ଦେଶୀ ମଦରେ ବିଦେଶୀ ତଡ଼କା; ମହୁଲ ପୋଚରେ ପଡ଼ୁଛି ସେଓ, ଅଙ୍ଗୁର ସାଙ୍ଗକୁ କାଜୁ, କିସମିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 26, 2021

ଦେଶୀ ମଦରେ ବିଦେଶୀ ତଡ଼କା; ମହୁଲ ପୋଚରେ ପଡ଼ୁଛି ସେଓ, ଅଙ୍ଗୁର ସାଙ୍ଗକୁ କାଜୁ, କିସମିସ୍‌

ବାରିପଦା(ମାଣିକ ଳାଲ ପାଣି): ଦେଶୀ ମଦରେ ମିଶୁଛି ବିଦେଶୀ ତଡ଼କା । ଯୁବ ପିଢ଼ିଙ୍କୁ ଆକୃଷ୍ଟ କରିବାକୁ ଏପରି ଚାଲ ଖେଳୁଛନ୍ତି ମଦ ମାଫିଆ । ଦେଶୀ ମଦ ପ୍ରସ୍ତୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଦାମୀ ଫଳ । ମହୁଲ ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଆଦି ଦାମୀ ଫଳ ସମେତ କାଜୁ, କିସମିସ୍‌  ଆଦି  ମିଶାଇ ମାଫିଆ ପ୍ରସ୍ତୁତ କରୁଛନ୍ତି ମଦ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଞ୍ଚନ ନଗରରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏପରି ଚକିତ କରିବା ପରି ଘଟଣା ସାମ୍ନାକୁ ଆସିଛି ।

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଞ୍ଚନ ନଗରରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏହି ଘଟଣା ସାମ୍ନାକୁ ଆସିଛି ।  ମହୁଲ ପୋଚରେ ଏପରି ଦାମୀ ଫଳ ମିଶି ପ୍ରସ୍ତୁତ ହେଉଥିବା ମଦକୁ ସ୍ପେଶାଲ ବ୍ରାଣ୍ଡ କହି ମୟୂରଭଞ୍ଜରୁ ଝାରଖଣ୍ଡ ଓ ପଶ୍ଚିମବଙ୍ଗକୁ ପଠାଯାଉଥିବା ଚଢାଉ ବେଳ ସୂଚନା ମିଳିଛି ।

ଚଢାଉ ବେଳେ ୩୫ କ୍ୱିଣ୍ଟାଲ ପୋଚ, ୧୨୦ ଲିଟର ଦେଶୀ ମଦ ସହ ବ୍ୟାପକ ମଦ ରନ୍ଧା ସରଞ୍ଜାମ ଜବତ ହୋଇଛି । ପୂର୍ବରୁ ମହୁଲ ଫୁଲକୁ ପଚାଇ ଦେଶୀ ମଦ ପ୍ରସ୍ତୁତ କରାଯାଉଥିଲା । ହେଲେ ଏବେ ମାଫିଆଙ୍କ ନୂଆ ଫଣ୍ଡା ଦେଖି ଚକିତ ହୋଇଯାଇଛନ୍ତି ଚଢାଉ ପାଇଁ ଯାଇଥିବା ଅବକାରୀ ବିଭାଗ କର୍ମଚାରୀ। 

ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ମାଫିଆଅମାନେ ଏହି ନୂଆ କୌଶଳ ଆପଣାଇଥିବା ଜଣାପଡ଼ିଛି  । ମଦକୁ ସ୍ପେଶାଲ ବ୍ରାଣ୍ଡ କହି ମୟୁରଭଞ୍ଜରୁ ଝାରଖଣ୍ଡ ଓ ପଶ୍ଚିମବଙ୍ଗକୁ ପଠା ଯାଇ ଚଢ଼ା ଦରରେ ବିକ୍ରି କରାଯାଉଥିବା ଅବକାରୀ ବିଭାଗ ସୂଚନା ଦେଇଛି ।  ଯୁବ ସମାଜକୁ ଆକୃଷ୍ଟ କରିବାକୁ ମଦ ମାଫିଆ ଏପରି ଚାଲ କରୁଥିବା ମୟୂରଭଞ୍ଜ ଅବକାରୀ ବିଭାଗ ଅଧୀକ୍ଷକ ଅଶୋକ କୁମାର ସେଠ କହିଛନ୍ତି।

 

The post ଦେଶୀ ମଦରେ ବିଦେଶୀ ତଡ଼କା; ମହୁଲ ପୋଚରେ ପଡ଼ୁଛି ସେଓ, ଅଙ୍ଗୁର ସାଙ୍ଗକୁ କାଜୁ, କିସମିସ୍‌ appeared first on Odisha Reporter.



from Odisha Reporter https://ift.tt/3zmmkcP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages