ଜାତୀୟ ପତାକା ଉପରେ ବିଜେପିର ଦଳୀୟ ପତାକା, ବଢ଼ୁଛି ବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 23, 2021

ଜାତୀୟ ପତାକା ଉପରେ ବିଜେପିର ଦଳୀୟ ପତାକା, ବଢ଼ୁଛି ବିବାଦ

ଲକ୍ଷ୍ନୌ: ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କର ଆଜି ଶେଷକୃତ୍ୟ ହେବ। ଦୀର୍ଘ ଦିନର ଅସୁସ୍ଥତା ପରେ ୮୯ ବର୍ଷୀୟ କଲ୍ୟାଣ ସିଂଙ୍କର ଶନିବାର ରାତିରେ ଦେହାନ୍ତ ହୋଇଛି। ତାଙ୍କ ଶରୀରର ଏକାଧିକ ଅଙ୍ଗ କାମ ନକରିବାରୁ ମୃତ୍ୟୁ ଘଟିଛି। ଗତକାଲି ତାଙ୍କର ପ୍ରାର୍ଥୀବ ଶରୀରକୁ ଅନ୍ତିମ ଦର୍ଶନ କରିବାକୁ ଅନେକ ଆସିଥିଲେ। ଏହି ସମୟରେ ତାଙ୍କ ପ୍ରାର୍ଥୀବ ଶରୀର ଉପରେ ଜାତୀୟ ପତାକା ତ୍ରିରଙ୍ଗା ରହିଥିଲା। ଏହା ଉପରେ କିନ୍ତୁ ବିଜେପିର ଦଳୀୟ ପତାକା ରହିଥିବା ଦେଖିବାକୁ ମିଳିଛି। ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ନିୟମ ଦୃଷ୍ଟିରୁ ଜାତୀୟ ପତାକା ଉପରେ କିଛି ରୁହେ ନାହିଁ। ଏବେ ଏହାକୁ ନେଇ ଅନେକ ଦଳର ନେତା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ନ୍ୟୁ ଇଣ୍ଡିଆରେ ଜାତୀୟ ପତାକା ଉପରେ ବିଜେପି ପତାକା ରହିବ କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା।

ସମାଜବାଦୀ ପାର୍ଟି ମୁଖପାତ୍ର ଘନଶ୍ୟାମ ତିୱାରୀ ଏହାକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଜାତୀୟ ପତାକା ଉପରେ ଦଳୀୟ ପତାକା, ହେଲେ ଏହାକୁ ନଇ ଦଳର କୌଣସି ପଶ୍ଚାତାପ ନାହିଁ।

ସେହିପରି ଯୁବ କଂଗ୍ରେସ ମୁଖ୍ୟ ଶ୍ରୀନିବାସ ଟ୍ୱିଟ୍ କରି କହିଛନ୍ତି ଯେ ନୂଆ ଭାରତରେ ଜାତୀୟ ପତାକା ଉପରେ ଦଳୀୟ ପତାକା ଲଗାଇବା ଠିକ୍ କି? ଯୁବ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲରେ ଟୁଇଟ୍ କରି କୁହାଯାଇଛି, ତ୍ରିରଙ୍ଗା ଉପରେ ଜାତୀୟ ପତାକା, ଆତ୍ମଘୋଷିତ ଦେଶପ୍ରେମୀମାନେ ତ୍ରିରଙ୍ଗାକୁ ସମ୍ମାନ ଦେଉଛନ୍ତି ନା ଅପମାନ କରୁଛନ୍ତି ବୋଲି ପ୍ରଶ୍ନ କରାଯାଇଛି।

କଂଗ୍ରେସର ବରିଷ୍ଠ ନେତା ତଥା ଦଳର ସାଂସଦ ଶଶୀ ଥରୁର ମଧ୍ୟ ଟ୍ୱିଟ କରି କହିଛନ୍ତି, ଜାତୀୟ ସଂଗୀତ ଗାନ କରିବା ସମୟରେ ମୁଁ ଛାତି ଉପରେ ହାତ ରଖିଥିବାରୁ ଚାରି ବର୍ଷ ପର୍ଯ୍ୟନ୍ତ କୋର୍ଟରେ ଲଢ଼େଇ କରିଥିଲି। କିନ୍ତୁ ଶାସକ ଦଳ ଏବେ ଦେଶକୁ କହିବା ଦରକାର ଯେ ସେ କିପରି ଅପମାନକୁ ଅନୁଭବ କରୁଛି?

ସୂଚନାଯୋଗ୍ୟ, ଜାତୀୟ ସମ୍ମାନ ଆଇନର ଅପବ୍ୟବହାରର ଧାରା ଅନୁଯାୟୀ, “ଯିଏ ସର୍ବସାଧାରଣ ସ୍ଥାନରେ କିମ୍ବା ଅନ୍ୟ କୌଣସି ଜାଗାରେ ଜାତୀୟ ପତାକାକୁ ଅସମ୍ମାନ କିମ୍ବା ଅବମାନନା କଲେ କାରାଦଣ୍ଡ ସହିତ ଜୋରିମାନା ହୋଇପାରିବ।

The post ଜାତୀୟ ପତାକା ଉପରେ ବିଜେପିର ଦଳୀୟ ପତାକା, ବଢ଼ୁଛି ବିବାଦ appeared first on Odisha Reporter.



from Odisha Reporter https://ift.tt/3ye8xn4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages