୀ କରି ରଖାଯାଇଥିବା ନେତାଙ୍କ ମଧ୍ୟରେ ନ୍ୟାସନାଲ କନଫରେନ୍ସର ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ପିଡିପିର ମେହବୁବା ମୁଫତି ଭଳି ପ୍ରମୁଖ ନେତା ଥିଲେ। ଏହାରି ଭିତରେ କେନ୍ଦ୍ରର ଶାସକ ଦଳ ବିଜେପି ଗୋଟିଏ ଦେଶ ଗୋଟିଏ ଆଇନ ନେଇ ଯେଉଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛି। କେନ୍ଦ୍ର ସରକାର ଏହା ମଧ୍ୟ ଦାବି କରିଛନ୍ତି ଯେ ଏହି ନିଷ୍ପତ୍ତି କେବଳ ରାଜ୍ୟର ବିକାଶର ନୁହେଁ, ବରଂ କଶ୍ମୀର ପଣ୍ଡିତମାନଙ୍କୁ ପୁଣିଥରେ ରାଜ୍ୟକୁ ଫେରିବା ପାଇଁ ରାସ୍ତା ସଫା କରିଛି। ଜମ୍ମୁ କଶ୍ମୀରରେ ବର୍ତ୍ତମାନର କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ଏଜେଣ୍ଡାର ମୂଳଦୁଆ ୭୦ ବର୍ଷ ଧରି ପ୍ରଜା ପରିଷଦ ପାର୍ଟି ଦ୍ୱାରା ସ୍ଥାପିତ ହୋଇଥିଲା।

ଧାରା ୩୭୦ ହଟିବା ପଛରେ ପ୍ରଜା ପରିଷଦର ଆନ୍ଦୋଳନ

ଜମ୍ମୁ କଶ୍ମୀରରେ ପ୍ରଜା ପରିଷଦର ଭୂମିକା ବାବଦରେ ଡକ୍ଟର ରମେଶ ତାମିରୀ ତାଙ୍କ ବହିରେ ଲେଖିଛନ୍ତି, ନଭେମ୍ବର ୧୯୪୭ରେ ପ୍ରଜା ପରିଷଦ ଗଠନ ହୋଇଥିଲା। ଯାହା ପ୍ରେମ ଚାନ୍ଦ ଡୋଗ୍ରା ଏବଂ ବଲରାଜ ମାଧୋକଙ୍କ ଜରିଆରେ ଗଠିତ ହୋଇଥିଲା। ସେତେବେଳେ ଶେଖ ଅବଦୁଲ୍ଲା ପାକିସ୍ତାନ ଆଗରେ ନରମ ମନୋଭାବ ରଖିଥିଲେ।  ଆଉ ତାଙ୍କର ପ୍ରକୃତ ଚେହେରା ପଦାକୁ ଆସିଥିଲା। ସାମ୍ପ୍ରଦାୟିକତା ଏବଂ ବିଚ୍ଛିନ୍ନତାବାଦର ଚେହେରା ମଧ୍ୟ ସମସ୍ତଙ୍କ ସାମ୍ନାରେ ଥିଲା। ଆଉ ଧାରା ୩୭୦କୁ ବିରୋଧ କରିବା ପ୍ରକ୍ରିଯା ୨୬ ଜାନୁଆରୀ ୧୯୫୦ରୁ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରଜା ପରିଷଦ ଗୋଟିଏ ଲକ୍ଷ୍ୟ, ଗୋଟିଏ ମୁଖ୍ୟ, ଗୋଟିଏ ଆଇନର ଅଭିଯାନ ଆରମ୍ଭ କରିଥିଲା।

