ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାସ୍ତାକୁ ଓହ୍ଲାଇଲେ ଆଇନ ଛାତ୍ରଛାତ୍ରୀ। ଦେଢ ବର୍ଷ ହେଲା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିଛି କହୁ ନ ଥିବା ବେଳେ ଏବେ କହୁଛନ୍ତି ୬ ମାସରେ ୪ଟି ସେମିଷ୍ଟାର ପରୀକ୍ଷା ଦିଅ । ଯାହା ସମ୍ପୂର୍ଣ୍ଣ ଅସମ୍ଭବ ବୋଲି କହିଛନ୍ତି ଶତାଧିକ ଆଇନ୍ ଛାତ୍ରଛାତ୍ରୀ।
ଏପରି ନିଷ୍ପତ୍ତିକୁ ବିରୋଧ କରି ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ କରିଛନ୍ତି ଆଇନ ଛାତ୍ରଛାତ୍ରୀ । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବା ୟୁନିଭରସିଟି ଲ କଲେଜ, କ୍ୟାପିଟାଲ ଲ କଲେଜ, ଏମ୍ଏସ୍ ଲ କଲେଜ ଏବଂ ଦି ଲ କଲେଜ ଛାତ୍ରଛାତ୍ରୀମାନେ ଏହି ବିକ୍ଷୋଭରେ ସାମିଲ୍ ହୋଇଛନ୍ତି ।
ତରବରିଆ ଭାବେ ୬ମାସରେ ୪ଟି ସେମିଷ୍ଟର ଅଫଲାଇନ୍ ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ । ଏହା ବାର୍ କାଉନସିଲ ନିୟମର ବିରୋଧାଚରଣ କରୁଛି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ।
ଶିକ୍ଷାର୍ଥୀଙ୍କର ୭, ୮, ୯, ୧୦ ସେମିଷ୍ଟର ଅନଲାଇନ ମୋଡ଼ରେ କରିବାକୁ ନେଇ କୁଳପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏ ନେଇ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରା ନ ଗଲେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି କହିଛନ୍ତି ଆଇନ ଛାତ୍ରଛାତ୍ରୀ ।
ସେପଟେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ପରୀକ୍ଷା ନିୟନ୍ତ୍ରକ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆସନ୍ତା ୨୫ରେ ବସିବାକୁ ଥିବା କମିଟିରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ଏନେଇ ଜଣେ ଛାତ୍ର କହିଛନ୍ତି, ବର୍ଷେ ହେଲାଣି କିଛି ପରୀକ୍ଷା କଲେନି । କହିଲେ ତୁମର କ୍ଲାସ ପ୍ରମୋସନ ହୋଇଯିବ। ହେଲେ ଏବେ କହୁଛନ୍ତି ୬ ମାସରେ ୪ଟା ସେମିଷ୍ଟାର ଦେବାକୁ ପଡ଼ିବ । ତେଣୁ ଏମାନେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଗାଇଡଲାଇନ୍କୁ ମାନୁ ନାହାନ୍ତି।
ଏନେଇ ଜଣେ ଛାତ୍ରୀ କହିଛନ୍ତି, ଦେଢ ବର୍ଷ ହେଲାଣି କିଛି ପରୀକ୍ଷା କରୁ ନାହାନ୍ତି। ଏବେ କହୁଛନ୍ତି ୬ ମାସରେ ୪ଟା ପରୀକ୍ଷା ଦିଅ । ଏହା ସମ୍ପୂର୍ଣ୍ଣ ଅସମ୍ଭବ। ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରୁଛୁ।
The post ୬ ମାସରେ ୪ଟି ସେମିଷ୍ଟାର ପରୀକ୍ଷା ଦିଅ-ଏପରି ନିଷ୍ପତ୍ତି ବିରୋଧରେ ଗର୍ଜିଲେ ଆଇନ୍ ଛାତ୍ରଛାତ୍ରୀ appeared first on Odisha Reporter.
from Odisha Reporter https://ift.tt/3B3NPIt
No comments:
Post a Comment