ଭୁବନେଶ୍ୱାର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନ ବେଶ ସରଗରମ ରହିବ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ। ମରୁଡ଼ି, ସାର ଅଭାବ, ଜଳସେଚନ ଅଭାବ, ଆଇନ ଶୃଙ୍ଖଳା ପରିସ୍ଥିତି , ମାନବବାଦ ସଙ୍ଗଠନର ଅତ୍ୟାଚାର, ମହାଙ୍ଗା ଡବଲ ମର୍ଡର ଭଳି ଏକାଧିକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରିଛି ବିଜେପି।
ସେହିପରି କୋଟିଆ ସୀମା ବିବାଦରେ ରାଜ୍ୟ ସରକାର ଫେଲ୍ ମାରିବା, ପଶ୍ଚିମ ଓଡ଼ିଶାକୁ ଅବହେଳା।, ବିଦ୍ୟୁତ୍ ଶୁଳ୍ପ ବୃଦ୍ଧି, ଡିଏମ୍ଏଫ୍ ଫାଣ୍ଡିର ଦୁରପଯୋଗ, ବିଜୁ ଜନତା ଦଳର ଓବିସି ରାଜନୀତି, ଆୟୁଷ୍ମାନ ଯୋଜନା, ସାରର ଅଭାବୀ ବିକ୍ରିକୁ ନେଇ ସରକାରଙ୍କୁ ଘେରିବେ ବିଜେପି, କଂଗ୍ରେସ ।
ଅପରପକ୍ଷେ, ବିଜୁ ଜନତା ଦଳର ବିଧାୟକ ଦଳର ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ରୁରାଲ ହାଉସିଂ, ଏମଏସ୍ପି ପ୍ରସଙ୍ଗ ବିଜେଡି ଉଠାଇବ । ଧାନର ସର୍ବନିମ୍ନ ମୂଲ୍ୟ ଲାଗୁ କରିବାକୁ ଦାବି ହେବ । ଅଧିବେଶନରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ସମସ୍ୟା ଆଲୋଚନା ହେବ। ଏହାବାଦ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ସହ ୧୨ଟି ବିଲ୍ ଆସିବ ।
ଆଜିଠୁ ବିଧାନସଭା ଆରମ୍ଭ ହେଉଥିବା ବେଳେ ଏଥିପାଇଁ କଡ଼ା ସୁରକ୍ଷା ବଳୟର ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁଲିସ୍ ଡିଜି ଅଭୟ ବିଧାନସଭା ଭିତର ଓ ବାହାରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଏଥର ସୁରକ୍ଷା ଦାୟିତ୍ୱରେ ୩୫ ପ୍ଲାଟୁନ ପୁଲିସ ମୁତୟନ ରହିବେ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।
ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ କୁଇକ୍ ଆକ୍ସନ୍ ଟିମ୍ ଓ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ରହିବେ । ଅତିରିକ୍ତ ଡିସିପି, ଏସିପି, ଆଇଆଇସି ଓ ଏସ୍ଆଇଙ୍କ ସମେତ ବଛା ବଛା ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ଧାରଣାସ୍ଥଳରେ ଯେପରି ଅପ୍ରୀତିକର ପରିସ୍ଥିତି ନଘଟେ, ତା ଉପରେ ଗୁରତ୍ୱ ଦିଆଯିବ ।
The post ଆଜିଠୁ ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ ରେଡ୍ଡି appeared first on Odisha Reporter.
from Odisha Reporter https://ift.tt/3mRbkke
No comments:
Post a Comment