ୱାଶିଂଟନ: ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଯଥାର୍ଥ। ଆମେରିକାର ସ୍ୱାର୍ଥକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ପୁଣି ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଏହା ସଠିକ ନିଷ୍ପତ୍ତି, ଚତୁର ନିଷ୍ପତ୍ତି, ଶ୍ରେଷ୍ଠ ନିଷ୍ପତ୍ତି। ଦେଶବାସୀଙ୍କୁ ଯୁଦ୍ଧ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲି, ତାହା ପାଳନ କରିଛି ବୋଲି ବାଇଡେନ୍ କହିଛନ୍ତି।
ଆମେରିକାବାସୀ କ୍ଷତି ଚାହାନ୍ତି ନାହିଁ। ଆତଙ୍କବାଦୀଙ୍କୁ କ୍ଷମା କରିବୁ ନାହିଁ, ଭୁଲିବୁ ନାହିଁ, ପ୍ରତିଶୋଧ ନେବୁ ବୋଲି ବାଇଡେନ୍ ଚେତାବନୀ ଦେଇଛନ୍ତି। ଆଫଗାନିସ୍ତାନ ସମେତ ଅନ୍ୟ ଦେଶରେ ଆତଙ୍କବାଦ ବିରୋଧରେ ଲଢ଼ିବୁ। ଆଫଗାନିସ୍ତାନ ଛାଡ଼ିବା ସାଧାରଣ ନାଗରିକଙ୍କ ସର୍ବସମ୍ମତ ନିଷ୍ପତ୍ତି ଥିଲା। ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡ଼ିବା ମୋର ଇଚ୍ଛାଧିନ ନିଷ୍ପତ୍ତି ନ ଥିଲା। ସାମରିକ ପରାମର୍ଶଦାତା ଓ ଆଫଗାନିସ୍ତାନରେ ମୁତୟନ କମାଣ୍ଡରଙ୍କ ନିଷ୍ପତ୍ତି ଥିଲା। ପୂର୍ବତନ ରାଷ୍ଟ୍ରପତି ମେ’ ୧ ସୁଦ୍ଧା ଛାଡ଼ିବା ନେଇ ତାଲିବାନ ସହ ଚୁକ୍ତି କରିଥିଲେ। ଆଫଗାନିସ୍ତାନରେ ଯୁଦ୍ଧ ଆମର ଲକ୍ଷ୍ୟ ନ ଥିଲା, ସେବା ଥିଲା ମୂଳ ଲକ୍ଷ୍ୟ। ଇତିହାସରେ ଆମେରିକା ବ୍ୟତୀତ ଆଉ କୌଣସି ରାଷ୍ଟ୍ର ଏହା କରି ନାହାନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ବାଇଡେନ୍।
ସେ ଆହୁରି କହିଛନ୍ତି, ଆମେ ୨୦ ବର୍ଷ ଧରି ଆଫଗାନିସ୍ତାନରେ ଶାନ୍ତି ବଜାୟ ରଖିଛୁ। ଆଫଗାନିସ୍ତାନରେ ଆମେରିକାର ମିଶନ ସଫଳ ରହିଛି। ଆଫଗାନିସ୍ତାନରୁ ୧.୨୫ ମିଲିୟନ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବିଡେନ ଦାବି କରିଛନ୍ତି । ବିଡେନ କହିଛନ୍ତି ଯେ ଆମେ ଆଫଗାନିସ୍ତାନ ମିଳିତ ମଞ୍ଚ ସହ ମିଶି କାମ କରିବାକୁ ଚାହୁଁଛୁ, କିନ୍ତୁ ବର୍ତ୍ତମାନ ତାଲିବାନ କ୍ଷମତାରେ ଅଛି। ଆମେ ବିଶ୍ୱକୁ ସୁରକ୍ଷିତ ରଖିବାକୁ ଚାହୁଁଛୁ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ପୂର୍ବରୁ ମଧ୍ୟ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇଥିଲେ ଜୋ ବାଇଡେନ୍।
ଗତକାଲି ଆଫାଗାନିସ୍ତାନରେ ଥିବା ସମସ୍ତ ଆମେରିକୀୟ ସୈନ୍ୟଙ୍କୁ ପ୍ରତ୍ୟାହାର କରାଯାଇଥିଲା।୧୯ ବର୍ଷ ୧୦ ମାସ ଏବଂ ୨୫ ଦିନ ପରେ ଆଫଗାନିସ୍ତାନ ମାଟି ଛାଡ଼ିଥିଲା ଆମେରିକା। ଆମେରୀକିୟ ସୈନ୍ୟ ଆଫଗାନିସ୍ତାନ ମାଟି ଛାଡିବା ନିମନ୍ତେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଡେଡଲାଇନ୍ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଏହାର ଦିନକ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ଆମେରିକାର ଶେଷ ୩ ଯୁଦ୍ଧ ବିମାନ ଆଫଗାନିସ୍ତାନରୁ ଉଡ଼ାଣ ଭରିବା ସହ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା। ଆମେରିକା ସେନା ପ୍ରତ୍ୟାହାର ପରେ କାବୁଲ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ପୂରାପୁରି ନିଜ ଦଖଲକୁ ନେଇଛି ତାଲିବାନ।
I believe this is the 'right decision, wise decision and the best decision'. The war in Afghanistan is now over. I am the fourth president to have faced this issue on how to end this war… I made a commitment to Americans to end this war, I honoured it: US President Joe Biden pic.twitter.com/8SwnkioDk0
— ANI (@ANI) August 31, 2021
The post ‘ଆତଙ୍କବାଦୀଙ୍କୁ କ୍ଷମା କରିବୁ ନାହିଁ, ପ୍ରତିଶୋଧ ନେବୁ’ appeared first on Odisha Reporter.
from Odisha Reporter https://ift.tt/2WBORwS
No comments:
Post a Comment