ଡେଡ୍‌ ଲାଇନ୍‌ ପରେ ବି ଏୟାରଲିଫ୍ଟକୁ ଅନୁମତି ଦେବ ତାଲିବାନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 25, 2021

ଡେଡ୍‌ ଲାଇନ୍‌ ପରେ ବି ଏୟାରଲିଫ୍ଟକୁ ଅନୁମତି ଦେବ ତାଲିବାନ!

ବର୍ଲିନ: ଆମେରିକା ସମେତ ସବୁ ଦେଶର ସେନା ଯବାନଙ୍କୁ ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନ ଖାଲି କରିବାକୁ ଧମକ ଦେଇଥିବା ତାଲିବାନ ଏବେ ନିଜ ଆଭିମୁଖ୍ୟରେ ପରବର୍ତ୍ତନ କରିଥିବା ଜର୍ମାନୀ ପକ୍ଷରୁ ଦାବି କରାଯାଇଛି। ଅଗଷ୍ଟ ୩୧ ପରେ କାବୁଲରୁ କୌଣସି ପ୍ରକାରର ଏୟାରଲିଫ୍ଟ କରାଯାଇ ପାରିବ ନାହିଁ। ଯଦି ଆମେରିକା କିମ୍ବା ବ୍ରିଟେନ ଅଗଷ୍ଟ ୩୧ ପରେ ବି କାବୁଲରେ ରୁହନ୍ତି, ତା’ହେଲେ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ତାଲିବାନ ଚେତାବନୀ ଦେଇଥିଲା।

ହେଲେ ଜର୍ମାନୀ ଦାବି କରିଛି ଯେ ତାଲିବାନ ଅଗଷ୍ଟ ୩୧ ପରେ ମଧ୍ୟ ଆଫଗାନିସ୍ତାନରୁ ଆଫଗାନବାସୀଙ୍କ ଏୟାରଲିଫ୍ଟ ପାଇଁ ସହଯୋଗ କରିବ। ତାଲିବାନର ଜଣେ ମଧ୍ୟସ୍ଥି ଏପରି ପ୍ରତିଶ୍ରୁତି ଦେଇଛନ୍ତି। କେବଳ ବୈଧ କାଗଜପତ୍ର ରହିଥିବା ଲୋକଙ୍କୁ ଆଫଗାନରୁ ବିଦେଶ ଯିବାକୁ ତାଲିବାନ ଅଗଷ୍ଟ ୩୧ ପରେ ବି ଅନୁମତି ଦେବାକୁ ରାଜିଥିବା ଜର୍ମାନୀର ରାଷ୍ଟ୍ରଦୂତ ମାର୍କୁସ ପୋଟଜେଲ କହିଛନ୍ତି।

ମାର୍କୁସ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ ସେ ନିକଟରେ ତାଲିବାନର ମଧ୍ୟସ୍ଥି କମିଟିର ଡେପୁଟି ଲିଡର ଶେର ମହମ୍ମଦ ଆବାସ ଷ୍ଟାନିକଜାଇଙ୍କୁ ଭେଟିଥିଲେ। ଏହି ସମୟରେ ଶେର ମହମ୍ମଦ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଅଗଷ୍ଟ ୩୧ ଡେଡ୍‌ ଲାଇନ ପରେ ମଧ୍ୟ ବୈଧ କାଗଜପତ୍ର ରଖିଥିବା ଆଫଗାନୀମାନେ ବ୍ୟବସାୟିକ ବିମାନରେ ବିଦେଶକୁ ଯାଇପାରିବେ। ତାଲିବାନ ଏଥିରେ ଆଦୌ ପ୍ରତିବନ୍ଧକ ସାଜିବ ନାହିଁ ବୋଲି ସେ କଥା ଦେଇଥିବା ମାର୍କୁସ କହିଛନ୍ତି।

ତାଲିବାନ ଅଗଷ୍ଟ ୩୧ ସୁଦ୍ଧା ଆମେରିକା ଯବାନମାନଙ୍କୁ ଆଫଗାନ ଛାଡ଼ିବାକୁ କହିଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ଏତେ କମ ଦିନ ମଧ୍ୟରେ କାବୁଲ ଏୟାରପୋର୍ଟରୁ ଉଦ୍ଧାର ଶେଷ କରିବା ସମ୍ଭବ ନୁହେଁ ବୋଲି ଅନେକ ଦେଶ କହି ସାରିଛନ୍ତି। ଜର୍ମାନୀ କହିଛି ଯେ ନାଟୋ ସହଯୋଗୀଙ୍କ ସହାୟତାରେ ଆଫଗାନୀଙ୍କୁ ଉଦ୍ଧାର କରାଯାଉଛି। କିନ୍ତୁ ଆମେରିକା ଯବାନମାନେ ସେଠାରୁ ଚାଲି ଆସିଲେ ଆଉ ସୁରକ୍ଷିତ ଏୟାରଲିଫ୍ଟ ସମ୍ଭବ ନୁହେଁ।

ତେବେ ଅଗଷ୍ଟ ୩୧ ପରେ ମଧ୍ୟ ଜର୍ମାନୀ ପ୍ରାଥମିକତା ଭିତ୍ତିରେ ମାନବାଧିକାର କର୍ମୀ ଓ ଜର୍ମାନୀ ଏଜେନ୍ସି ସହ ପୂର୍ବରୁ କାମ କରିଥିବା ଲୋକଙ୍କୁ ଏୟାରଲିଫ୍ଟ କରିବା ପ୍ରକ୍ରିୟା ଜାରି ରହିବ ବୋଲି ବର୍ଲିନ ପକ୍ଷରୁ କୁହାଯାଇଛି।

ଖାସ୍ ଏହି କାରଣ ପାଇଁ ସମ୍ଭବତଃ ଜର୍ମାନୀ ରାଷ୍ଟ୍ରଦୂତ ମାର୍କୁସ ତାଲିବାନ ନେତା ଶେରଙ୍କୁ ଭେଟିଥିବା କୁହାଯାଉଛି। ତେବେ ତାଲିବାନର କଥା ଓ କାମରେ ଫରକ ରହୁଥିବାରୁ ଶେର ଦେଇଥିବା ପ୍ରତିଶ୍ରୁତି ଉପରେ ସନ୍ଦେହ ପ୍ରକାଶ ପାଇଛି।

The post ଡେଡ୍‌ ଲାଇନ୍‌ ପରେ ବି ଏୟାରଲିଫ୍ଟକୁ ଅନୁମତି ଦେବ ତାଲିବାନ! appeared first on Odisha Reporter.



from Odisha Reporter https://ift.tt/3my0a3y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages