୨ ଦିନ ହେଲା ୧୩ଶହ ଉପରେ ପଜିଟିଭ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 4, 2021

୨ ଦିନ ହେଲା ୧୩ଶହ ଉପରେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ  ଗତ ୨ ଦିନ ହେଲାଣି ୧୩ଶହ ଉପରେ ରହୁଛି ପଜିଟିଭ ସଂଖ୍ୟା। ଗତ ୨୪ ଘଣ୍ଟାରେ  ୧୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ୧୩୧୫ ଥିଲା।

ସୂଚନା ଓ ପ୍ରସାରଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ,  ୧୩୪୨ ପଜିଟିଭ ମଧ୍ୟରୁ ୭୭୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୫୬୭ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୮ ଜଣଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୨୩୬ କୁ ବୃଦ୍ଧି ପାଇଛି।

୧୩୪୨ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୬୪, ଜଗତସିଂହପୁରରୁ ୭୮, ଯାଜପୁରରୁ ୬୬ , ପୁରୀରୁ ୫୫,  ବାଲେଶ୍ୱରରୁ ୫୯, କେନ୍ଦ୍ରାପଡ଼ାରୁ ୪୩, ମୟୂରଭଞ୍ଜରୁ ୪୧, ଭଦ୍ରକରୁ ୪୦, ଅନୁଗୋଳରୁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦା ନୟାଗଡ଼ରୁ ୨୮,  କେନ୍ଦୁଝରରୁ ୨୩, ଢେଙ୍କାନାଳରୁ ୧୯, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୧୮, ସୁନ୍ଦରଗଡ଼ରୁ ୧୩,   କୋରାପୁଟରୁ ୧୧,  ଗଞ୍ଜାମରୁ ୯,   ବରଗଡ଼ରୁ ୮, କନ୍ଧମାଳରୁ ୫, ଗଜପତି, ସୋନପୁରରୁ ୪ ଲେଖାଏ ,  ମାଲକାନଗିରିରୁ ୭,  ,  ବଲାଙ୍ଗିର,  ନୂଆପଡ଼ା, ଦେବଗଡ଼, ଝାରସୁଗୁଡ଼ାରୁ ୩ ଜଣ ଲେଖାଏ,  ନବରଙ୍ଗପୁରରୁ ୨ ଷ୍ଟେଟ ପୁଲ୍‌ରୁ ୧୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ୬୮ ମୃତକଙ୍କ ମଧ୍ୟରୁ  ଖୋର୍ଦ୍ଧାରୁ ୧୩ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ପୁରୀ ଓ ସୁନ୍ଦରଗଡ଼ରୁ ୧୨ ଜଣ ଲେଖାଏ,   କଟକରୁ ୧୧, କେନ୍ଦ୍ରାପଡ଼ାରୁ ୪ ବରଗଡ଼ରୁ ୩, ଢେଙ୍କାନାଳ, ବାଲେଶ୍ୱରରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାଦ   ଭଦ୍ରକ, ବଲାଙ୍ଗିର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ନବରଙ୍ଗପୁର, ସମ୍ବଲପୁର, ନୟାଗଡ଼, ନୂଆପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

The post ୨ ଦିନ ହେଲା ୧୩ଶହ ଉପରେ ପଜିଟିଭ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3ypSC6d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages