କୁକୁର ଛୁଆକୁ ରକ୍ଷା କରିବାକୁ ଯାଇ ୯ମ ମହଲାରୁ ଖସିପଡ଼ିଲା ୧୨ ବର୍ଷୀୟ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 25, 2021

କୁକୁର ଛୁଆକୁ ରକ୍ଷା କରିବାକୁ ଯାଇ ୯ମ ମହଲାରୁ ଖସିପଡ଼ିଲା ୧୨ ବର୍ଷୀୟ ଝିଅ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗାଜିଆବାଦରେ ଅଭାବନୀୟ ଘଟଣା ଘଟିଛି। ବାଲକୋନୀରେ ଫସି ରହିଥିବା ଗୋଟିଏ କୁକୁର ଛୁଆକୁ ଉଦ୍ଧାର କରିବାକୁ ଯାଇ ଜଣେ ୧୨ ବର୍ଷୀୟ ଝିଅ ୯ମ ମହଲାରୁ ସିଧା ତଳକୁ ଖସି ପଡ଼ିଛନ୍ତି। ଫଳରେ ଝିଅଟିର ଜୀବନ ଚାଲି ଯାଇଛି। କୁକୁର ଛୁଆଟି ମଧ୍ୟ ତଳକୁ ଖସି ପ୍ରାଣ ହରାଇଛି।

୭ମ ଶ୍ରେଣୀ ପଢ଼ୁଥିବା ଜୋତ୍ସ୍ନା ନିଜର ପୋଷା କୁକୁର ଛୁଆ ସହ ଘରର ବାଲକୋନୀରେ ଖେଳୁଥିଲେ। ଏହି ସମୟରେ କୁକୁର ଛୁଆଟି ତାଙ୍କ ହାତକୁ ଖସି ଯାଇ ବାଲକୋନୀରେ ଲାଗିଥିବା ଜାଲ୍‌ରେ ଫସି ଯାଇଥିଲା। ଜାଲରୁ ଜୋତ୍ସ୍ନା କୁକୁର ଛୁଆଟିକୁ ମୁକ୍ତ କରିବାକୁ ଚେଷ୍ଟା କରୁଥିଲେ। ତେବେ ଏହି ସମୟରେ ହଠାତ୍‌ ସେ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ସେ କୁକୁଆ ଛୁଆଟି ସହ ସିଧା ତଳକୁ ଖସି ପଡ଼ିଥିଲେ।

ପୁଲିସ୍‌ କହିଛି ଯେ ଗାଜିଆବାଦର ଗୌର ହୋମ୍ସ ହାଉସିଂ ସୋସାଇଟିରେ ବୁଧବାର ମଧ୍ୟାହ୍ନ ସମୟରେ ଏହି ଘଟଣା ଘଟିଥିଲା। ଖସି ପଡ଼ିବାର ଶବ୍ଦ ଶୁଣି ଜୋତ୍ସ୍ନାଙ୍କ ମା’ କିରଣ ତୁରନ୍ତ ତଳକୁ ଦୌଡ଼ି ଆସିଥିଲେ। ହେଲେ ସେତେବେଳକୁ ଝିଅ ସହ ପୋଷା କୁକୁର ଛୁଆର ମୃତ୍ୟୁ ଘଟି ସାରିଥିଲା। ପୁଲିସ୍‌ ଶବ ବ୍ୟବଚ୍ଛେଦ କରିବାକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ବେଳେ ଘରେ କେବଳ ଜୋତ୍ସ୍ନାଙ୍କ ମା’ ରହିଥିଲେ।

The post କୁକୁର ଛୁଆକୁ ରକ୍ଷା କରିବାକୁ ଯାଇ ୯ମ ମହଲାରୁ ଖସିପଡ଼ିଲା ୧୨ ବର୍ଷୀୟ ଝିଅ appeared first on Odisha Reporter.



from Odisha Reporter https://ift.tt/3ks0uOM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages