ମୁମ୍ବାଇ: ୫୫ ବର୍ଷରେ ବି ପୂରା ହିଟ୍ ଓ ଫିଟ୍। ଦୀର୍ଘ ଦିନ ପରେ ସାର୍ଟଲେସ୍ ଶାହାରୁଖଙ୍କ ଫଟୋ ଦେଖି ଫଟୋ ଦେଖି ପାଗଳ ହେଲେଣି ଫ୍ୟାନ୍ସ। ସେଲିବ୍ରିଟି ଫଟୋଗ୍ରାଫର ଡବୁ ରତନାନୀଙ୍କ ପାଇଁ ସାର୍ଟଲେସ୍ ହୋଇଛନ୍ତି କିଙ୍ଗ ଖାନ୍। ସୋଶାଲ ମିଡିଆରେ ନିଆଁ ଲଗାଇଥିବା ଶାହାରୁଖଙ୍କ ଫଟୋ ଦେଖି ବହୁ ବଡ଼ ବଡ଼ ସେଲିବ୍ରିଟି ବି ଏହାର ପ୍ରଶଂସା ନ କରି ରହି ପାରି ନାହାନ୍ତି।
ଫୌଜି ସିରିଏଲ୍ରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ଶାହାରୁଖ ପ୍ରାୟ ୩ ଦଶନ୍ଧି ପରେ ବି ବଲିଉଡ଼ର କିଙ୍ଗ ଖାନ୍ ଭାବେ ରାଜ୍ କରୁଛନ୍ତି। ଏବେ ବି ବହୁ ଯୁବତୀ ତାଙ୍କ ପାଇଁ ପାଗଳ ଥିବା ବେଳେ ନିଜର ଅନ୍ଦାଜରେ ଫ୍ୟାନ୍ସଙ୍କୁ ଘାୟଲ କରି ଦେଉଛନ୍ତି କିଙ୍ଗ ଅଫ୍ ରୋମାନ୍ସ ।
ପ୍ରସିଦ୍ଧ ସେଲେବ୍ରିଟି ଫଟୋଗ୍ରାଫର ଡବୁ ରତନାନୀଙ୍କ ପାଇଁ ଶାହାରୁଖ ସାର୍ଟଲେସ ହୋଇଥିବା ବେଳେ ଏଥିରେ ସେ ଖୁବ୍ ଫିଟ୍ ନଜର ଆସୁଛନ୍ତି। ଶାହାରୁଖଙ୍କ ଏହି ଫଟୋ ବ୍ଲାକ ଆଣ୍ଡ ହ୍ୱାଇଟ୍ ହୋଇଥିବା ବେଳେ ଏଥିରେ ଶାହାରୁଖ ଖୁବ୍ ଗର୍ଜିୟସ୍ ଦେଖାଯାଉଛନ୍ତି। ଏହି ଫଟୋ ଡବୁ ଶେଆର କରିବା ପରେ ସୋଶାଲ ମିଡିଆରେ ଏହା ନିଆଁ ପରି ଆଖି ପିଛୁଳାକେ ଭାଇରାଲ ହୋଇଗଲା । ଏହାର କ୍ୟାପସନ୍ରେ ଡବୁ ଲେଖିଛନ୍ତି, ଆପଣ ନିଜ ଜୀବନରୁ ଡର ଛାଡ଼ିଦେଲେ, ଆପଣଙ୍କ ସମ୍ଭାବନାର ଅଭାବ ରହିବ ନାହିଁ। ଆପଣଙ୍କ ଜୀବନକୁ କୌଣସି ସୀମା ଅଟକାଇ ପାରିବ ନାହିଁ।
ଶାହାରୁଖଙ୍କ ୱର୍କ ଫ୍ରଣ୍ଟ କଥା କହିଲେ, ସେ ଏବେ ଫିଲ୍ମ ‘ପଠାନ୍’ ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍ରେ ଦୀପିକା ପାଦୁକୋନ ନଜର ଆସିବେ। ପୂର୍ବରୁ ଏହି ଯୋଡ଼ି ‘ଚେନ୍ନାଇ ଏକ୍ସପ୍ରେସ’, ‘ହାପି ନ୍ୟୁ ଇୟର’ ପରି ସୁପରହିଟ ଫିଲ୍ମରେ ନଜର ଆସି ସାରିଛନ୍ତି। ତେଣୁ ଏହି ଫିଲ୍ମରେ ଉଭୟଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ଅନାଇ ବସିଛନ୍ତି ଦର୍ଶକ।
View this post on Instagram
The post ସାର୍ଟଲେସ୍ ହେଲେ ଶାହାରୁଖ appeared first on Odisha Reporter.
from Odisha Reporter https://ift.tt/3lpAlST
No comments:
Post a Comment