ଜାନୁଆରୀ ୧୯୫୨ରୁ ଜୁନ୍ ୧୯୫୨ ପର୍ଯ୍ୟନ୍ତ ପ୍ରଜା ପରିଷଦ ଏକ ବଡ ଆନ୍ଦୋଳନ ଆରମ୍ଭ କରିଥିଲା। ଏହାର ବାର୍ତ୍ତା ଲୋକଙ୍କ ନିକଟକୁ ଯାଇଥିଲା ଯେ ଶେଖ ଅବଦୁଲ୍ଲା ଏବଂ ନେହେରୁ ଧାରା ୩୭୦ କାର୍ଯ୍ୟକାରୀ କରି ଏକ ବଡ ଭୁଲ କରିଛନ୍ତି। ଏହା ପରେ ପ୍ରଜା ପରିଷଦ ନଭେମ୍ବର ୧୯୫୨ ରୁ ମେ ୧୯୫୩ ପର୍ଯ୍ୟନ୍ତ ଏକ ବଡ ଆନ୍ଦୋଳନ ଆରମ୍ଭ କରିଥିଲା। ​ଯାହାକୁ ନେଇ ସାରା ଦେଶରେ ଆନ୍ଦୋଳନ ହୋଇଥିଲା। ୧୦ ହଜାର ପ୍ରଜା ପରିଷଦ ସମର୍ଥକ ଏହାକୁ ବିରୋଧ କରି ଗିରଫ ହୋଇଥିଲେ। ଏହା ପରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ମଧ୍ୟ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ସେ କଶ୍ମୀରରେ ପହଞ୍ଚିଥିଲେ। ୨୩ ଜୁନ୍ ୧୯୫୩ରେ ତାଙ୍କର ଦେହାନ୍ତ ହୋଇଥିଲା। ପ୍ରଜା ପରିଷଦର ସବୁଠାରୁ ବଡ ଅବଦାନ ହେଉଛି ଯେ ଧାରା ୩୭୦ ବିରୋଧରେ ସେମାନେ ଆରମ୍ଭ କରିଥିବା ଅଭିଯାନକୁ ବିଜେପି ଆଗେଇ ନେଇଛି। ଅଗଷ୍ଟ ୨୦୧୯ ରେ କଶ୍ମୀରକୁ ନେଇ ବିଜେପି ସରକାର ନେଇଥିବା ନିଷ୍ପତ୍ତି ହେଉଛି ପ୍ରଧାନ ପରିଷଦର ଅଭିଯାନର ଫଳାଫଳ।

ପୂରଣ ହୋଇନି ନୂଆ ଜମ୍ମୁ କଶ୍ମୀରର ସ୍ୱପ୍ନ

ହେଲେ ଧାରା ୩୭୦ ଉଚ୍ଛେଦ ବେଳେ ଜମ୍ମୁ କଶ୍ମୀରରେ ଯେଉଁଭଳି ବିକାଶର ସୁନେଲୀ ସ୍ୱପ୍ନ ଦେଖାଇଥିଲା କେନ୍ଦ୍ର ତାହା ଏଯାବତ ପୂରଣ ହୋଇପାରିନି। କରୋନା ପାଇଁ ଯଦିଓ ବିକାଶ ବାଧାପ୍ରାପ୍ତ ହୋଇଛି ଇତି ମଧ୍ୟରେ କେନ୍ଦ୍ର ସରକାର ଉପରାଜ୍ୟପାଳ ସତ୍ୟ ପାଲ ମଲିକଙ୍କୁ ଅନ୍ୟତ୍ର ବଦଳ କରି ମନୋଜ ସିହ୍ନାଙ୍କୁ ଏହି ବଡ଼ ପଦରେ ବସାଇଛନ୍ତି। ଆଉ ବିକାଶ କାର୍ଯ୍ୟକୁ କେନ୍ଦ୍ର ସରକାର ମନୋଜ ସିହ୍ନାଙ୍କ ଜରିଆରେ କରାଉଛନ୍ତି। ଯଦିଓ ଧାରା ୩୭୦ ଏବଂ ୩୫ଏକୁ ନେଇ କେନ୍ଦ୍ରର ପଦକ୍ଷେପ ପ୍ରଶଂସନୀୟ ହେଲେ କଶ୍ମୀରରେ ଧର୍ମନିରପେକ୍ଷତା ଫେରାଇ ଆଣିବା କେନ୍ଦ୍ର ପାଇଁ ବଡ଼ ଚ୍ୟାଲେଞ୍ଜ। ଯେଉଁଠି କଶ୍ମୀର ପଣ୍ଡିତମାନଙ୍କୁ ଆଣି ଥଇଥାନ କରିବା ଗୁରୁତ୍ୱପୂର୍ଣ୍ଣ। ଯଦି ଏଥିରେ ବିଳମ୍ବ ହୁଏ ତାହେଲେ ଏହା କ୍ଷତିକାରକ ହେବ। ନହେଲେ ୨୦୧୯ରେ ଜମ୍ମୁ କଶ୍ମୀରକୁ ନେଇ ସରକାର ନେଇଥିବା ପଦକ୍ଷେପରେ କୌଣସି ଫରକ ପଡ଼ିବ ନାହିଁ।

The post ନୂଆ ଜମ୍ମୁ କଶ୍ମୀରକୁ ଦୁଇ ବର୍ଷ appeared first on Odisha Reporter.



from Odisha Reporter https://ift.tt/2Vq5g6H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages